ମହାନଗରର ସ୍ବତନ୍ତ୍ର ବୈଠକ ବ୍ରହ୍ମପୁର

ବ୍ରହ୍ମପୁର,(ରାଜେନ୍ଦ୍ର ସାହୁ):- ବ୍ରହ୍ମପୁର ମହାନଗର ନିଗମର ଏକ ସ୍ବତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଯାଇଛି l ୧୩୫କୋଟି ଟଙ୍କା ଅର୍ଥ ରାଶିକୁ ଖର୍ଚ୍ଚ କରିବା ଦିଗରେ ଆଲୋଚନା କରାଯାଇଛି l ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନା,ଜଳ ନିଷ୍କାସନ,ଏଭଳି କେଉଁ ବାବଦକୁ କେତେ ଖର୍ଚ୍ଚ କରାଯିବ ତାଲିକା ପ୍ରସ୍ତୁତି ଦିଗରେ ଆଲୋଚନା ହୋଇଛି l ମେୟର ସଂଘମିତ୍ରା ଦଳାଇ ଏଥିରେ ଅଧ୍ୟକ୍ଷତା କରିଥିଲେ l କମିଶନର ଭବାନୀ ଶଙ୍କର ମିଶ୍ର ବୈଠକ ଆରମ୍ଭରେ ଅନୁପସ୍ଥିତି ରହିଥିଲେ l ଏହାକୁ ନେଇ କର୍ପୋରେଟରଙ୍କ ମଧ୍ୟରେ ଗୁଞ୍ଜରଣ ଦେଖାଦେଇଥିଲା l କମିଶନରଙ୍କ ଉପସ୍ଥିତିକୁ ନେଇ କିଛି କର୍ପୋରେଟର ଅଡି ବସିଥିଲେ l ପୂର୍ବ ବୈଠକରେ କମିଶନର ଓ କର୍ପୋରେଟରଙ୍କ ମଧ୍ୟରେ ମୁହଁ ଫୁଲା ଫୁଲି ଦେଖାଦେଇଥିଲା l କମିଶନର ଶ୍ରୀ ମିଶ୍ର ନୀରବ ରହି ବୈଠକକୁ ଆସିଥିଲେ l ଶେଷରେ କଳି ତୁଟିଲା l କାର୍ଯ୍ୟ ଯୋଜନା ଦିଗରେ ଆଲୋଚନା ହେଇଥିଲା l ଆଗକୁ ଏହା ସରକାରଙ୍କୁ ପଠାଯିବ l ଯନ୍ତ୍ରୀ ଓ ବରିଷ୍ଠ ଅଧିକାରୀ ଏହି ଅବସରରେ ଉପସ୍ଥିତ ଥିଲେ l

You might also like
error: Content is protected !!