ନଳକୂପରୁ ବାହାରୁଛି ଦୂଷିତ ପାଣି, ଏହାକୁ ପିଇ ରୋଗାକ୍ରାନ୍ତ ହେଉଛନ୍ତି ଗ୍ରାମବାସୀ

ଆର,ଉଦୟଗିରି,(ମନୋଜ କୁମାର ପାଢୀ):- ନଳକୂପରୁ ବାହାରୁଛି ନାଲି ପାଣି। ସେହି ଦୂଷିତ ପାଣି ପିଇ ନାନା ରୋଗର ଶିକାର ହେଉଛନ୍ତି ଗ୍ରାମବାସୀ। ଯେଉଁ ପାଣି ପାଟିରେ ବି ମାରି ହେବନି, ତୃଷା ମେଣ୍ଟାଇବା ପାଇ ବାଧ୍ୟ ହୋଇ ଗ୍ରାମବାସୀ ସେହି ପାଣି ପିଉଛନ୍ତି। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଗଜପତି ଜିଲା ମୋହନା ବ୍ଲକ କାର୍ଯ୍ୟାଳୟଠାରୁ ମାତ୍ର ୩ କିମି ଦୂରରେ ଅବସ୍ଥିତ ଖାରିକୁଆ ଗାଁରେ। ଏହି ଗାଁରେ ୨୫ ପରିବାର ବସବାସ କରୁଥିବା ବେଳେ ଗାଁରେ ରହିଛି ମାତ୍ର ଗୋଟିଏ ନଳକୂପ। କୂଅ ପାଣି ଶୁଖିଯାଇଛି। ନଳକୂପରୁ ମାତ୍ର ଦୁଇ ମାଠିଆ ପାଣି ବାହାରିବା ପରେ ଆଉ ବହାରୁନି। ଯେଉଁ ପାଣି ବହାରୁଛି ତାହା ପିଇବା ଯୋଗ୍ୟ ନାହିଁ। ମୋହନା ଅଞ୍ଚଳ ପାହାଡ଼ିଆ ହୋଇଥିବାବେଳେ ନଳକୂପ ଖନନ ବେଳେ କମ ଖନନ କରାଯାଉଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ। ପିଇବା ପାଣି ପାଇଁ କିଭଳି ସମସ୍ୟା ଭୋଗୁଛନ୍ତି ଗ୍ରାମବାସୀ ସେ ନେଇ ମୋହନା ବିଡ଼ିଓ ରାଜୀବ ଦାସଙ୍କୁ ପଚାରି ବୁଝିବାରୁ ଦୁଇଦିନ ମଧ୍ୟରେ ସମସ୍ୟାର ସମାଧାନ କରାଯିବ ବୋଲି କହିଛନ୍ତି।

You might also like
error: Content is protected !!