ତାରାତାରିଣୀ ମହାବିଦ୍ୟାଳୟ ଯୁକ୍ତ ୩ ଛାତ୍ରୀଙ୍କ ଆତ୍ମ ସୁରକ୍ଷା ପ୍ରଶିକ୍ଷଣ ଶିବିର ଉଦଯାପିତ।

ତାରାତାରିଣୀ ମହାବିଦ୍ୟାଳୟ ଯୁକ୍ତ ୩ ଛାତ୍ରୀଙ୍କ ଆତ୍ମ ସୁରକ୍ଷା ପ୍ରଶିକ୍ଷଣ ଶିବିର ଉଦଯାପିତ।

ପୁରୁଷୋତ୍ତମପୁର, (ପ୍ରସନ୍ନ କୁମର ଦାସ):- ସ୍ଥାନୀୟ ତାରାତାରିଣୀ ମହାବିଦ୍ୟାଳୟ ର ଯୁକ୍ତ ୩ ଛାତ୍ରୀଙ୍କ ମାନଙ୍କ ଆତ୍ମ ସୁରକ୍ଷା ପ୍ରଶିକ୍ଷଣ ଶିବିର ଉଦଯାପିତ ହୋଇଯାଇଛି।ଏଥିରେ ସଂଯୋଜିକା ତଥା ଅଧ୍ୟାପିକା ଶ୍ରାବଣୀ ଖଟାଇଙ୍କ ନେତୃତ୍ୱରେ ଦୀର୍ଘ ୧୦ ଦିନ ଧରି ଛାତ୍ରୀଙ୍କ ଆତ୍ମ ସୁରକ୍ଷା ପ୍ରଶିକ୍ଷଣ ଶିବିର ଚାଲୁରହିଥିବା ବେଳେ ଆଜି ଶେଷ ଦିନରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ସୁରେନ୍ଦ୍ର ନାଥ ପଣ୍ଡା ମୁଖ୍ୟଅତିଥି ଭାବେ ଯୋଗଦେଇ ଛାତ୍ରୀ ମାନଙ୍କ ଆତ୍ମ ସୁରକ୍ଷା ପ୍ରଶିକ୍ଷଣ ଶିବିର ଉପରେ ଏହାର ଉପକାରିତା ସମ୍ପର୍କରେ ଆଲୋକପାତ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ବରିଷ୍ଠ ଓଡ଼ିଆ ବିଭାଗ ଅଧ୍ୟାପକ ଡକ୍ଟର ରମେଶ ଚନ୍ଦ୍ର ସେନାପତି ଯୋଗଦେଇ ଛାତ୍ରୀଙ୍କ ଆତ୍ମଜ୍ଞାନ , ଆତ୍ମବଳ ଓ ସୁରକ୍ଷା ଉପରେ ନିଜର ମତ ପ୍ରକାଶ କରିଥିଲେ। ଏହି କାର୍ଯ୍ୟକ୍ରମର ସଂଯୋଜିକା ତଥା ଅଧ୍ୟାପିକା ଖଟାଇ ବର୍ତ୍ତମାନ ସମୟରେ ନାରୀମାନଙ୍କୁ ବିଭିନ୍ନ ପ୍ରକାର ହିଂସା, ଉତ୍ପୀଡନ, ଓ ଅନ୍ୟାୟର ସମ୍ମୁଖୀନ ହେବାକୁ ପଡ଼ୁଛି। ବିଶେଷକରି ଛାତ୍ରୀମାନେ ବିଦ୍ୟାଳୟ, କଲେଜ, ରାସ୍ତା ଓ ଅନ୍ୟାନ୍ୟ ସ୍ଥାନରେ ଅସୁରକ୍ଷିତ ବୋଧ କରୁଛନ୍ତି। ଏହି ପରିସ୍ଥିତିରେ ଛାତ୍ରୀମାନେ ନିଜ ସୁରକ୍ଷା ପାଇଁ ସ୍ୱୟଂସଚେତନ ଓ ସକ୍ଷମ ହେବା ଅତ୍ୟନ୍ତ ଆବଶ୍ୟକ।

ତାରାତାରିଣୀ ମହାବିଦ୍ୟାଳୟ ଯୁକ୍ତ ୩ ଛାତ୍ରୀଙ୍କ ଆତ୍ମ ସୁରକ୍ଷା ପ୍ରଶିକ୍ଷଣ ଶିବିର ଉଦଯାପିତ।

ଏହି ଉଦ୍ଦେଶ୍ୟକୁ ପୂରଣ କରିବା ପାଇଁ ଆୟୋଜିତ କରାଯାଉଛି “ଆତ୍ମ ସୁରକ୍ଷା ତାଲିମ” ବୋଲି ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ ଏବଂ ଏହି ଉତ୍ସବରେ ମହାବିଦ୍ୟାଳୟର ଇତିହାସ ବିଭାଗର ଅଧ୍ୟାପିକା ସୁଶ୍ରୀ ସ୍ୱାଗତିକା ଦାଶଙ୍କ ଆତ୍ମ ସୁରକ୍ଷା ତାଲିମ ମାଧ୍ୟମରେ ଛାତ୍ରୀମାନେ ନିଜ ସ୍ୱାଭିମାନ ଓ ଆତ୍ମବଳ ସହିତ ସମାଜରେ ବିଶ୍ୱାସ ପୂର୍ବକ ଚାଲିପାରିବେ। ଏହି ତାଲିମ କେବଳ ଶାରୀରିକ ସୁରକ୍ଷା ନୁହେଁ, ବରଂ ମାନସିକ ଓ ସାମାଜିକ ଭାବେ ମଧ୍ୟ ମଜବୁତ କରେ ବୋଲି ଅଭିଭାଷଣ ପ୍ରଦାନ କରିଥିବା ବେଳେ କ୍ରୀଡା ଅଧ୍ୟାପକ ଶ୍ରୀ ଶିବ ପ୍ରସାଦ ବେହେରା ,ଅଧ୍ୟାପିକା ସୁଶ୍ରୀ ମୀନାକ୍ଷୀ ଦାସ ପ୍ରମୁଖ ମଞ୍ଚାସ୍ଥିତ ଥିଲେ । ପ୍ରଶିକ୍ଷଣ ଦେଇଥିବା ଦୁଇ ଅଧିକାରୀ ଶ୍ରୀମତୀ ଅର୍ଚ୍ଚନା ଦାଶ ଏବଂ ଶ୍ରୀମତୀ ଅର୍ଚ୍ଚନା ପ୍ରଧାନ ଛାତ୍ରୀଙ୍କ ଉଜ୍ଜଳ ଭବିଷ୍ୟତ କାମନା କରିବା ସହ କିଛି ଆତ୍ମ ସୁରକ୍ଷା କୌଶଳ ବିଦ୍ୟା ର ପ୍ରଦର୍ଶନ କରିଥିଲେ।ପରିଶେଷରେ ଶିକ୍ଷା ବିଭାଗର ଅଧ୍ୟାପିକା ଶ୍ରୀମତୀ ମଞ୍ଜୁଲତା ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

You might also like
error: Content is protected !!