ବାଲିଗୁଡା ଏନ.ଏ.ସି କୁ ସ୍ୱଚ୍ଛ ନିର୍ମଳ ରଖିବାକୁ ସ୍ୱଚ୍ଛତା ସର୍ବେକ୍ଷଣ |ପଥ ପ୍ରାନ୍ତ ନାଟକ ମାଧ୍ୟମରେ ଜନସଚେତନତା
ବାଲିଗୁଡା, ୨୮.୦୩ [ସୁକାନ୍ତ କୁମାର ତ୍ରିପାଠୀ ) ବାଲିଗୁଡା ସହର କୁ ସ୍ୱଚ୍ଛ ନିର୍ମଳ ସୁନ୍ଦର ସହର ଭାବେ ଗଢିତୋଳିବା କୁ ବାଲିଗୁଡା ଏନ.ଏ.ସି ର ଅଭିନଵ ପ୍ରୟାସ | ସହର ୱାର୍ଡ କୁ କିଭଳି ସ୍ୱଚ୍ଛ ନିର୍ମଳ ରଖିହେବ ସେ ନେଇ ଗୀତ, ନୃତ୍ୟ, ପଥପ୍ରାନ୍ତ ନାଟକ ମାଧ୍ୟମରେ ଜନସଚେତନତା କାର୍ଯ୍ୟକ୍ରମ ଆରମ୍ଭ ହୋଇ ଯାଇଛି | ବାଲିଗୁଡା ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ଓ ସର୍ବ ବୃହତ୍ତ ନୂଆସାହି ରେ ଆୟୋଜିତ ଏହି
କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥିଭାବେ ଏନ.ଏ.ସି ଅଧକ୍ଷ ଗୋବିନ୍ଦ ପ୍ରଧାନ, ସମ୍ମାନିତ ଅତିଥି ଭାବେ କାର୍ଯ୍ୟ ନିର୍ବାହୀ ଅଧିକାରୀ ବିବେକାନନ୍ଦ ଦଳାଇ , ଏମ. ଆଇ, ଏସ କମ୍ବୁପାଣି ପାଣିଗ୍ରାହୀ ଉପସ୍ଥିତ ଥିଲେ | ଯୁବ ନାଟ୍ୟକାର ପ୍ରମୋଦ ଦଣ୍ଡସେନା ଙ୍କ ନେତୃତ୍ୱ ରେ ବାଲିଗୁଡା ର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ କନ୍ଧମାଳ କଳା ବିକାଶ କେନ୍ଦ୍ର ବାଲିଗୁଡା ର କଳାକାର ମାନଙ୍କ ଦ୍ୱାରା ସଚେତନଧର୍ମୀ ନାଟକ ଦେଖି ଦର୍ଶକ ବିମୋହିତ ହୋଇଥିଲେ |
