ବିଜେପିର ପ୍ରତିଷ୍ଠା ଦିବସ ପାଳନ

ବୁଗୁଡ଼ା,(ସୋରେନ କୁମାର ପ୍ରଧାନ):- ବୁଗୁଡ଼ାରେ ବିଜେପି ପକ୍ଷରୁ ପ୍ରତିଷ୍ଠା ଦିବସ ପାଳନ ହୋଇଯାଇଛି। ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ଗୋକୁଳାନନ୍ଦ ମଲ୍ଲିକଙ୍କ ନିର୍ଦ୍ଧେଶ କ୍ରମେ ପୋଲସରା ନିର୍ବାଚନ ମଣ୍ଡଳୀ, ବୁଗୁଡା ବ୍ଲକ ଅନ୍ତର୍ଗତ ମାଣିତରା ମଣ୍ଡଳ ତରଫରୁ ମାଳିଝୋଳା ମନ୍ଦିର ପ୍ରାଙ୍ଗଣରେ ବିଜେପିର ପ୍ରତିଷ୍ଠା ଦିବସ ଆଜି ପାଳନ କରାଯାଇଛି । ଏକ ସଭାର ଆୟୋଜନ କରାଯାଇ ଏହି ଅବସରରେ ଗାଁ ଚାଲ ଅଭିଯାନ ଓ ସ୍ବଚ୍ଛ ଭାରତ ଅଭିଯାନ ଦ୍ଵାରା ମନ୍ଦିର ପ୍ରାଙ୍ଗଣରେ ସଫେଇ କାର୍ଯ୍ୟକ୍ରମ କରିବା ସହ ପ୍ରତି ଗାଁ ରେ ସ୍ୱଚ୍ଛ ଭାରତ ଅଭିଯାନ କାର୍ଯ୍ୟକ୍ରମ କରିବାକୁ କାର୍ଯ୍ୟକର୍ତ୍ତା ମାନଙ୍କୁ ନିର୍ଦ୍ଧେଶ ଦିଆଯାଇଛି। ଏଥିରେ ବିଜେପି କର୍ମକର୍ତ୍ତା ଓ ସ୍ଥାନୀୟ ଜନସାଧାରଣ ଉପସ୍ଥିତ ଥିଲେ।ବିଜେପିର ପ୍ରତିଷ୍ଠା ଦିବସ ପାଳନ

You might also like
error: Content is protected !!