ଚନ୍ଦ୍ରପୁର ବ୍ଲକରେ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନର ପ୍ରେକ୍ଷଣ ଯାତ୍ରା

ଚନ୍ଦ୍ରପୁର, (କୈଳାସ ମାଳବିଶୋଇ):- ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଥିବା ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ବ୍ଲକର ଶିକ୍ଷା ବିଭାଗ ତରଫରୁ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ଆନୁକୁଲ୍ୟରେ ଛାତ୍ରଛାତ୍ରୀମାନେ ରାୟଗଡ଼ା ସ୍ଥିତ ନାଗାବଳୀ ପ୍ଲାନେଟୋରିୟମ ବିଜ୍ଞାନ ଓ ଅନୁସନ୍ଧିସ୍ନୁ କ୍ଷେତ୍ର ପରିଭ୍ରମଣ କରିଥଲେ । ଏହି ଭ୍ରମଣରେ ୨୮୨ ଜଣ ଛାତ୍ର ଛାତ୍ରୀ ପାଞ୍ଚ ଗୋଟି ବସ୍ ମାଧ୍ୟମରେ ଯାଇଥିଲେ । ଆଠ ଜଣ ସିଆର ସିସି ଓ ପାଞ୍ଚ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଛାତ୍ରଛାତ୍ରୀଙ୍କ ସୁରକ୍ଷା ଦାୟିତ୍ୱ ନିର୍ବାହ କରଥିଲେ। ଏହି କ୍ଷେତ୍ର ପରିଦର୍ଶନ ବେଳେ ସେଠାରେ ଥିବା ବିଜ୍ଞାନ ସମ୍ବନ୍ଧୀୟ ବିଭିନ୍ନ ତଥ୍ୟ ଗୁଡ଼ିକକୁ ଚଳଚ୍ଚିତ୍ର ମାଧ୍ୟମରେ ଦେଖିବା ସହିତ ମହାକାଶ ବିଜ୍ଞାନ , ସୌରଜଗତ ଓ ସାଟେଲାଇଟ ସମ୍ୱନ୍ଧୀୟ ଜ୍ଞାନ ଆହରଣ କରିଥିଲେ।ଏହି କାର୍ଯ୍ୟକ୍ରମରେ ଚନ୍ଦ୍ରପୁର ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀ ଗଣେଷ ଶବର ପ୍ରତ୍ୟକ୍ଷ ତତ୍ତ୍ଵାବଧାନର ଦାୟିତ୍ବ ନିର୍ବାହ କରିଥିଲାବେଳେ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ତଥା ଗୋଷ୍ଠୀ ସାଧନ କେନ୍ଦ୍ର ସଂଯୋଜକ ଶ୍ରୀ ସିଙ୍ଗନା ତାଡିଙ୍ଗି ଅତିରିକ୍ତ ଓ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ଉମାକାନ୍ତ ମିଶାଲ ସହଯୋଗ କରିଥିଲେ। ରାୟଗଡ଼ା ନିକଟସ୍ଥ ହାଲୁଆ ତୋଟା ପିକନିକ ସ୍ଥଳରେ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା କରାଯାଇଥିଲା। ଛାତ୍ରଛାତ୍ରୀମାନେ ସେଠାରେ ଥିବା ପ୍ରାକୃତିକ ସୌନ୍ଦର୍ଯ୍ୟକୁ ମନଭରି ଉପଭୋଗ କରିଥିଲେ। ଫେରିବା ସମୟରେ ଥେରୁବାଲି ସ୍ଥିତ ଲକ୍ଷ୍ମୀ ନାରାୟଣ ମନ୍ଦିର ପରିଦର୍ଶନ କରିଥିଲେ।

Smart Computer Ad
You might also like
error: Content is protected !!