ନୟାଗଡ,(ପ୍ରଭାକର ଶିରୋମଣି):-
କଣ୍ଟିଲୋ, ଖଣ୍ଡପଡା ବ୍ଳକ ଅନ୍ତର୍ଗତ କଣ୍ଟିଲୋ ନୀଳମାଧଵ ମହା ବିଦ୍ୟାଳୟ ସଂସ୍କୃତ ବିଭାଗ ତରଫରୁ ନିକଟସ୍ଥ ପଥର ଚକଡା ମା ‘ ନାରାୟଣୀଙ୍କ ପୀଠରେ + ୩ ପ୍ରଥମ ଓ ଦ୍ୱିତୀୟ ଵର୍ଷର ଛାତ୍ର ଛାତ୍ରୀ ମାନେ ଆନୁଷ୍ଠାନିକ ଭାବେ ତୃତୀୟ ଵର୍ଷର ଛାତ୍ର ଛାତ୍ରୀ ମାନଙ୍କୁ ବିଦାୟ ଦେବାପାଇଁ ଏକ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ମଙ୍ଗଳ ବାର ଅନୁଷ୍ଠିତ ହୋଇ ଯାଇଥିଲା l ଆୟୋଜିତ ଏହି ସଭାରେ ମହାବିଦ୍ୟାଳୟ ଅଧ୍ୟକ୍ଷ ଡ଼. ରଣଜିତ କୁମାର ତ୍ରିପାଠୀ ଅଧ୍ୟକ୍ଷତା କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ବିଭାଗୀୟ ମୁଖ୍ୟା ଜୟଶ୍ରୀ ସାହୁ, ଶିକ୍ଷା ବିଭାଗ ର ମୁଖ୍ୟ ରମେଶ ଚନ୍ଦ୍ର ସାହୁ, ଓଡ଼ିଆ ବିଭାଗ ମୁଖ୍ୟ ଡ଼. ନିରୋଦ କୁମାର ମନ୍ତ୍ରୀ ଓ ସଂସ୍କୃତ ବିଭାଗ ଅଧ୍ୟାପିକା ସରଳା ବେହେରା ଯୋଗଦେଇ ପିଲାମାନଙ୍କର ଉଜ୍ୱଳ ଭବିଷ୍ୟତ କାମନା କରିଵା ସହିତ ଉପଦେଶ ମାଧ୍ୟମରେ ବିଭିନ୍ନ ମାର୍ଗ ଦର୍ଶନ କରାଇଥିଲେ l ସଭା ଶେଷରେ ଅଧ୍ୟାପକ ମାନସ ରଞ୍ଜନ ଆଚାର୍ଯ୍ୟ କୃତଜ୍ଞତା ଜଣାଇବା ସଙ୍ଗେ ସଙ୍ଗେ ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l