କେଶରାଗୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ବାର୍ଷିକ ଉତ୍ସବ ପାଳିତ
କନ୍ଧମାଳ: ୦୮/୦୪ [ସୁକାନ୍ତ କୁମାର ତ୍ରିପାଠୀ ]କୋଟଗଡ ଗୋଷ୍ଠୀଶିକ୍ଷା କାର୍ଯ୍ୟାଳୟ ଅଧୀନରେ ଆସୁଥିବା କେଶରାଗୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମକରି ବାର୍ଷିକ ଉତ୍ସବ ପାଳିତ ହୋଇଛି |ଏଥିରେ ମୁଖ୍ୟ ଅତିଥିରୂପେ ବିଆରସି ରଘୁନାଥ ମଲିକ ଯୋଗଦେଇଥିଲେ ଏବଂ ତାଙ୍କ ସହ କୋଟଗଡ ସରପଞ୍ଚ ଶ୍ଵେତାଲିନା ସୁକାମାଝି, ସ୍କୁଲ ସଭାପତି ନମିତା ବଳିୟାର ସିଂ ,ଏବିଓ ବିଭୁତି ଭୂଷଣ ଜେନା,ବିନ୍ଦୁ ନାୟକ,କ୍ଲଷ୍ଟର ସିଆରସି ନାଗାର୍ଜୁନ ବଡ଼ସେଟ ଓ ମୋ ସ୍କୁଲ ଅଭିଜାନ ର ସୀମାଦ୍ରୀ ନାୟକ ଓ ପ୍ରତାପ ନାୟକ,ପୂର୍ବତନ ସ୍କୁଲ ଅଧ୍ୟକ୍ଷ ମୋହନ ବଳିୟାର ସିଂ ପ୍ରମୁଖ ଯୋଗଦେଇଥିଲେ |ବିଦ୍ୟାଦାତା ଗଣେଶଙ୍କୁ ପ୍ରଦୀପ ପ୍ରଜ୍ବଳନ କରି ସଭାକାର୍ଯ୍ୟକୁ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଅଭିମନ୍ୟୁ ବେହେରା 

ସଭାକାର୍ଯ୍ୟ ପରିଚାଳନା କରିବା ସହ ନଟଵର ମଲିକ ବିଦ୍ୟାଳୟ ଓ ପରିବେଶ ର ବିବରଣୀ ପାଠ କରିଥିଲେ ଏହି ସମୟରେ ବିଦ୍ୟାଳୟ ପାଚେରୀ ନିର୍ମାଣ, ଅତିରିକ୍ତ ବିଦ୍ୟାଳୟ ଗୃହ, ବାଲବାଟିକା ପାଇଁ ଆବଶ୍ୟକୀୟ ସୁବିଧା,ନାମ ଫଳକ, ବିଦ୍ୟାଳୟ ର ମୁଖ୍ୟ ଫାଟକ ପରି ଅତ୍ୟାବଶ୍ୟକ ଆନୁସଙ୍ଗିକ ସୁବିଧା ଯୋଗାଇବାକୁ ଅନୁରୋଧ କରାଯାଇଥିଲା | ସମସ୍ତ ଅତିଥିଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସ୍ୱାଗତ କରାଯାଇଥିଲା |ବିଭିନ୍ନ ପ୍ରତିଯୋଗିତା ରେ ଉତୀର୍ଣ୍ଣ ପ୍ରତିଯୋଗୀ ବିଦ୍ୟାର୍ଥୀଙ୍କୁ ମାନପତ୍ର ଓ ଟ୍ରଫି ଦେଇ ପୁରସ୍କୃତ କରାଯାଇଥିଲା |ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟ ର ସମସ୍ତ ସହ ଶିକ୍ଷକ, ଶିକ୍ଷୟତ୍ରୀ ଓ ସ୍ଥାନୀୟ ବୁଦ୍ଧିଜୀବୀ ସହଯୋଗ କରିଥିଲେ |ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଝୁମିଲେ ଅତିଥି ଓ ଦର୍ଶକ |