ବିଜେପିର ଆୟୁଷ୍ମାନ ଯୋଜନା ଶୁଭାରମ୍ଭ

 ନୟାଗଡ,(ପ୍ରଭାକର ଶିରୋମଣି):- କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ କ୍ରମେ ସମଗ୍ର ଓଡ଼ିଶାରେ ଆୟୁଷ୍ମାନ ଭାରତ ପ୍ରଧାନ ମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା, ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଏବଂ ଆୟୁଷ୍ମାନ ଵୟୋ ବନ୍ଦନା ଯୋଜନା କାର୍ଯ୍ୟକ୍ରମ  ଶୁକ୍ରବାର ଠାରୁ ଆରମ୍ଭ ହୋଇଛି l ଏହି ପରିପ୍ରେକ୍ଷୀରେ ନୟାଗଡ  ଜିଲ୍ଲା ଖଣ୍ଡପଡା ବ୍ଳକ ଅନ୍ତର୍ଗତ କଣ୍ଟିଲୋ ଗ୍ରାମ ପଞ୍ଚାୟତ ପକ୍ଷରୁ ମାଘମେଳା ପଡିଆ ଠାରେ ବିଜେପିର ଆକାଂକ୍ଷୀତ ” ଆୟୁଷ୍ମାନ ଭାରତ ” ସ୍ୱାସ୍ଥ୍ୟ କାର୍ଡ ବିତରଣ ଉଦ୍ଦେଶ୍ୟ ରେ ୫୦୦ରୁ ଉର୍ଦ୍ଧ୍ୱ ମହିଳା ଓ ପୁରୁଷ ଙ୍କ ସମାବେଶ ରେ ଏକ ସଭା ଅନୁଷ୍ଠିତ ହୋଇଥିଲା କଣ୍ଟିଲୋ ସରପଞ୍ଚ ଶ୍ରୀୟାରାଣୀ ବେହେରା ଙ୍କ ସଭାପରିତ୍ୱରେ  ଆୟୋଜିତ ଏହି ସଭା ରେ କଣ୍ଟିଲୋ ଜିଲ୍ଲା ପରିଷଦ ସଭ୍ୟା ଉଜ୍ଜଳ ମହାରଣା, ନୟାଗଡ ଜିଲ୍ଲା ଅତିରିକ୍ତ ଚିକିତ୍ସା ଅଧିକାରୀ ଏ. କେ. ଖାଁ, ନୂଆ ଗଡିଆ ସାହି ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ର ନୋଡାଲ ଅଫିସର ଡ. ଅଭିସାର ପଣ୍ଡା, କଣ୍ଟିଲୋ ପ୍ରାଥମିକ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ନୋଡାଲ ଅଫିସର ମାନସ ରଞ୍ଜନ ସାହୁ, ସିଧାମୁଳା ସରପଞ୍ଚ ଗୀତାଞ୍ଜଳି ଜେନା, ଖଣ୍ଡପଡା ଅତିରିକ୍ତ ଗୋଷ୍ଟୀ ଉନ୍ନୟନ ଅଧିକାରୀ ଝାଡ଼େଶ୍ୱର ଦାସ, ବେଣା ଗାଡ଼ିଆ ସରପଞ୍ଚ  ବଳରାମ ମଲ୍ଲିକ ଓ ସିଂଘାପଡା ସରପଞ୍ଚ ସୁନୀଲ ପ୍ରଧାନ ପ୍ରମୁଖ ଅତିଥି ଭାବରେ  ଯୋଗ ଦେଇଥିଲେ l କଣ୍ଟିଲୋ ପଞ୍ଚାୟତ ସମେତ ବଡ ବାଣପୁର, ସିଧାମୂଳା, ବେଣା ଗାଡ଼ିଆ, ବୋଦସା. ମର୍ଦରାଜ ପୁର ନୂଆ ଗଡିଆ ସାହି ଓ ସିଂଘାପଡା ପଞ୍ଚାୟତ ସମେତ ୮ ଟି ଅଞ୍ଚଳ ରୁ ୬୦୦ ରୁ ଉର୍ଦ୍ଧ୍ୱ  ହିତାଧିକାରୀ ଙ୍କୁ ଏହି ଯୋଜନା ରେ ଅନ୍ତର୍ଭୁକ୍ତ କରାଯାଇ ପ୍ରଥମ ପର୍ଯ୍ୟାୟରେ ୧୦ ଟି ଡମୀ କାର୍ଡ ଅଥିତି ମାନେ ବଣ୍ଟନ କରି ଏହାର କାର୍ଯ୍ୟକାରିତା ଉପରେ ଅତିଥି ମାନେ  ଆଲୋକ ପାତ କରିଵା ସଙ୍ଗେ ସଙ୍ଗେ ୭୦ ବର୍ଷରୁ ଉର୍ଦ୍ଧ୍ୱ ସମସ୍ତ ବରିଷ୍ଠ ନାଗରିକ ମାନଙ୍କୁ ଏହି ଆୟୁଷ୍ମାନ କାର୍ଡ ଯୋଗାଇ ଦେବାକୁ ବିଜେପି ସରକାର ଙ୍କ ଲକ୍ଷ୍ୟ ବୋଲି ଥିଲେ l ଏହି ସଭାରେ ଉପସ୍ଥିତ ଅତିଥି ମାନଙ୍କୁ କଣ୍ଟିଲୋ ସରପଞ୍ଚ ଶ୍ରୀମତୀ ବେହେରା ପୁଷ୍ପ ଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ମାନିତ କରିଥିଲେ l ଏହି କାର୍ଯ୍ୟକ୍

You might also like
error: Content is protected !!