କେଶରାଗୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ବାର୍ଷିକ ଉତ୍ସବ ପାଳିତ

କନ୍ଧମାଳ: ୦୮/୦୪ [ସୁକାନ୍ତ କୁମାର ତ୍ରିପାଠୀ ]କୋଟଗଡ ଗୋଷ୍ଠୀଶିକ୍ଷା କାର୍ଯ୍ୟାଳୟ ଅଧୀନରେ ଆସୁଥିବା କେଶରାଗୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମକରି ବାର୍ଷିକ ଉତ୍ସବ ପାଳିତ ହୋଇଛି |ଏଥିରେ ମୁଖ୍ୟ ଅତିଥିରୂପେ ବିଆରସି ରଘୁନାଥ ମଲିକ ଯୋଗଦେଇଥିଲେ ଏବଂ ତାଙ୍କ ସହ କୋଟଗଡ ସରପଞ୍ଚ ଶ୍ଵେତାଲିନା ସୁକାମାଝି, ସ୍କୁଲ ସଭାପତି ନମିତା ବଳିୟାର ସିଂ ,ଏବିଓ ବିଭୁତି ଭୂଷଣ ଜେନା,ବିନ୍ଦୁ ନାୟକ,କ୍ଲଷ୍ଟର ସିଆରସି ନାଗାର୍ଜୁନ ବଡ଼ସେଟ ଓ ମୋ ସ୍କୁଲ ଅଭିଜାନ ର ସୀମାଦ୍ରୀ ନାୟକ ଓ ପ୍ରତାପ ନାୟକ,ପୂର୍ବତନ ସ୍କୁଲ ଅଧ୍ୟକ୍ଷ ମୋହନ ବଳିୟାର ସିଂ ପ୍ରମୁଖ ଯୋଗଦେଇଥିଲେ |ବିଦ୍ୟାଦାତା ଗଣେଶଙ୍କୁ ପ୍ରଦୀପ ପ୍ରଜ୍ବଳନ କରି ସଭାକାର୍ଯ୍ୟକୁ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଅଭିମନ୍ୟୁ ବେହେରା କେଶରାଗୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ବାର୍ଷିକ ଉତ୍ସବ ପାଳିତକେଶରାଗୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ବାର୍ଷିକ ଉତ୍ସବ ପାଳିତକେଶରାଗୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ବାର୍ଷିକ ଉତ୍ସବ ପାଳିତସଭାକାର୍ଯ୍ୟ ପରିଚାଳନା କରିବା ସହ ନଟଵର ମଲିକ ବିଦ୍ୟାଳୟ ଓ ପରିବେଶ ର ବିବରଣୀ ପାଠ କରିଥିଲେ ଏହି ସମୟରେ ବିଦ୍ୟାଳୟ ପାଚେରୀ ନିର୍ମାଣ, ଅତିରିକ୍ତ ବିଦ୍ୟାଳୟ ଗୃହ, ବାଲବାଟିକା ପାଇଁ ଆବଶ୍ୟକୀୟ ସୁବିଧା,ନାମ ଫଳକ, ବିଦ୍ୟାଳୟ ର ମୁଖ୍ୟ ଫାଟକ ପରି ଅତ୍ୟାବଶ୍ୟକ ଆନୁସଙ୍ଗିକ ସୁବିଧା ଯୋଗାଇବାକୁ ଅନୁରୋଧ କରାଯାଇଥିଲା | ସମସ୍ତ ଅତିଥିଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସ୍ୱାଗତ କରାଯାଇଥିଲା |ବିଭିନ୍ନ ପ୍ରତିଯୋଗିତା ରେ ଉତୀର୍ଣ୍ଣ ପ୍ରତିଯୋଗୀ ବିଦ୍ୟାର୍ଥୀଙ୍କୁ ମାନପତ୍ର ଓ ଟ୍ରଫି ଦେଇ ପୁରସ୍କୃତ କରାଯାଇଥିଲା |ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟ ର ସମସ୍ତ ସହ ଶିକ୍ଷକ, ଶିକ୍ଷୟତ୍ରୀ ଓ ସ୍ଥାନୀୟ ବୁଦ୍ଧିଜୀବୀ ସହଯୋଗ କରିଥିଲେ |ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଝୁମିଲେ ଅତିଥି ଓ ଦର୍ଶକ |

Smart Computer Ad
You might also like
error: Content is protected !!