ସହାୟତାର ହାତ ବଢାଇଲେ ବିପଦର ବନ୍ଧୁ

ସହାୟତାର ହାତ ବଢାଇଲେ ବିପଦର ବନ୍ଧୁ

ବୁଗୁଡ଼ା,(ସୋରେନ କୁମାର ପ୍ରଧାନ):- ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ ଦେଖୁ ଦେଖୁ କେବା ସହୁ, ମୋ ଜୀବନ ପଛେ ନର୍କେ ପଡ଼ିଥାଉ ଜଗତ ଉଦ୍ଧାର ହେଉ। ସେହି ଧାରାରେ ଆଜି ବିପଦର ବନ୍ଧୁ ଓଡିଶାର ସଦସ୍ୟମାନେ ବୁଗୁଡ଼ା ବ୍ଲକ ବେଲପୁର ଗ୍ରାମର ଶରତ ନାୟକଙ୍କ ପରିବାର ପାଖରେ ପହଞ୍ଚିଥିଲେ। ଶରତ ନାୟକ ଦୀର୍ଘ ଦିନ ଧରି ବ୍ରେନ ଟ୍ୟୁମର ରୋଗରେ ପୀଡିତ ତା ସାଙ୍ଗରେ ତାଙ୍କ ସ୍ତ୍ରୀ ମିଲି ନାୟକ ଯକୃତ ରୋଗରେ ପୀଡିତ। ଭୁବନେଶ୍ୱର ସମ୍ ହସପିଟାଲ ରେ ସ୍ଵାମୀ ଚିକିତ୍ସିତ ହେଉଥିବା ଅବସ୍ଥାରେ କାର୍ଡ଼ରୁ ସମସ୍ତ ଅର୍ଥ ସାରିବା ସହିତ ବହୁ ବାକି ମଧ୍ୟ କଲେ। ଅର୍ଥ ଅଭାବରୁ ଆଉ ଚିକିତ୍ସା କରି ନ କରି ନିଜ ଘରେ ଭାଗ୍ୟକୁ ନିନ୍ଦି ଅସହାୟ ଅବସ୍ଥାରେ ରହିଛନ୍ତି।

ସହାୟତାର ହାତ ବଢାଇଲେ ବିପଦର ବନ୍ଧୁ

ଖବର ପାଇଲା ପରେ ସଂଗଠନର ସଦସ୍ୟମାନେ ଉକ୍ତ ପରିବାର ନିକଟରେ ପହଞ୍ଚି ତାଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ସମ୍ବନ୍ଧରେ ବୁଝିଥିଲେ ଏବଂ ଏକ ମାସର ରାସନ ସାମଗ୍ରୀ ସହ କିଛି ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ସଂଗଠନର ସାହାର୍ଯ୍ୟରେ ସନ୍ତୋଷ ହୋଇ ସଂଗଠନ କାଳଜୟୀ ହେଉ ବୋଲି ଆର୍ଶୀବାଦ ପରିବାର ପକ୍ଷରୁ କରିଥିଲେ।

You might also like
error: Content is protected !!