ଗ୍ୟାସର ଦରବୃଦ୍ଧି ଅତିଶୀଘ୍ର ପ୍ରତ୍ୟାହାର କର ଦାବିରେ ପ୍ରତିବାଦ

ବ୍ରହ୍ମପୁର, ବିଚିତ୍ର ସାହୁ :ଗ୍ୟାସର ଦରବୃଦ୍ଧି ପ୍ରତ୍ୟାହାର ଦାବିରେ ସିପିଏମ ପକ୍ଷରୁ ଆଜି କମାପଲି ଛକଠାରେ ଏକ ପ୍ରତିବାଦ କାର୍ଯ୍ୟକ୍ରମ ସଂଗଠିତ ହୋଇଯାଇଛି।ଏଥିରେ ପାର୍ଟି ପକ୍ଷରୁ ଗ୍ୟାସ ସିଲିଣ୍ଡରରେ ୫୦ଟଙ୍କା ବୃଦ୍ଧି ସମ୍ପୂର୍ଣ୍ଣ ଭାବେ ଜନବିରୋଧୀ ଏବଂ ଲୋକଙ୍କ ଉପରେ ଏହା ପୁଣି ୭ହଜାର କୋଟି ଟଙ୍କାର ଟିକସ ବୋଝ ପଡିବ।ସେହିଭଳି ପେଟ୍ରୋଲ ଓ ଡିଜେଲ ଉପରେ ୨ ପ୍ରତିଶତ ଅତିରିକ୍ତ ପୁଣିଥରେ ୩୨ହଜାର କୋଟିର ଟିକସ ଭାର ଦେଶ ବାସୀଙ୍କୁ ଦେବାକୁ ହେବ। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ସାଙ୍ଘାତିକଭାବେ ହ୍ରାସ ପାଇଥିବାବେଳେ ଗ୍ୟାସରେ ୫୦ ଟଙ୍କା ଓ ପେଟ୍ରୋଲ ଡିଜେଲରେ ୨ପ୍ରତିଶତ ଅତିରିକ୍ତ ଅବକାରୀ ଶୁଳ୍କ କେବଳ ଲୋକଙ୍କ ପକେଟ କାଟ ସଦୃଶ।ତେଣୁ ଏହାକୁ ଅତିଶୀଘ୍ର ପ୍ରତ୍ୟାହାର କରିବା ପାଇଁ ଦାବି କରିଥିଲେ।ନଚେତ ଏହା ବିରୋଧରେ ଆନ୍ଦୋଳନ କରାଯିବ ବୋଲି ଘୋଷଣା କରିଥିଲେ।ଆଜିର ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସମ୍ପାଦକ ଯୁଧିଷ୍ଠିର ବେହେରା, ପ୍ରତାପ ଚୌଧୁରୀ, ଶିଵ ପ୍ରସାଦ ମହାପାତ୍ର, ଗୋକୁଳ ତ୍ରିପାଠୀ,କେଶବ ଗୌଡ଼, ଚିଟି ବାବୁ, ରାଜରାଓ, ଗୋପାଳ ପାଣିଗ୍ରାହୀ,ରଞ୍ଜନ ପାତ୍ର, ମଧୁ ବେହେରା, ନୀଳ ମାଧବ ରଥ, ଲୋକନାଥ ଖୁଣ୍ଟିଆ ଓ ପୁରୁଷୋତ୍ତମ ସାହୁ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ।

You might also like
error: Content is protected !!