୧୫ରେ କଂଗ୍ରେସର ବ୍ଳକସ୍ତରିୟ କେଣ୍ଡଳ ସଭାଯାତ୍ରା ନେଇ ପ୍ରସୃତି ବୈଠକ ଅନୁଷ୍ଠିତ

ଆର,ଉଦୟଗିରି(ମନୋଜ କୁମାର ପାଢୀ):- ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ନିଦ୍ଦେଶ କ୍ରମେ ଗଜପତି ଜିଲ୍ଲା ରା,ଉଦୟଗିରି ବ୍ଳକ କଂଗ୍ରେସ କମିଟି ପକ୍ଷରୁ ସ୍ଥାନୀୟ କଲ୍ୟାଣମଣ୍ଡପ ଠାରେ ପ୍ରସୃତି ବୈଠକ ଅନୁଷ୍ଠିତ ହୋଇଥିଲା । ଆସନ୍ତା ୧୫ ତାରିଖରେ ବ୍ଳକସ୍ତରିୟ କେଣ୍ଡଳ ସଭାଯାତ୍ରା ହେବା ସମ୍ପର୍କରେ ଆଲୋଚନା ହୋଇଥିଲା । ଏଥିରେ ମୋହନା କଂଗ୍ରେସ ପର୍ଯ୍ୟବେକ୍ଷକ ଲକ୍ଷ୍ମଣ ବଳିଆରସିଂ, ବିଧାୟକ ପ୍ରତିନୀଧି ଗୋପାଳ ଦଳେଇ ,ବ୍ଳକ କଂଗ୍ରେସ ସଭାପତି ଲକ୍ଷ୍ମୀ ପାଇକ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା । ଅନ୍ୟ କଂଗ୍ରେସ କର୍ମୀମାନେ ହେଲେ ଶବରପୋଲି ସମିତିସଭ୍ୟ ମାଣିକ ପାଇକ, ଜିରିମିୟା ରଇତ, ଗୋରେଖ ପ୍ରଧାନ, ବିଜୟ ଲିମା,ସାମଶନ ମଳିକ, ଜୟରାମ ରଇତ, ଏଲିଅ ରଇତ, ଫିଲିପି ମାଲି, ସେଖର ଗୌଡ, ପାଉଳ ମଡଙ୍ଗୀଆ, ବସ୍ତିଗୁଡା ସମିତିସଭ୍ୟ ବିଜୟ ଲିମା, ସୀମା ସାହୁ, ନିରିମିୟ ମଣ୍ଡଳ, ଓ ଭୀମ ରଇତଙ୍କ ସମେତ ବରିଷ୍ଠ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ । ଏକ ପ୍ରସ୍ତୃତି ବୈଠକରେ ରାଜ୍ୟରେ ନାରୀ ନିର୍ଯ୍ୟାତନା ଦିନକୁ ଦିନ ବଢି ଚାଲିଥିବା, ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ, ନିର୍ବାଚନ ଇସ୍ତାହାରରେ ଦେଇଥିବା ପ୍ରତିଶୃତି ବିଜେପି ସରକାର ଗଠନର ୧୦ ମାସ ପରେ ବି ରକ୍ଷା କରିପାରୁ ନଥିବା ଅଭିଯୋଗ କରିଥିଲେ । କେବଳ ଯୋଜନା କରିବାରେ ରାଜ୍ୟ ସରକାର ବ୍ୟସ୍ତ ଥିବା ବେଳେ ସମଗ୍ର ରାଜ୍ୟରେ ମହିଳାଆଉ ସୁରକ୍ଷିତ ମଣୁ ନାହାନ୍ତି ।

You might also like
error: Content is protected !!