ଦଣ୍ଡ ନାଚ ପାଇଁ ଯାଉଥିବା ଗାଡି ଓଲଟି ୧୫ ଆହତ
ନୟାଗଡ,(ପ୍ରଭାକର ଶିରୋମଣି):- ଗତ କାଲି ରାତି ପ୍ରାୟ ୯ ଟା ସମୟରେ ଦଣ୍ଡ ନାଚ ପାଇଁ ଯାଉଥିବା ଏକ ଭ୍ୟାନ କଳାକାର ମାନଙ୍କୁ ନେଇ କଣ୍ଟିଲୋ ନିକଟସ୍ଥ ପଥରଚକଡା ଗ୍ରାମକୁ ଯାଉଥିବା ବେଳେ ରାଜ୍ୟ ରାଜପଥ ଜାମୁଡାଳିଆ ଠାରେ ଦୁର୍ଘଟଣା ଗ୍ରସ୍ତ ହେବାରୁ ୧୫ ରୁ ଉର୍ଦ୍ଧ୍ୱ ବ୍ୟକ୍ତି ଆହତ ହୋଇଥିବା ଜଣା ଯାଇଛି l ଘଟଣାରୁ ପ୍ରକାଶ ଯେ, ଫତେଗଡ଼ ଥାନା ଅନ୍ତର୍ଗତ ମାଧପୁର ଗ୍ରାମର ଦଣ୍ଡ ନାଚ କଳାକାର ମାନଙ୍କୁ ନେଇ ନୃତ୍ୟ ପରିବେଷଣ କରିବାକୁ ନିକଟସ୍ଥ ପଥର ଚକଡା ଗ୍ରାମକୁ ଏକ ଭ୍ୟାନ ଯୋଗେ ଆସୁଥିଲେ କିନ୍ତୁ ରାସ୍ତାରେ ଭ୍ୟାନ ଟି ପମ୍ପଚର ହୋଇଯିବାରୁ ଭାରସ୍ୟାମ ହରାଇ ହଠାତ ଓଲଟି ପଡିଥିଲା l ଫଳରେ ନାଟ୍ୟ ଗୁରୁ ଗୋବର୍ଦ୍ଧନ ଦାସ, ଭୁବନ ହାତୀ ଓ ବାସୁଦେବ ସାହୁ ସମେତ ୧୫ ରୁ ଉର୍ଦ୍ଧ୍ୱ ଆହତ ହୋଇଥିଲେ l ସମସ୍ତ ଆହତ ମାନଙ୍କୁ କଣ୍ଟିଲୋ ପ୍ରାଥମିକ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରକୁ ପଠାଇ ଦିଆ ଯାଇଥିଲେ ମଧ୍ୟ ରବିବାର ହେତୁ କୌଣସି କର୍ମଚାରୀ ନଥିବାରୁ ଉତ୍ତେଜନା ପ୍ରକାଶ ପାଇଥିଲା ଓ ଆହତ ମାନଙ୍କୁ ଭାପୁର ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ତୁରନ୍ତ ଚିକିତ୍ସା ପାଇଁ ପଠାଇ ଦିଆ ଯାଇଥିଲା l ଖବର ପାଇ ଖଣ୍ଡପଡା ବିଧାୟକ ଦୁଷ୍ମନ୍ତ କୁମାର ସ୍ୱାଇଁ ଓ ସମାଜ ସେବୀ ଅଖିଳ କୁମାର ମହାରଣା ଓ ଯୁବ ବିଜେପି ମୋର୍ଚ୍ଚା ରାଜ୍ୟ ସଭାପତି ଅଭିଳାଷ ପଣ୍ଡା ଆହତ ମାନଙ୍କ ପାଖକୁ ଯାଇ ପରିସ୍ଥିତି ଅନୁଧ୍ୟାନ କରିବା ସଙ୍ଗେ ସଙ୍ଗେ ଗୁରୁତର ଆହତ ମାନଙ୍କୁ ବିଧାୟକ ଶ୍ରୀ ସ୍ୱାଇଁ ଓ ଶ୍ରୀ ମହାରଣା ନିଜ ନିଜ ଗାଡିରେ ଗୁରୁତରମାନଙ୍କୁ ଭୁବନେଶ୍ୱର କରିଥିଲେ l ବର୍ତ୍ତମାନ ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲ ଅଛିବୋଲି ଶୁଣିବାକୁ ମିଳିଛି