ସରସ୍ୱତୀ ଶିଶୁ ମନ୍ଦିରରେ ଉତ୍କଳ ଦିବସ ଓ ବିଦ୍ୟାରମ୍ଭ ଉତ୍ସବ ପାଳନ

ସରସ୍ୱତୀ ଶିଶୁ ମନ୍ଦିରରେ ଉତ୍କଳ ଦିବସ ଓ ବିଦ୍ୟାରମ୍ଭ ଉତ୍ସବ ପାଳନ

ପୁରୁଷୋତ୍ତମପୁର, (ପ୍ରସନ୍ନ କୁମାର ଦାସ):- ସରସ୍ୱତୀ ଶିଶୁ ମନ୍ଦିର ପରିସରରେ ଉତ୍କଳ ଦିବସ ଓ ବିଦ୍ୟାରମ୍ଭଉତ୍ସବ ମହାସ ସମାରୋହରେ ପାଳିତ ହୋଇଯାଇଛି । ବିଦ୍ୟାଳୟର ସମ୍ପାଦକ ଶ୍ରୀଯୁକ୍ତ ସୁଶାନ୍ତ କୁମାର ବେହେରା ବିଦ୍ୟାଳୟ ର ପ୍ରଧାନଆଚାର୍ଯ୍ୟ ଶ୍ରୀଯୁକ୍ତ ନିରଞ୍ଜନ ଡାକୁଆ ଓ କନକା କ୍ଲସ୍ଟରର ସି. ଆର. ସି. ସି ଶ୍ରୀଯୁକ୍ତ ହେମନୁ କୁମାର ବେହେରା ଉକ୍ତ କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରଦୀପ ପ୍ରଜ୍ଜଳନ କରି କାର୍ଯ୍ୟକ୍ରମ କୁ ଶୁଭାରମ୍ଭ କରିଥିଲେ । ଏହି କାର୍ଯ୍ୟକ୍ରମ କୁ ଶ୍ରୀମତୀ ସୁନାରାଣୀ ପାଳ ପରିଚାଳନା କରିଥିଲେ । ଶ୍ରୀମତୀ ପ୍ରମୋଦିନୀ ସାହୁ ଅତିଥ୍‌ଙ୍କ ପରିଚୟ ପ୍ରଦାନ କରିଥିଲେ । ତାରିଣୀ ଗୁରୁଜୀ, ବିରଳ ଗୁରୁଜୀ, ଓ ସୁଚିତ୍ରା ଗୁରୁମା ସୁନ୍ଦର ଭାବରେ ପ୍ରାର୍ଥନା ମଣ୍ଡପକୁ ସଜାଇଥିଲେ । ସଙ୍ଗୀତା ଗୁରୁମା ଓ ନିବେଦିତା ଗୁରୁମା ଶିଶୁଙ୍କ ଦ୍ୱାରା ସ୍ବାଗତ ବ୍ୟବସ୍ଥା କରିଥିଲେ ।

ସରସ୍ୱତୀ ଶିଶୁ ମନ୍ଦିରରେ ଉତ୍କଳ ଦିବସ ଓ ବିଦ୍ୟାରମ୍ଭ ଉତ୍ସବ ପାଳନ

ଏହି ଉତ୍ସବରେ ଶିଶୁଙ୍କ ମଙ୍ଗଳ କାମନା ପାଇଁ ଏକ ହୋମ ର ବ୍ୟବସ୍ଥା କରାଯାଇଥିଲା, ଏଥିରେ ସନ୍ତୋଷ ଗୁରୁଜୀ ସହଯୋଗ କରିଥିଲେ ।ପ୍ରବେଶ ଦ୍ୱାରରେ ଫୁଲମାଳ ଓ ବେଲୁନ କୁ ଅତି ସୁନ୍ଦର ଭାବରେ ଦୁର୍ଯ୍ୟୋଧନ ଗୁରୁଜୀ, ତପନ ଗୁରୁଜୀ, ସିଦ୍ଧେଶ୍ବର ଗୁରୁଜୀ ଓ ନୀଳାଞ୍ଚଳ ଗୁରୁଜୀ ସଜାଇବା ବ୍ୟବସ୍ଥା କରିଥିଲେ । ସି ଆର ସି ସି ମହୋଦୟ ଓ ସମ୍ପାଦକ ଆଜି ଦିନର ମହତ୍ତ୍ବ ବିଷୟରେ କିଛି ମୂଲ୍ୟବାନ କଥାକୁ ଶିଶୁ ଭାଇ ଭଉଣୀଙ୍କ ଆଗରେ ଉପସ୍ଥାପନା କରିଥିଲେ । ବହୁ ସଂଖ୍ୟାରେ ନୂତନ ଶିଶୁ ଯୋଗ ଦେଇ ଖଡ଼ି ଛୁଆଁଇ ବିଦ୍ୟାରମ୍ଭ କାର୍ଯ୍ୟ ରେ ଯୋଗ ଦେଇଥିଲେ । ସମସ୍ତ ଗୁରୁଜୀ ଗୁରୁମା, ସେବକ ସେବିକା ଓ ବାହାନ ଚାଳକ ଭାଇ ମାନେ ଯୋଗ ଦେଇ ଉତ୍ସବ କୁ ସୁନ୍ଦର ମୁଖରିତ କରିଥିଲେ । ପରିଶେଷରେ ପ୍ରଣତି ଗୁରୁମା ଧନ୍ୟବାଦ ଅର୍ପଣ କରିଥିଲେ ।

You might also like
error: Content is protected !!