ମାଆ ତାରାତାରିଣୀ ମନ୍ଦିରରେ ପୂଜା ହେଲା ଅଧର ପଣା

( ଚୈତ୍ର ଯାତ୍ରାରେ ବୁଲୁଥିବା ଅଶରୀରୀ, ପ୍ରେତାତ୍ମା, ପିଶାଚ,ଯୋଗିନୀ,ଡାକିନୀଙ୍କ ସନ୍ତୁଷ୍ଟି ପାଇଁ )

ମାଆ ତାରାତାରିଣୀ ମନ୍ଦିରରେ ପୂଜା ହେଲା ଅଧର ପଣା

ପ୍ରସନ୍ନ କୁମାର ଦାସ :- ଆଜି ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମାଁ ତାରାତାରିଣୀଙ୍କ ଅଧରପଣା ନୀତି ଅନୁଷ୍ଠିତ ହୋଇଯାଇଛି । ଦୀର୍ଘ ଏକ ମାସ ଧରି ମା’ଙ୍କ ପୀଠ ରେ ମହାଆଡମ୍ବରରେ ଅନୁଷ୍ଠିତ ହୋଇଥିବା ଚୈତ୍ର ଯାତ୍ରା ର ଆଜି ଶେଷଦିନ ବା ପୂର୍ଣମୀ ହୋଇଥିବାରୁ ମା ଙ୍କ ନିକଟରେ ଲାଗିହୋଇଛି ଅଧରପଣା । ଖିର,ଘିଅ,ନବାତ, କଦଳୀ, ନଡ଼ିଆ, ଛେନା ଭଳି ବିଭିନ୍ନ ପ୍ରକାର ସାମଗ୍ରୀ ରେ ପଣା ପ୍ରସ୍ତୁତ କରାଯାଇ ମା ଙ୍କ ନିକଟରେ ଲାଗି କରାଯିବା ପରେ ପଣା ହାଣ୍ଡି କୁ ଭାଙ୍ଗି ଦିଆଯାଇଥାଏ । ଚୈତ୍ର ଯାତ୍ରା ଲାଗି ମା ଙ୍କ ପୀଠକୁ ଆମନ୍ତ୍ରିତ ଦେବୀ ମାନଙ୍କୁ ଶେଷ ଦିନରେ ଅଧରପଣା ଜ୍ଞାପନ କରାଯାଇ ବିଦାୟ କରାଯିବା ବିଶ୍ୱାସ ରହିଛି ଏବଂ ଯାତ୍ରାରେ ବୁଲୁଥିବା ଆଶରୀରୀ, ପ୍ରେତାତ୍ମା, ଯୋଗିନୀ, ଡାକିନୀ, ପିଶାଚ, ମାନଙ୍କୁ ଏହି ଅଧର ପଣା ଦେଇ ବିଶ୍ୱାସ ରେ ବାହାର କରିଦେବାର ବିଧାନ ରହିଛି, ସେବାୟତ ସଙ୍ଘର ସଭାପତି ତପନ କୁମାର ରଣା, ମୁଖ୍ୟ ସେବାୟତ ବାପୁଜୀ ରଣାଙ୍କ ସଂଯୋଜନାରେ ଏବଂ ଅନ୍ୟ ସେବାୟତ ମାନେ ଯଥା ଜଗନ୍ନାଥ ରଣା ଦୁର୍ଗା ପ୍ରସାଦ ରଣା, ରାମଚନ୍ଦ୍ର ରଣା, କୈଳାସ ଚନ୍ଦ୍ର ରଣା, ଧ୍ରୁବ ଚରଣ ରଣା, ଦୁର୍ଗା ମାଧବ ରଣା, ଟୁନା ରଣା, ମିଟୁ ରଣା, ଦୀପକ ରଣା, ଅଶୋକ ରଣା, ପ୍ରକାଶ ଚନ୍ଦ୍ର ରଣା, ଅମୁଲ୍ୟ ରଣା, ସନାତନ ରଣା, ଶିବରାମ ରଣା, ଅକ୍ଷୟ ରଣା, ସୂର୍ଯ୍ୟ ରଣା ଙ୍କ ସହିତ ଅନ୍ୟ ସେବାୟତ ମାନଙ୍କ ସହଯୋଗ ରେ ତିନିଗୋଟି ବଡ଼ ମାଟି ହାଣ୍ଡିକୁ ଚିତ୍ର ବିଚିତ୍ରରେ ଅଙ୍କନ କରିଲା ପରେ ତାହାକୁ ଧୋଇ ସେଥିରେ କ୍ଷୀର, ଛେନା, ନବାତ, ପାଚିଲା ପକ୍ଵଫଳ କୁ ଛୋଟ, ଛୋଟ କରି କାଟି ଏହି ମାଟିହଣ୍ଡାରେ ପକାଇ ତାକୁ ଭଲଭାବେ ମିଶାଯାଏ ଏବଂ ପଣା ଉପରେ ଗୁଜୁରାତି,ଓ ଗୋଲ ମରିଚ ଗୁଣ୍ଡ ମିଶାଇ ଦିଆଯାଏ ଏବଂ ଦୁଇ ଭଉଣୀଙ୍କ ପାଖରେ ଭୋଗ ଲାଗି, ଆଳତି ପରେ ସେହି ପଣା ହାଣ୍ଡି ଗୁଡିକ ସେବାୟତ ମାନେ ମୁଣ୍ଡରେ ଧରିଥାନ୍ତି, ଏବଂ ଅନ୍ୟ ସେବାୟତ ଓ ଭକ୍ତ ମାନେ ଢୋଲ, ମହୁରୀ, ଘଣ୍ଟ, ମୃଡୁଙ୍ଗ, ଗିନି ର ତାଳେ, ତାଳେ, ମାଆ ଙ୍କ ଜୟଗାନ କରି ବେଢା ବୁଲିବା ପରେ,ପାହାଡ଼ ଉପର ସମ୍ମୁଖ ସିଂହଦ୍ୱାର ପାବଛ ରାସ୍ତରେ ସେଗୁଡିକୁ ଅଦୃଶ୍ୟ ଶକ୍ତି ମାନଙ୍କ ଉଦେଶ୍ୟରେ ପଣା ହାଣ୍ଡିଗୁଡିକ କୁ ତଳେ ପକେଇ ଦିଆ ଯାଏ । ବିଶ୍ୱାସ ଓ ଲୋକ କଥା ଆନୁସାରେ ଚତୁଃପାର୍ଶ୍ଵରେ ବୁଲୁଥିବା ଏହି ଅଦୃଶ୍ୟ ଶକ୍ତି ମାନେସେହି ସୁସ୍ୱାଦୁ ପଣାକୁ ପିଇ ବହୁତ ଖୁସି ହୋଇ ଅନ୍ୟତ୍ର ପଳାୟନ କରନ୍ତି । ତେଣୁ ଚୈତ୍ର ଯାତ୍ରା ସରିବା ପରେ ପୂର୍ଣ୍ଣମୀ ଦିନ ଏହି ଅଧର ପଣା ନୀତି ସମ୍ପର୍ଣ କରାଯାଇଥାଏ ।

You might also like
error: Content is protected !!