ତୁମୁଡିବନ୍ଧ ସୁଭାଷ ବୋଷ ସ୍ନାତକ ମହାବିଦ୍ୟାଳୟ ଠାରେ ଓଡ଼ିଆ ବୀରପୁତ୍ରମାନଙ୍କ ସ୍ମୃତିଚାରଣ

ତୁମୁଡିବନ୍ଧ,୧୩/୦୪[ସୁକାନ୍ତ କୁମାର ତ୍ରିପାଠୀ )ତୁମୁଡିବନ୍ଧନେତାଜୀ ସୁଭାଷ ବୋଷ ସ୍ନାତକ ମହାବିଦ୍ୟାଳୟ ଠାରେ ଓଡ଼ିଆ ପକ୍ଷ ପାଳନ ଅବସରରେ ଓଡ଼ିଆ ସାହିତ୍ୟ ଏକାଡେମୀ ତରଫରୁ ଓଡ଼ିଆ ବୀରପୁତ୍ରମାନଙ୍କ ସ୍ମୃତିଚାରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା | ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ବକ୍ତା ଭାବରେ ବାଲିଗୁଡା ଆଦିବାସୀ ମହାବିଦ୍ୟାଳୟ ର ଓଡ଼ିଆ ଅଧ୍ୟାପକ ଡ.ବ‌ଭୂତି ଭୂଷଣ ଆଚାର୍ଯ୍ୟ ଯୋଗ ଦେଇଥିଲେ | ମହାବିଦ୍ୟାଳୟ ର ପ୍ରଧାନ ଅଧ୍ଯକ୍ଷ ଡ.ବିଶ୍ୱେଶ୍ବର ଆଚାର୍ଯ୍ୟ ଏବଂ ଅଧ୍ୟାପକ ରମେଶ ଚନ୍ଦ୍ର ଦିଗାଳ, ସୁଶାନ୍ତ ସୁନା, ଦାଶରଥ୍ ଦିଗାଳ,ତୁମୁଡିବନ୍ଧ ସୁଭାଷ ବୋଷ ସ୍ନାତକ ମହାବିଦ୍ୟାଳୟ ଠାରେ ଓଡ଼ିଆ ବୀରପୁତ୍ରମାନଙ୍କ ସ୍ମୃତିଚାରଣ ମଧୁସୂଦନ ମହାଲିକ, ଦୀପ୍ତି ରଞ୍ଜନ ଦିଗାଳ, ତାପସ କୁମାର ପଣ୍ଡା, ଅଧ୍ୟାପିକା ରୀନା ମହାନ୍ତି, ସ୍ବାଗତିକା ସାହୁ, ସୁନିତା ମଲିକ, କ୍ରିଷ୍ଣା ବେହେରା ମଧ୍ୟ ଯୋଗ ଦେଇ ଥିଲେ | ମହାବିଦ୍ୟାଳୟ ର ସମସ୍ତ ଛାତ୍ରଛାତ୍ରୀ ମଧ୍ୟ ଏହି କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିଲେ | ଏହି କାର୍ଯ୍ୟକ୍ରମ ରେ ଓଡ଼ିଆ ବୀରପୁତ୍ରମାନଙ୍କ ର ସ୍ମୃତିଚାରଣ କରାଯାଇଥିଲା | ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଏବଂ ଛାତ୍ରଛାତ୍ରୀ ଙ୍କ ସହ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି, ପରମ୍ପରା କୁ ନେଇ ଆନନ୍ଦ ର ସହ ଏହି କାର୍ଯ୍ୟକ୍ରମ ଟି ପରିବେଷଣ ହୋଇଥୁଲା | ଏହି କାର୍ଯ୍ୟକ୍ରମ ଶେଷରେ ମହାବିଦ୍ୟାଳୟ ର ଅଧ୍ୟାପକ ସୁଶାନ୍ତ ସୁନା ଧନ୍ୟବାଦ ଜ୍ଞାପନ କରିଥିଲେ |

You might also like
error: Content is protected !!