ନୁଆଗଡ ଆୟୁଷ୍ମାନ୍ ଯୋଜନା ଶୁଭାରମ୍ଭ କାର୍ଯ୍ୟକ୍ରମ


ଆର,ଉଦୟଗିରି(ମନୋଜ କୁମାର ପାଢୀ):-
ରାଜ୍ୟରେ ନୂଆ ସରକାର ଆସିବା ପରେ ଆୟୁଷ୍ମାନ୍ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା’ ଓ ‘ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା’ ଏବଂ ‘ଆୟୁଷ୍ମାନ ବୟୋ ବନ୍ଦନା ଯୋଜନା’ ଲାଗୁ ହୋଇଯାଇଛି।କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡା କଟକ ଠାରେ ଏହାର ଶୁଭାରମ୍ଭ କରିଥିବା ବେଳେ ନୁଆଗଡ ବ୍ଳକ ସଦର ମହକୁମାସ୍ଥିତ ମିନି ଷ୍ଟାଡିୟମ ଏବଂ ଖଜୁରୀପଦା ବାବା ସାହେବ ଆମ୍ବେଦକର କଲେଜ ପଡିଆରେ ପ୍ରସାରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଓଡ଼ିଶା ବାହାରେ ରହୁଥିବା ଓଡ଼ିଆ ଲୋକମାନେ ମଧ୍ୟ ଏହି ଯୋଜନାରୁ ଲାଭବାନ ହେବେ। ଏହା ପୁଣି ନିଃଶୁଳ୍କ ମାଧ୍ୟମରେ ନୁଆଗଡ ଓ ଖଜୁରୀପଦା ଠାରେ ଅନୁଷ୍ଠିତ କାର୍ଯ୍ଯକ୍ରମରେ ଉପଜିଲାପାଳ ଅନୁପ ପଣ୍ଡା, ମୁଖ୍ଯ ଅତିଥି ଭାବେ ଯୋଗ ଦେଇ ଏହି ଯୋଜନା ବିଷୟରେ ଲୋକମାନଙ୍କୁ ଅବଗତ କରାଇଛନ୍ତି । ନୁଆଗଡ ବ୍ଲକର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଲୋକନାଥ ଶବର, ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ତ୍ରିଶୂଲ ସେନାପତି,ବ୍ଳକ ଅଧ୍ୟକ୍ଷା ମାଳତୀ ପ୍ରଧାନ, ଉପାଧ୍ୟକ୍ଷ ନିହିମିୟା ରଇତ,ତହସିଦାର ମୋନାଲିସା ଆଚାରୀ, ବରିଷ୍ଠ ବିଜେପି ନେତା, ବହୁ ଜନପ୍ରତିନିଧି, ବହୁ ସଂଖ୍ୟାରେ ମହିଳା ମାନେ ଉପସ୍ଥିତ ଥିଲେ। ଏହି ଅବସରରେ କିଛି ହିତାଧିକାରୀଙ୍କୁ କାର୍ଡ ବଣ୍ଟନ କରାଯାଇଥିଲା। ଆଗାମୀ କିଛି ଦିନ ମଧ୍ୟରେ ସମସ୍ତ ହିତାଧିକାରୀ ମାନଙ୍କୁ ଉକ୍ତ କାର୍ଡ ପ୍ରଦାନ କରାଯିବ ବୋଲି ସୂଚନା ମିଳିଛି।

You might also like
error: Content is protected !!