ଗଜପତି ଜିଲ୍ଲାରେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ଯ ଯୋଜନା, ଗୋପବନ୍ଧୁ ଜନ ଆରୋଗ୍ଯ ଯୋଜନା ଏବଂ ଆୟୁଷ୍ମାନ ବୟୋବନ୍ଦନା ଯୋଜନାର ଶୁଭାରମ୍ଭ

ଆର,ଉଦୟଗିରି(ମନୋଜ କୁମାର ପାଢୀ):-

ଗଜପତି ଜିଲ୍ଲାର ମୋଟ ୨୨ ଟି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଓ ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆୟୁଷ୍ମାନ ଭାରତ ଜନ ଆରୋଗ୍ଯ ଯୋଜନା, ଗୋପବନ୍ଧୁ ଜନ ଆରୋଗ୍ଯ ଯୋଜନା ଏବଂ ଆୟୁଷ୍ମାନ ବୟୋ ବନ୍ଦନା ଯୋଜନା ର ଶୁଭାରମ୍ଭ ହୋଇଯାଇଛି | ଆନୁଷ୍ଠାନିକ ଭାବେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ଯ ଯୋଜନା- ଗୋପବନ୍ଧୁ ଜନ ଆରୋଗ୍ଯ ଯୋଜନା ର ରାଜ୍ୟସ୍ତରୀୟ ଶୁଭାରମ୍ଭ କାର୍ଯ୍ୟକ୍ରମ କଟକର ବାଲିଯାତ୍ରା ପଡିଆ ଠାରୁ ସିଧା ପ୍ରସାରଣ କରାଯାଇଥିଲା।ରାଜ୍ୟର ସମସ୍ତ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏକକାଳୀନ ଏହି ଯୋଜନା ଗୁଡିକର ଶୁଭାରମ୍ଭ କରଯାଇଥିଲା |ଏହି ଅବସରରେ ଗଜପତି ଜିଲ୍ଲା ଗୋସାଣୀ ବ୍ଲକ ଅନ୍ତର୍ଗତ ଗାରାବନ୍ଧ ସରକାରୀ ଶ୍ରୀ ଭେଙ୍କଟେଶ୍ୱର ଉଚ୍ଚ ବିଦ୍ୟାଳୟ ପଡ଼ିଆ ଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀଯୁକ୍ତ ବିଜୟ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ମାନ୍ୟବର ବିଧାୟକ ପାରଳାଖେମୁଣ୍ଡି ଶ୍ରୀଯୁକ୍ତ ରୁପେଶ କୁମାର ପାଣିଗ୍ରାହୀ ଯୋଗଦେଇଥିଲେ ଓ ସମ୍ମାନିତ ଅତିଥି ଭାବରେ ଗୋସାଣୀ ପଞ୍ଚାୟତ ସମିତି ଅଧ୍ୟକ୍ଷ ଶ୍ରୀ ଏନ.ଵୀରାରାଜୁ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଗୌର ଚନ୍ଦ୍ର ପଟ୍ଟନାୟକ,ମୁଖ୍ୟ ଜିଲ୍ଲା ଚିକିତ୍ସା ଅଧିକାରୀ ଡ଼.ମହମ୍ମଦ ମୁବାରକ ଅଲ୍ଲୀ ପ୍ରମୁଖ ମଞ୍ଚାସିନ ଥିଲେ। କାର୍ଯ୍ୟକ୍ରମ ପରେ ପରେ ସ୍ୱାସ୍ଥ୍ୟ ସଚେତନା ରଥକୁ ପତାକା ଦେଖାଇ ଶୁଭାରମ୍ଭ । କରାଯାଇଥିଲା । ଏହା ସମସ୍ତ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଅଞ୍ଚଳ, ସମସ୍ତ ଗ୍ରାମ ପଞ୍ଚାୟତ ଓ ଗ୍ରାମ ଗୁଡ଼ିକରେ ସଚେତନତା ରଥ ପ୍ରଚାର ପ୍ରସାର କରାଯିବା | ଜିଲ୍ଲାର ମୋଟ ୨ ଲକ୍ଷ ୫୭ ହଜାର କାର୍ଡ ବର୍ତ୍ତମାନ ବଣ୍ଟନ କରାଯିବ ଓ ଆଗାମୀ ଦିନରେ ସମସ୍ତ ହିତାଧିକାରୀଙ୍କୁ କାର୍ଡ ବଣ୍ଟନ କରାଯିବ । ସୂଚନା ଯୋଗ୍ୟ ଯେ ଓଡ଼ିଶାର ସମସ୍ତ ଜନସାଧାରଣଙ୍କ ପାଇଁ ଆୟୁଷ୍ମାନ ଭାରତ ଜନ ଆରୋଗ୍ଯ ଯୋଜନା, ଗୋପବନ୍ଧୁ ଜନ ଆରୋଗ୍ଯ ଯୋଜନା ଏବଂ ଆୟୁଷ୍ମାନ ବୟୋ ବନ୍ଦନା ଯୋଜନା ସମଗ୍ର ଓଡିଶା ରେ କାର୍ଯ୍ୟକାରୀ କରାଗଲା । ଏହି କାର୍ଡ ମାଧ୍ଯମରେ ଆଗାମୀ ଦିନରେ ଜିଲ୍ଲାର ସମସ୍ତ ହିତାଧିକାରୀ ଉପକୃତ ହେବେ | ସେମାନଙ୍କ ପରିବାର ପିଛା ବାର୍ଷିକ ୫ ଲକ୍ଷ ଟଙ୍କା ଏବଂ ପରିବାରର ମହିଳା ସଦସ୍ୟଙ୍କ ନିମନ୍ତେ ଅତିରିକ୍ତ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦେୟମୁକ୍ତ ଚିକିତ୍ସା ମିଳିବ | ସମସ୍ତ ହିତାଧିକାରୀଙ୍କୁ ସେମାନଙ୍କର କାର୍ଡ ପର୍ଯ୍ୟାୟକ୍ରମେ ଯୋଗାଇ ଦିଆଯିବ ବୋଲି ଜିଲ୍ଲାପାଳ ସଚେତନତାର ବାର୍ତ୍ତା ପ୍ରଦାନ କରିଥିଲେ l ନୂତନ ହିତାଧିକାରୀ ତାଲିକା ଭୂକ୍ତ ହସ୍ପିଟାଲ ଗୁଡିକରେ ନିଜର ଆଧାର କାର୍ଡ ଏବଂ ବର୍ତମାନ ପାଖରେ ଉପଲବ୍ଧ ଥିବା ସ୍ୱାସ୍ଥ୍ୟ କାର୍ଡ ନମ୍ବର ଦେଇ ଚିକିତ୍ସା ପାଇପାରିବେ | ସମ୍ପୃକ୍ତ ଅଂଚଳର ଆଶା କର୍ମୀ,ବହୁମୁଖୀ ସ୍ୱାସ୍ଥ୍ୟ କର୍ମୀ ମାନଙ୍କ ସହାୟତାରେ ଗ୍ରାମ୍ୟ ସ୍ତରରେ ହିତାଧିକାରୀ ମାନଙ୍କୁ କାର୍ଡ ବଣ୍ଟନ କରିବେ | ସମସ୍ତ ଯୋଗ୍ୟ ହିତାଧିକାରୀମାନେ ସମଗ୍ର ଦେଶରେ ୨୯୦୦୦ ହଜାର ତାଲିକାଭୁକ୍ତ ଘରୋଇ ଓ ସରକାରୀ ହସ୍ପିଟାଲ ରେ ଦେୟମୁକ୍ତ ଚିକିତ୍ସା ପାଇପାରିବେ |ଯେ କୌଣସି ହିତାଧିକାରୀ ଆପତି ଅଭିଯୋଗ ଥାଏ ତେବେ ସ୍ଵାସ୍ଥ୍ୟ ବିଭାଗ ଟୋଲପ୍ରି ନମ୍ବର ୧୦୪ ଏବଂ ୧୫୫୩୬୯ ରେ ଯୋଗାଯୋଗ କରି ଅଧିକ ସହାୟତା ପାଇପାରିବେ । ସେହିପରି ପାରଳାଖେମୁଣ୍ଡି ପୌର ପରିଷଦ ସହରାଞ୍ଚଳ ପ୍ରାଥମିକ ଚିକିତ୍ସା କେନ୍ଦ୍ର ପରିସର ଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ମାନ୍ୟବର ବିଧାୟକ ଶ୍ରୀ ରୁପେଶ କୁମାର ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବରେ ପ୍ରକଳ୍ପ ପ୍ରଶାସକ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ପାରଳାଖେମୁଣ୍ଡି, ପୌରପରିଷଦ ଅଧ୍ୟକ୍ଷା ଶ୍ରୀମତୀ ନିର୍ମଳା ସେଠୀ ଓ ନିର୍ବାହୀ ଅଧିକାରୀ ପୌର ପରିଷଦ ଶ୍ରୀ ଲକ୍ଷ୍ମଣ କୁମାର ମୁର୍ମୁ ପ୍ରମୁଖ ଯୋଗଦେଇଥିଲ।ଏହି ଶୁଭାରମ୍ଭ କାର୍ଯ୍ୟକ୍ରମରେ ଜିଲ୍ଲାର ପ୍ରତ୍ୟେକ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଓ ସହରାଞ୍ଚଳରେ ମାନ୍ୟଗଣ୍ୟ ଅତିଥି, ସ୍ଥାନୀୟ ଜନପ୍ରତିନିଧି ଓ ହିତାଧୀକାରୀମାନେ ଯୋଗଦାନ କରିଥିଲେ l

Smart Computer Ad
You might also like
error: Content is protected !!