୨୪ ଘଣ୍ଟା ସେବା ଯୋଗାଇ ଦେବା ପାଇଁ ପ୍ରାୟ ୪ କୋଟି ମଂଜୁର       

ନୟାଗଡ,(ପ୍ରଭାକର ଶିରୋମଣି):-     କଣ୍ଟିଲୋ ୯ l ୪ ନୟାଗଡ ଜିଲ୍ଲା ଖଣ୍ଡପଡା ବ୍ଳକ ଅନ୍ତର୍ଗତ ନୀଳମାଧଵ ପୀଠ କଣ୍ଟିଲୋରେ ୨୪ ଘଣ୍ଟା ସେବା ଯୋଗାଇ ଦେବା ପାଇଁ ବହୁ ପ୍ରତିକ୍ଷୀତ ମେଡିକାଲ ନିର୍ମାଣ କରିବାକୁ ଜାତୀୟ ସ୍ୱାସ୍ଥ୍ୟ ମିଶନ ପକ୍ଷରୁ ୨ ଟି ପର୍ଯ୍ୟାୟରେ ୪ କୋଟି ୪୫ ଲକ୍ଷ ୭୪ ହଜାର ୭୦୭ ଟଙ୍କା ମଞ୍ଜୁରୀ ଲାଭ କରିଥିବା ଖଣ୍ଡପଡା ବିଧାୟକ ଦୁଷ୍ମନ୍ତ କୁମାର ସ୍ୱାଇଁ ଙ୍କ ଠାରୁ ଜଣାଯାଇଛି l      ସୂଚନା ଯୋଗ୍ୟ ଯେ ଏହି ମେଡିକାଲ ନିର୍ମାଣ ପାଇଁ ଗତ ୨ ବର୍ଷ ହେଲା ଉଦ୍ୟମ ଜାରି  ରହିଥିଲା ବେଳେ ଆବଶ୍ୟକ ପରିମିତ ୨ ଏକର ଜମି ଚିହ୍ନଟ ହୋଇ ପାରି ନଥିବାରୁ ସରକାରୀ ପ୍ରକ୍ରିୟା ସଠିକ ଭାବେ କାର୍ଯ୍ୟକାରୀ ହୋଇ ପାରିନଥିଲା      ଉଲ୍ଲେଖ ଯୋଗ୍ୟ ଯେ ପ୍ରଥମ ପର୍ଯ୍ୟାୟରେ ଆସିଥିବା ୨ କୋଟି ୨୦ ଲକ୍ଷ ବିନିଯୋଗରେ ହେବାକୁ ଥିବା ମେଡିକାଲ ନକ୍ସାକୁ ବାରମ୍ବାର  ପରିବର୍ତ୍ତନ କରି ଶେଷ ନିଷ୍କର୍ଷ ରେ ଯନ୍ତ୍ରୀ ମାନେ ପହଁଚି ୨୪ ଘଣ୍ଟିଆ ମେଡିକାଲ ପୂର୍ବ ପରିସରରେ ନିର୍ମାଣ କାର୍ଯ୍ୟ କରାଯିବାକୁ ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶକ, ଓଡିଶା  ଆଦେଶ ଦେଇଥିଲେ  ଏଠାରେ ସ୍ମରଣ କରାଯାଇ ପାରେ ଯେ, ବର୍ତ୍ତମାନ କଣ୍ଟିଲୋରେ ଥିବା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପ୍ରାୟ ଏକ ଶହ ବର୍ଷରୁ ଉର୍ଦ୍ଧ୍ୱ ସମୟ ହେଲା ପ୍ରତିଷ୍ଠା ଲାଭ କରିଥିଲା ବେଳେ ସରକାରୀ ନିୟମ ଅନୁସାରେ  କର୍ମଚାରୀ ମାନେ ମାତ୍ର ୮ ଘଣ୍ଟା ସେବା ଯୋଗାଇ ଚାଲି ଯାଇଥାନ୍ତି ଓ ଏହି ନିୟମ ଆଜି ପର୍ଯ୍ୟନ୍ତ ବଳବତ୍ତର ଥିଲା ବେଳେ ସମ୍ପ୍ରତି ରୋଗୀ  ସଂଖ୍ୟା ଓ ଲୋକ ସଂଖ୍ୟା ଵୃଦ୍ଧି ହେବାରୁ କଣ୍ଟିଲୋ ଡାକ୍ତର ଖାନା କୁ ଉନ୍ନୀତ କରିବାକୁ ବହୁ ଦିନରୁ ଦାବି ହୋଇ ଆସୁଥିଲା ଓ ଏହି ଡାକ୍ତର ଖାନା ଉପରେ କଣ୍ଟିଲୋ ସମେତ ବଡ ବାଣପୁର ସିଧାମୁଳା, ଘଣା ଶାଳିଆ ଅକୁରାବନ୍ଧ ପଥର ଚକଡା, ମାଧପୁର, ଧାନ ଚାଙ୍ଗଡ଼ା, ବେଣା ଗାଡ଼ିଆ ଓ କେନ୍ଦୁପଲ୍ଲୀ ଆଦି ଆଖପାଖ ଅଞ୍ଚଳ ର ପ୍ରାୟ ୬୦ l ୭୦ ହଜାର ଲୋକ ନିର୍ଭର କରିଥାନ୍ତି l ପ୍ରତିଦିନ ପ୍ରାୟ ଏକ ଶହରୁ ଉର୍ଦ୍ଧ୍ୱ ରୋଗୀ ଚିକିତ୍ସା ପାଇଁ ଆସୁଥିଲା ବେଳେ ବାହାରୁ ନୀଳମାଧଵ ଦର୍ଶନ ରେ ଆସୁଥିବା ଯାତ୍ରୀ ଚିକିତ୍ସିତ ହୋଇଥାନ୍ତ�

You might also like
error: Content is protected !!