ଆଜିଶେଷ ହେଲା,ଗଞ୍ଜାମ ଜିଲାର ପ୍ରସିଦ୍ଧ ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କଚୈତ୍ର ମଙ୍ଗଳବାର ଶେଷ ଯାତ୍ରା

ପୁରୁଷୋତ୍ତମପୁର,(ପ୍ରସନ୍ନ କୁମାର ଦାସ):-

ଆଜି ଶେଷ ହେଲା,ଗଞ୍ଜାମ ଜିଲାର ପ୍ରସିଦ୍ଧ ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ଏହି ବର୍ଷ ର ଚୈତ୍ର ମଙ୍ଗଳବାର ଯାତ୍ରା, ମା’ଙ୍କ ଚୈତ୍ରମାସର ଶେଷ ଦର୍ଶନ ଲାଗି ପ୍ରବଳ ଜନସମାଗମ ହୋଇଥିବାବେଳେ ଶାନ୍ତି ଶୃଙ୍ଖଳା ସହିତ ସରିଛି ଏହିବର୍ଷର ମାଆଙ୍କ ଚୈତ୍ର ଯାତ୍ରା | ଗଞ୍ଜାମ ଜିଲ୍ଲା ପାଳ ଦିବ୍ୟଜ୍ୟୋତି ପରିଡା ଙ୍କ ସହ ଅତିରିକ୍ତ ଜିଲ୍ଲା ପାଳ, ଏସପି ଶୁଭେନ୍ଦୁ ପାତ୍ର, ଚାରି ଏସ୍ଡ଼ିପିଓ, ଦୁଇ ଅତିରିକ୍ତ ଏସପି ଙ୍କ ସହିତ 13 ପ୍ଲାଟୁନ ପୋଲିସ, ପୁରୁଷୋତ୍ତମପୁରବିଡ଼ିଓ ଶରତ ଚନ୍ଦ୍ର ପାତ୍ର, ଇନଚାର୍ଜ ତହସିଲଦାରତଥା ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଗୋବିନ୍ଦ ଦନ ସେନା, ପୁରୁଷୋତ୍ତମପୁର ଏସ ଡିପିଓ ଦୀପକ କୁମାର ମିଶ୍ର ଓ ଥାନା ଆଇ ଆଇସି ରାଜେଶ ନାୟକ ଙ୍କ ନେତୃତ୍ୱ ରେ ଏହି ଯାତ୍ରା ର ଶେଷ ହୋଇଛି | ଏଥିରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା, ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ, ପରିବହନ ମନ୍ତ୍ରୀ ବିଭୂତିଭୂଷଣ ଜେନା, ପଶୁପାଳନ ମନ୍ତ୍ରୀ ଗୋକୁଳା ନନ୍ଦ ମଲିକ, ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ, ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ, ବ୍ରହ୍ମପୁର ବିଧାୟକ କେ. ଅନିଲ କୁମାର,ଆସିକା ବିଧାୟକ ସରୋଜ ପାଢୀ ଆସି ମା’ଙ୍କ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଥିଲେ।ଆଗାମୀ ଦିନରେ କିପରି ଓଡିଶାବାସୀଙ୍କ ବିକାଶ ହେବା ସହ ଓଡିଶା ଆଗକୁ ଯିବ ସେଥିନେଇ କାମନା କରିଛନ୍ତି। ଏହାସହ ଓଡିଶାର ପ୍ରମୁଖ ଶକ୍ତିପୀଠଗୁଡିକୁ ନେଇ ଶକ୍ତି କରିଡର ନାମରେ ଯୋଡିବା ଓ ସଂଯୋଗୀକରଣ କରି ବାହାରୁ ଆସୁଥିବା ଭକ୍ତମାନଙ୍କୁ ଦର୍ଶନ କରିବାର ସୁଯୋଗ ଯୋଗାଇ ଦେବାର ଲକ୍ଷ୍ୟ ରହି ଯୋଜନା ପ୍ରସ୍ତୁତ କରାଯାଉଛି। ଏପରିକି ହେଲିଟେକ୍ସର ବ୍ୟବସ୍ତା ଦ୍ବାରା ମଧ୍ୟ ସମସ୍ତ ଶକ୍ତିପୀଠ ସଂଯୋଗୀକରଣ ଦର୍ଶନ ବ୍ୟବସ୍ଥା କରିବାର ଲକ୍ଷ୍ୟ ରହିଥିବା ନେଇ ଉପମୁଖ୍ୟମନ୍ତ୍ରୀ ଓ ଆଇନ ମନ୍ତୀ କହିଛନ୍ତି। ଦୁଇ ବର୍ଷ ରେ ଏହା କାର୍ଯ୍ୟକାରୀ ହେବ ବୋଲି ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା ମଧ୍ୟ କହିଛନ୍ତି |ଆଜିଶେଷ ହେଲା,ଗଞ୍ଜାମ ଜିଲାର ପ୍ରସିଦ୍ଧ ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କଚୈତ୍ର ମଙ୍ଗଳବାର ଶେଷ ଯାତ୍ରା ମନ୍ତ୍ରୀମାନଙ୍କ ଏହି ଗ୍ରସ୍ତ ସମୟରେ ଜିଲାପାଳ ଦିବ୍ୟଜ୍ୟୋତି ପରିଡା,ଏସପି ଶୁଭେନ୍ଦୁ କୁମାର ପାତ୍ର, ପୁରୁଷୋତ୍ତମପୁର ଏସଡିପିଓ ଡ.ଦୀପକ କୁମାର ମିଶ୍ର, ଆଇଆଇସି ରାଜେଶ କୁମାର ନାୟକ, ମନ୍ଦିର ପରିଚାଳନା ସଦସ୍ୟ ପ୍ରମୋଦକୁମାର ପଣ୍ଡା,ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀ ଟିକେ ରେଡି, ମୁଖ୍ୟ ସେବାୟତ ବାପୁଜୀ ରଣା, ସେବାୟତ ସଭାପତି ତପନ କୁମାର ରଣା, ସବୁ ସେବାୟତ, ବିଭିନ୍ନ ସ୍ବେଛାସେବୀ ସଂସ୍ଥା, ଫାୟାର ବିଭାଗ, ପୁରୁଷୋତ୍ତମପୁର ଏନଏସି ଷ୍ଟାଫ ଓ କର୍ମଚାରୀ, ବ୍ଳକ ଓ ତହ ସିଲ ଷ୍ଟାଫ, ବିଦ୍ୟୁତ ବିଭାଗ ବେଙ୍କ ଷ୍ଟାଫ, ଫରେଷ୍ଟ ବିଭାଗ ଷ୍ଟାଫ, ପାନୀୟ ଜଳ ଯୋଗାଣ ଷ୍ଟାଫ ଉପସ୍ଥିତ ରହି ଯାତ୍ରା ସରିବାରେ ସହଯୋଗ କରିଥିଲେ | ପୁରୁଷୋତ୍ତମପୁର ତହସିଲ, ବ୍ଲକ ଏବଂ ଏନ ଏ ସି ର ସମସ୍ତ ପ୍ରଶାସନିକ ଅଧିକାରୀ ଏବଂ ଷ୍ଟାଫ ଉପସ୍ଥିତ ରହି ମା”ଙ୍କ ଯାତ୍ରା କୁ ସଫଳ କରାଇଥିଲେ |

You might also like
error: Content is protected !!