କଂସାରି ସମାଜ କେନ୍ଦ୍ରାଞ୍ଚଳ ଶାଖାର ପ୍ରସ୍ତୁତି ବୈଠକ

କଂସାରି ସମାଜ କେନ୍ଦ୍ରାଞ୍ଚଳ ଶାଖାର ପ୍ରସ୍ତୁତି ବୈଠକ

ନୟାଗଡ,(ପ୍ରଭାକର ଶିରୋମଣି):- କଣ୍ଟିଲୋ କଂସାରି ସମାଜ କେନ୍ଦ୍ରାଞ୍ଚଳ ଶାଖା ଖଳିସାହି କାର୍ଯ୍ୟାଳୟର ଗତ ମାର୍ଚ୍ଚ ୯ ତାରିଖ ବୈଠକର ନିଷ୍ପତି ଓ ଧାର୍ଯ୍ୟ ତାରିଖ ଅନୁଯାୟୀ ରବିବାର ପୂର୍ବାହ୍ନ ଦଶ ଘଣ୍ଟା ସମୟରେ କଣ୍ଟିଲୋ କଲ୍ୟାଣ ସଦନ ଗୃହରେ ଏକ ପ୍ରସ୍ତୁତି ବୈଠକ ଖଳି ସାହି କାର୍ଯ୍ୟାଳୟର ସଭାପତି ଶ୍ରୀ ବୈକୁଣ୍ଠ ନାଥ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ସୂଚନାରୁ ପ୍ରକାଶ ଯେ, କେନ୍ଦ୍ରାଞ୍ଚଳ ଶାଖାର ମୋଟ ୪୫ ଥାନ ମଧ୍ୟରୁ ଆଜି ଏହି ବୈଠକରେ ୩୨ ଥାନର ଥାନପତି, ଥାନ ପ୍ରତିନିଧି ,ପୂର୍ବତନ କର୍ମକର୍ତ୍ତା ଓ ବରିଷ୍ଠ ଜାତିଭାଇ ମାନେ ଯୋଗ ଦେଇଥିଲେ । ଏଥି ମଧ୍ୟରୁ କଣ୍ଟିଲୋ ୨୪ ଥାନରୁ ୨୨ ଥାନ, ଖଳି ସାହି୧ ଥାନ, ଇଟା ମାଟି ୪ ଥାନ ସହିତ ପୂର୍ବତନ କର୍ମକର୍ତ୍ତା, ଥାନ ପ୍ରତିନିଧି ଓ ବରିଷ୍ଠ ଜାତି ଭାଇ  ପ୍ରାୟ ୫୦ ଜଣ ସଦସ୍ୟ ମାନଙ୍କ ଉପସ୍ଥିତିରେ ଜାତି ସଂଗଠନ ଓ ଜାତିର ଭବିଷ୍ୟତ କାର୍ଯ୍ୟ ପନ୍ଥା, ସମ୍ବନ୍ଧରେ ଆଲୋଚନା କରାଯାଇ ସଂଘବଦ୍ଧ ଭାବେ ଏକଜୁଟ ହୋଇ ରହି ପ୍ରତ୍ୟେକ କାର୍ଯ୍ୟ ଗୁଡ଼ିକ କରିବା ପାଇଁ ନିଷ୍ପତି ଗ୍ରହଣ କରାଯାଇଥିଲା।  ସୂଚନା ଯୋଗ୍ୟ ଯେ, ଦୀର୍ଘ ଚାରି ବର୍ଷ ହେଲା ଅବିଭକ୍ତ କଂସାରି ସମାଜ କେନ୍ଦ୍ରାଞ୍ଚଳ ଶାଖା ମଧ୍ୟରେ ମନାନ୍ତର, ମତାନ୍ତର ଓ ବୁଝାମଣା ର ଅଭାବ ଯୋଗୁ ଯେଉଁ ଦୁଇଟି ଗୋଷ୍ଠୀରେ ପରିଣତ ହୋଇଥିଲା  ସେ ସବୁ ସମସ୍ୟାକୁ ଆପୋଷ ବୁଝାମଣା ମାଧ୍ୟମରେ ସମାଧାନ କରିବାକୁ ନିଷ୍ପତି ହୋଇଥିଲା । ଉଭୟ ଗୋଷ୍ଠୀ ମଧ୍ୟରେ ସମନ୍ୱୟ ଆଣିବା ପାଇଁ ଖଳିସାହି କାର୍ଯ୍ୟାଳୟ ତରଫରୁ ଦୀର୍ଘ ବର୍ଷକ ପୂର୍ବରୁ ପାଞ୍ଚ ପାଞ୍ଚ ଥର ଆପ୍ରାଣ ଚେଷ୍ଟା, ଉଦ୍ୟମ ଓ ପ୍ରୟାସ ଜାରି କରାଯାଇଥିଲେ ମଧ୍ୟ  ଅପର ଗୋଷ୍ଟି ତରଫରୁ ଅସହଯୋଗ ହେଉଥିବା ଫଳରେ କୌଣସି ସିଦ୍ଧାନ୍ତ ହୋଇ ପାରି ନ ଥିବାରୁ ସଭା ସଦ ମାନେ ଦୁଃଖ ପ୍ରକାଶ କରିବା ସହିତ ଶେଷଥର ପାଇଁ ଆଉ ଏକ ପ୍ରୟାସ ଓ ଚେଷ୍ଟା ପାଇଁ ନିରପେକ୍ଷ ଭାବେ ଅଶୋକ କୁମାର ମହାରଣା ଓ କାଳନ୍ଦୀ ମହାରଣାଙ୍କୁ ଆଜିର ସଭା ଦାୟିତ୍ଵ ଅର୍ପଣ କଲେ।  ଯେହେତୁ ପୂର୍ବରୁ ବହୁବାର ଚେଷ୍ଠା ସତ୍ତ୍ୱେ ବିଫଳ ହୋଇଛି, ସେଥି ପାଇଁ ଏହି ଦୁଇ ଜାତି ଭାଇ ଆସନ୍ତା ଗୋଟିଏ ସପ୍ତାହ ମଧ୍ୟରେ ସଠିକ୍ ଖବର ଦେବେ ।

You might also like
error: Content is protected !!