ବିଜେପି ର ପ୍ରତିଷ୍ଠା ଦିବସ ପାଳନ

ଆର,ଉଦୟଗିରି,(ମନୋଜ କୁମାର ପାଢୀ)-: ଗଜପତି ଜିଲ୍ଲା ମୋହନା ମଣ୍ଡଳ ଭାରତୀୟ ଜନତା ପାର୍ଟି ପକ୍ଷରୁ ବିଜେପି ପ୍ରତିଷ୍ଠା ଦିବସ ପାଳନ ସହିତ ମଣ୍ଡଳ କମିଟି ଗଠନ ହୋଇଯାଇଛି l ନବ ନିର୍ବାଚିତ ମଣ୍ଡଳ ସଭାପତି ନୀଳାଞ୍ଚଳ ସାହୁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ରାଜ୍ଯ ଓବିସି ମୋର୍ଚ୍ଚା କାର୍ଯ୍ୟକାରିଣୀ ସଦସ୍ୟ ଜିତେନ୍ଦ୍ର କୁମାର ବେହେରା, ଜିଲ୍ଲା କାର୍ଯ୍ୟକାରି ସଭାପତି ଶିବରାମ ସୁଆର, ଜିଲ୍ଲା ଯୁବ ମୋର୍ଚା ସମ୍ପାଦକ ସତ୍ୟଜିତ ବିଶୋୟୀ, ବିଧାୟକ ପ୍ରାଥୀ ପ୍ରଶାନ୍ତ ମଲ୍ଲିକ, ଉପସ୍ଥିତ ରହି ଜନ ସଂଘ ରୁ ବିଜେପି ର ପ୍ରତିଷ୍ଠା ବର୍ତ୍ତମାନ ବିଜେପି କାର୍ଯ୍ୟ କାରିତା ଉପରେ ଆଲୋଚନା କରିଥିଲେ l ଏହାପରେ ସଙ୍ଘଠକ ଜିତେନ୍ଦ୍ର ବେହେରା ମଣ୍ଡଳ କମିଟି ପଠନ କରିଥିଲେ l ଉପ ସଭାପତି ଭାବେ ଶ୍ରୀ ପତି ଶବର, ଘନଶ୍ୟାମ ଗୌଡ, ଶତୃଘ୍ନ. ନାୟକ, ସନ୍ତୋଷ କୁମାର ପାତ୍ର, ଗୌରୀ ଗମାଙ୍ଗ, ଚକାମନ ଦଳାଇ, ସାଧାରଣ ସମ୍ପାଦକ ରୂପେ ମାନ୍ୟ ମଳିକ, ପିଣ୍ଟୁ ପ୍ରଧାନ, ସମ୍ପାଦକ ରୂପେ ପୂର୍ଣ୍ଣ ଚନ୍ଦ୍ର ମଳିକ, ମନୋଜ ଦଳାଇ, ସୁନିତା ମଳିକ କୋଷାଧ୍ୟକ୍ଷ ଭାବେ ସୁରେଶ ମାଝୀ ଙ୍କୁ ଚୟନ କରାଯାଇଛି l ଏଥି ସହିତ ମହିଳା ମୋର୍ଚ୍ଚା ସଭାପତି ସଶ୍ମିତା ମିଶ୍ର, ଆଦିବାସୀ ସଭାପତି କେଶବ ମଳିକ, କୃଷକ ସଭାପତି ପ୍ରଭାକର ମଳିକ, ଏସ୍ ସି ସଭାପତି ବୃନ୍ଦାବନ ବିଶୋଇ, ମଇନୋରେଟି କରମ ଚାନ୍ଦ ନାୟକ, ମିଡିଆ ସେଲ୍ ଅଶ୍ୱିନ କୁମାର ପାତ୍ର ଙ୍କୁ ଘୋଷଣା କରାଯାଇଛି l ଏହି କାର୍ଯ୍ୟକ୍ରମରେ ମୋହନା ମଣ୍ଡଳ ର ସମସ୍ତ ବୁଥ୍ ସଭାପତି, ସମ୍ପାଦକ ଉପସ୍ଥିତ ଥିବା ବେଳେ ମାନ୍ୟ ମଳିକ ପରିଚାଳନା କରିଥିଲେ l

Smart Computer Ad
You might also like
error: Content is protected !!