ଶହୀଦ ଲକ୍ଷ୍ମଣ ନାୟକଙ୍କ ଫାଶୀ ଦିବସ ପାଳନ

ବ୍ରହ୍ମପୁର,(ବିଚିତ୍ର ସାହୁ):- ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ପୂଜ୍ୟ ପୂଜା ସମିତି ଓ ଲକ୍ଷ୍ମଣ ନାୟକ ସ୍ମୃତି ପୌର ଉଚ୍ଚ ବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ଆଜି ବୀର ଶହୀଦ ଲକ୍ଷ୍ମଣ ନାୟକଙ୍କ ୮୨ତମ ଫାଶୀ ଦିବସ ସ୍ଥାନୀୟ ପୌର ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ପାଳନ ହୋଇଯାଇଛି । ଆଇନଜୀବୀ ଅବନୀ ଗୟା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ଆରମ୍ଭରେ ଲକ୍ଷ୍ମଣ ନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇ ସେଠାରେ ଏକ ସ୍ମରଣ ସଭା ଅନୁଷ୍ଠିତ ହୋଇଥିଲା । ୧୯୪୨ମସିହା ଗାନ୍ଧିଜୀଙ୍କ କର ବା ମର ଡାକରାରେ ଲକ୍ଷ୍ମଣ ନାୟକଙ୍କ ନେତୃତ୍ୱରେ ଶତାଧିକ ଆଦିବାସୀ ମାଲକାନଗିରି ଜିଲ୍ଲାର ମାତିଲି ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ହୋଇଥିଲା । ପୋଲିସର ଗୁଳି ଚାଳନାରେ ବହୁ ଆଦିବାସୀଙ୍କ ସହ ଜଣେ ଫରେଷ୍ଟ ଗାର୍ଡ ମଧ୍ୟ ଟଳି ପଡିଲେ । ପୋଲିସ ପକ୍ଷରୁ ଓ ଡାକ୍ତରଙ୍କ ରିପୋର୍ଟରୁ ସାକ୍ଷ ଦିଆଗଲା ଯେ ଗାର୍ଡ ଜଣକ ଲକ୍ଷ୍ମଣ ନାୟକଙ୍କ ଠେଙ୍ଗା ମାଡ଼ରେ ମୃତ୍ୟୁ ହୋଇଛି । ଏହି ମିଥ୍ୟା କେସରେ ଲକ୍ଷ୍ମଣ ନାୟକଙ୍କୁ ବ୍ରହ୍ମପୁର ଜେଲରେ ୧୯୪୩ମସିହାରେ ବ୍ରିଟିଶ ସରକାର ଫାଶୀ ଦେଲା । ଆଜି ଲକ୍ଷ୍ମଣ ନାୟକ ନାହାନ୍ତି ସତ ହେଲେ ତାଙ୍କ ଆଦର୍ଶଗତ ଜୀବନ ଆଜି ଆମକୁ ସାମ୍ପ୍ରତିକ ସ୍ଥିତିରେ ଦେଶର ଜଙ୍ଗଲ, ଖଣି, ନଦୀ, ପାହାଡ଼ର ସୁରକ୍ଷା ଓ ଆଦିବାସୀ, ପାରମ୍ପରିକ ଅଧିବାସୀଙ୍କ ଅଧିକାର ପାଇଁ ଲଢେଇ କରିବା ପାଇଁ ଉତ୍ସlହ ପ୍ରଦାନ କରୁଛି । ଏଣୁ ବ୍ରିଟିଶ ସରକାର ପରେ ବର୍ତମାନର ପୁଞ୍ଜିବାଦୀ ଫାସିବାଦୀ ସାରକାରୀ ବ୍ୟବସ୍ଥା ବିରୁଦ୍ଧରେ ଲକ୍ଷ୍ମଣ ନାୟକଙ୍କ ଭଳି ବିପ୍ଲବୀ ଯୋଦ୍ଧା ମାନଙ୍କ ଆଦର୍ଶଗତ ଚର୍ଚ୍ଚା ନିହାତି ଆବଶ୍ୟକ ବୋଲି ଆଜିର ସଭାରେ ମତବ୍ୟକ୍ତ ପାଇଛି । ଆଜି ସଭାରେ ଶହୀଦ ଲକ୍ଷ୍ମଣ ନାୟକ ସ୍ମୃତି ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସନାତନ ଜାଲ୍ଲୀ,ବିଶିଷ୍ଟ ସମାଜସେବୀ ସୁରେନ୍ଦ୍ର ନାଥ ପଣ୍ଡା, ଓଷ୍ଟା ର ପୂର୍ବତନ ସମ୍ପାଦକ ବିଜୟ କୁମାର ବେହେରା, ସଂସ୍କାର ମହିମା ର ସମ୍ପାଦକ ଶିବ ସୁନ୍ଦର ରଥ, କେଦାରନାଥ ଚୌଧୁରୀ,ପ୍ରମୋଦ କୁମାର ପଣ୍ଡା, ଜି. ଗୌରୀ ରେଡ୍ଡୀ, ଅନିତା ପ୍ରଧାନ, ସବିତା ଚୌଧୁରୀ, ସବିତା ପଣ୍ଡା, ସନ୍ଧ୍ୟାରାଣୀ ବେହେରା, ଆପର ନେତା ଆଦିତ୍ୟ ନାରାୟଣ ରଥ,ସମାଜସେବୀ ପି. ଧର୍ମା ରାଓ, ଭୀଷ୍ମlଚାର୍ଯ୍ୟ ଚୌଧୁରୀ,କବିରାଜ ସାହୁ, ଝୁନୁ ଦେଜ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ । ଶେଷରେ ସମିତି ସମ୍ପାଦକ ଏସ. ସାମ୍ବଶିବା ରାଓ ଧନ୍ୟବାଦ ଜଣାଇଥିଲେ ।

Smart Computer Ad
You might also like
error: Content is protected !!