ୟୁପାଥ୍ କମ୍ପୁଟର ଏକାଡେମୀ ପକ୍ଷରୁ ବିଜେବି ଇନଷ୍ଟିଚ୍ୟୁଟ ଠାରେ ମହା ଆଡମ୍ବର ସହକାରେ ପାଳନ ହୋଇଯାଇଛି ଉତ୍କଳ ଦିବସ

ଖୋର୍ଦ୍ଧା ଜିଲ୍ଲା, (ସଞ୍ଜୀବ କୁମାର) :- ୟୁପାଥ୍ କମ୍ପୁଟର ଏକାଡେମୀର ତୃତୀୟ ବର୍ଷ ପୂର୍ତ୍ତୀ ଅବସରରେ ଆଜି ସ୍ଥାନୀୟ ବିଜେବି ଇନଷ୍ଟିଚ୍ୟୁଟ ଠାରେ ମହା ଆଡମ୍ବର ସହକାରେ ପାଳନ ହୋଇଯାଇଛି ଉତ୍କଳ ଦିବସ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜଟଣୀ ଥାନା ଭାରପ୍ରାପ୍ତ ଅଧିକାରୀ ଷ୍ଟାଲିନ୍ ବିଶ୍ଵାଳ ଏବଂ ସମ୍ମାନୀୟା ଅତିଥି ଭାବେ ଡଃ ସୁକାନ୍ତି ମହାପାତ୍ର ଯୋଗ ଦେଇଥିଲେ । ଏହି ଅବସରରେ ଥାନା ଭାରପ୍ରାପ୍ତ ଅଧିକାରୀ ଛାତ୍ର ଛାତ୍ରୀ ମାନଙ୍କୁ ଉତ୍କଳ ଦିବସ ର ଅଭିନନ୍ଦନ ଏବଂ ଶୁଭେଚ୍ଛା ଜଣାଇବା ସହ ସାଇବର ଠକେଇ ରୁ ନିଜେ ସୁରକ୍ଷିତ ରଖିବା ସହିତ ଅନ୍ୟ ମାନଙ୍କୁ ସାଇବର ଠକେଇ ରୁ କିପରି ବଞ୍ଚେଇବା ସେ ବିଷୟରେ ବିସ୍ତୁତ ଭାବେ ଆଲୋଚନା କରିଥିଲେ ।

You might also like
error: Content is protected !!