ଲୋକକଳା ପାଇଁ ଦିନଟିଏ, ଯୁବ ନାଟ୍ୟକାର ଙ୍କୁ ସମ୍ବର୍ଦ୍ଧନା

କନ୍ଧମାଳ: ୧୦/୦୪ [ସୁକାନ୍ତ କୁମାର ତ୍ରିପାଠୀ]ଓଡ଼ିଆ ପକ୍ଷ ପାଳନ ଅବସରରେ ଗୁରୁବାର ଦିନ କନ୍ଧମାଳ ଜ଼ିଲ୍ଲା ଖଜୁରୀପଡା ରେ ଜ଼ିଲ୍ଲା ପ୍ରଶାସନ ର ସଂସ୍କୃତି ବିଭାଗ ପକ୍ଷରୁ ଲୋକକଳା ପାଇଁ ଦିନଟିଏ ଦିବସ ପାଳିତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ କନ୍ଧମାଳ ଜ଼ିଲ୍ଲା ର 12 ଗୋଟି ବ୍ଳକ କଳାକାରମାନେ ଯୋଗଦେଇ ଦେଇଥିଲେ l ମୁଖ୍ୟ ଅତିଥିଭାବେ ଫୁଲବାଣୀ ବିଧାୟକ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜ଼ିଲ୍ଲାପାଳ କୁଶଳ ଚନ୍ଦ୍ର ନାୟକ, ପଦ୍ମଶ୍ରୀ ଶ୍ରୀମତୀ ପୂର୍ଣ୍ଣମାସି ଯାନୀ, ଖଜୁରୀପଡା ବ୍ଳକ ଅଧକ୍ଷl ଅନିମା କହଁର ବିଡ଼ିଓ ଶୁଭ ଦତ୍ତାତ୍ରୟ ବାହିନୀପତି, ଜ଼ିଲ୍ଲାପରିଷଦ ସଭ୍ୟ ଶ୍ରୀମତୀ ଉର୍ବଶୀ ଡିଗାଲ ଙ୍କ ସମେତ ବ୍ଳକ ର ସମସ୍ତ ସରପଞ୍ଚ ସମିତି ସଭ୍ୟ ଯୋଗଦେଇ ଦେଇ ସରକାରଙ୍କ ଯୋଜନାକୁ ଲୋକକଳା ପାଇଁ ଦିନଟିଏ, ଯୁବ ନାଟ୍ୟକାର ଙ୍କୁ ସମ୍ବର୍ଦ୍ଧନାଉଚ୍ଚ ପ୍ରଶଂସା କରିଥିଲେ। ସଭାକାର୍ଯ୍ୟ ପ୍ରାରମ୍ଭ ରେ ଆମନ୍ତ୍ରିତ ଅତିଥି ଗଣ ଜଗତର ନାଥ ଜଗନ୍ନାଥ ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ ସହ ପ୍ରଦୀପ ପ୍ରଜ୍ଜଳନ କରିଥିଲେ l ଏହି ଅବସରରେ ଜ଼ିଲ୍ଲା ର ବହୁ ବିଶିଷ୍ଟ କଳାକାର ଙ୍କୁ ସମ୍ମାନିତ କରାଯାଉ ଥିଲା l ବାଲିଗୁଡା ଅଞ୍ଚଳ ର ଅଗ୍ରଣୀ ସଂlସ୍କୃତିକ ଅନୁଷ୍ଠାନ କନ୍ଧମାଳ କଳା ବିକାଶ କେନ୍ଦ୍ର ର ସମ୍ପାଦକ, ନାଟ୍ୟକାର, ଅଭିନେତା ତଥା ବରିଷ୍ଠ ସାମ୍ୱାଦିକ ପ୍ରମୋଦ କୁମାର ଦଣ୍ଡସେନା ଙ୍କୁ ନିଜ ର କଳା ନୈପୁଣ ପାଇଁ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ଗଣ ସମ୍ବର୍ଦ୍ଧନା ସହ ମାନପତ୍ର ପ୍ରଦାନ କରାଯାଇ ଥିଲା l

Smart Computer Ad
You might also like
error: Content is protected !!