ବମକୋଈ ଶିବାନନ୍ଦ ହାଇସ୍କୁଲ ର ଦଶମ ଶ୍ରେଣୀ ଛାତ୍ର ବଜ୍ରପାତରେ ପ୍ରାଣ ହରାଇଥିଲେ

ବମକୋଈ ଶିବାନନ୍ଦ ହାଇସ୍କୁଲ ର ଦଶମ ଶ୍ରେଣୀ ଛାତ୍ର ବଜ୍ରପାତରେ ପ୍ରାଣ ହରାଇଥିଲେ

ଖୋର୍ଦ୍ଧା ଜିଲ୍ଲା, (ସଞ୍ଜୀବ କୁମାର):- ବମକୋଈ ଶିବାନନ୍ଦ ହାଇସ୍କୁଲର ଦଶମ ଶ୍ରେଣୀ ଛାତ୍ର ଶ୍ରୀ ରାଜେଶ ଗୌଡ଼ ବମକୋଈରୁ ନିଜ ଗ୍ରାମ ନରଣପୁର ଫେରିବା ରାସ୍ତାରେ ବଜ୍ରପାତ ରେ ମାର୍ଚ୍ଚ 22 ତାରିଖ ଦିନ ପ୍ରାଣ ହରାଇଥିଲେ । ସେ ଜଣେ ଗରିବ ପରିବାର ର ମେଧାବୀ ଛାତ୍ର ଥିଲେ ଏଵଂ ସମ୍ପ୍ରତି ଦଶମ ଶ୍ରେଣୀ ପରୀକ୍ଷା ଦେଇଥିଲେ । ତାଙ୍କ ଅକାଳ ବିୟୋଗରେ ଶିବାନନ୍ଦ ହାଇସ୍କୁଲ ତଥା ଏହି ଅଞ୍ଚଳରେ ଶୋକ ଖେଳି ଯାଇଛି । ଶିବାନନ୍ଦ ହାଇସ୍କୁଲର ପୂର୍ବତନ ଛାତ୍ର ଛାତ୍ରୀ ସଙ୍ଘ ତରଫରୁ ଏହାର ସଭାପତି ଶ୍ରୀ ଚନ୍ଦ୍ର ଶେଖର ମିଶ୍ରଙ୍କ ସଂଯୋଜନାରେ ପୂର୍ବତନ ଛାତ୍ର ଶିବରାମ ପ୍ରଧାନ, ଅନାଦି ଚରଣ ପ୍ରଧାନ, ସୁବାସ ଚନ୍ଦ୍ର ପ୍ରଧାନ, ତପନ ପ୍ରଧାନ (ସରପଂଚ), ଶଶାଙ୍କ ଶେଖର ମିଶ୍ର, ବିକ୍ରମ ପାଣିଗ୍ରାହି, ଜ୍ଞାନେନ୍ଦ୍ର ପ୍ରସାଦ ପାତ୍ର, ବାଳକୃଷ୍ଣ ସୁବୁଦ୍ଧି, ବୈରାଗୀ ପ୍ରଧାନ ଆଜି (02/04/25) ସନ୍ଧ୍ୟା ସମୟରେ ରାଜେଶ୍ ଗୌଡ଼ଙ୍କ ପରିବାର ସହ ଭେଟି ଶିବାନନ୍ଦ ହାଇସ୍କୁଲ ଆଲୁମିନମାନଙ୍କ ତରଫରୁ ୨୫୦୦୦/- ଟଙ୍କା ଆର୍ଥିକ ସାହାର୍ଯ୍ୟ ପ୍ରଦାନ କରିବା ସହ ଦିବଂଗତ ଆତ୍ମାର ସଦଗତି ପାଇଁ କାମନା କରିଥିଲେ I ଶିବାନନ୍ଦ ଆଲୁମିନର ଏହି କାର୍ଯ୍ୟକୁ ଏହି ଅଂଚଳରେ ପ୍ରଶଂସା କରାଯାଇଛି ।

You might also like
error: Content is protected !!