ଉପଖଣ୍ଡ ସ୍ତରୀୟ ଓଡ଼ିଶା ଦିବସ ଉପଲକ୍ଷେ ବକ୍ତୃତା ଓ ଦେଶାତ୍ମବୋଧକ ସଙ୍ଗୀତ ପ୍ରତିଯୋଗିତା

ଉପଖଣ୍ଡ ସ୍ତରୀୟ ଓଡ଼ିଶା ଦିବସ ଉପଲକ୍ଷେ ବକ୍ତୃତା ଓ ଦେଶାତ୍ମବୋଧକ ସଙ୍ଗୀତ ପ୍ରତିଯୋଗିତା

ବ୍ରହ୍ମପୁର, (ବିଚିତ୍ର ସାହୁ) :- ଚଳିତ ବର୍ଷ ଓଡ଼ିଶା ଦିବସ ପାଳନ ନିମନ୍ତେ ବ୍ରହ୍ମପୁର ଉପଖଣ୍ଡ ସ୍ତରରେ ଓଡ଼ିଆ ବକ୍ତୃତା ଓ ଦେଶାତ୍ମବୋଧକ ସଙ୍ଗୀତ ପ୍ରତିଯୋଗିତା ସ୍ଥାନୀୟ ଶହୀଦ ଲକ୍ଷ୍ମଣ ନାୟକ ସ୍ମୃତି ସରକାରୀ ପୌର ଉଚ୍ଚ ବିଦ୍ୟାଳୟ ଠାରେ ସୂଚନା ଓ ଲୋକସମ୍ପର୍କ ବିଭାଗ ତରଫରୁ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ଉଚ୍ଚ ବିଦ୍ୟାଳୟ ଓ ମହାବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନେ ଭାଗ ନେଇଥିଲେ । ଉଚ୍ଚ ବିଦ୍ୟାଳୟ ସ୍ତରରେ ବକ୍ତୃତା ପ୍ରତିଯୋଗିତାରେ ଚନ୍ଦ୍ର ଶେଖର ଶତପଥୀ ପ୍ରଥମ (ଶହୀଦ ଲକ୍ଷ୍ମଣ ନାୟକ ସ୍ମୃତି ସରକାରୀ ପୌର ଉଚ୍ଚ ବିଦ୍ୟାଳୟ), ଅଙ୍କିତା ସାହୁ (ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ)ଦ୍ୱିତୀୟ ଓ ଆଦ୍ୟାଶା ପ୍ରିୟଦର୍ଶିନୀ (ଡି ଏ ଭି ପବ୍ଲିକ ସ୍କୁଲ)ତୃତୀୟ ଏବଂ ସଙ୍ଗୀତ ପ୍ରତିଯୋଗିତା ରେ ଅନୁଷ୍କା ରାଉତ (ସେଣ୍ଟ ଜାଭିୟର ହାଇ ସ୍କୁଲ) ପ୍ରଥମ, ଅମ୍ରିତା ପଟ୍ଟନାୟକ (ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ନୀଳକଣ୍ଠ ନଗର)ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି । ସେହିପରି ମହାବିଦ୍ୟାଳୟ ବର୍ଗରେ ବକ୍ତୃତା ପ୍ରତିଯୋଗିତା ରେ ଆଲିସା ପାଢ଼ୀ (ସରସ୍ଵତୀ ବିଦ୍ୟା ମନ୍ଦିର, ନୀଳକଣ୍ଠ ନଗର)ପ୍ରଥମ, ପାୟଲ ପ୍ରିୟା ପାତ୍ର (ମହାମାୟୀ ମହିଳା ମହାବିଦ୍ୟାଳୟ) ଦ୍ୱିତୀୟ, ଏବଂ ସଙ୍ଗୀତ ପ୍ରତିଯୋଗିତାରେ ଏସ ମନିଷା ରାଣୀ ପାତ୍ର (ମହାମୟୀ ମହିଳା ମହାବିଦ୍ୟାଳୟ)ପ୍ରଥମ, ପ୍ରଗତି କିରଣ ବେହେରା (ସରସ୍ଵତୀ ଡିଗ୍ରୀ ବିଦ୍ୟା ମନ୍ଦିର)ଦ୍ୱିତୀୟ ହୋଇଛନ୍ତି ।

ଉପଖଣ୍ଡ ସ୍ତରୀୟ ଓଡ଼ିଶା ଦିବସ ଉପଲକ୍ଷେ ବକ୍ତୃତା ଓ ଦେଶାତ୍ମବୋଧକ ସଙ୍ଗୀତ ପ୍ରତିଯୋଗିତା

ଏହି କୃତି ଛାତ୍ରଛାତ୍ରୀଙ୍କୁ ବ୍ରହ୍ମପୁର ବିଜୁ ପଟ୍ଟନାୟକ ସଂସ୍କୃତି ଭବନ ରେ ଏପ୍ରିଲ ୧ ତାରିଖରେ ହେବାକୁ ଥିବା ପୂର୍ବାହ୍ନ ୧୦ ଘଣ୍ଟାରେ ଓଡିଶା ଦିବସ ସମାରୋହରେ ପୁରସ୍କୃତ କରାଯିବ । ତିନୋଟି ଉପଖଣ୍ଡ ରେ ହୋଇଥିବା ଉଚ୍ଚ ବିଦ୍ୟାଳୟ ସ୍ତରର ବକ୍ତୃତା ପ୍ରତିଯୋଗିତାରେ ଯେଉଁ ପ୍ରତିଯୋଗୀ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ସେହି ପ୍ରତିଯୋଗୀଙ୍କ ମଧ୍ୟରେ ପୁନର୍ବାର ଜିଲ୍ଲା ସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗିତାରେ ଚନ୍ଦ୍ର ଶେଖର ଶତପଥୀ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ଚନ୍ଦ୍ର ଶେଖର ଶତପଥୀଙ୍କୁ ରାଜ୍ୟ ସ୍ତରୀୟ ବକ୍ତୃତା ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରିବା ପାଇଁ ପ୍ରେରଣ କରାଯିବ । ସମସ୍ତ ପ୍ରତିଯୋଗିତା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରାଙ୍କ ତତ୍ତ୍ଵାବଧାନରେ ହୋଇଥିଲା । ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରଶ୍ମିରାଣୀ ନିମାକା , ଲୋକନାଥ ଶତପଥୀ, ରବୀନ୍ଦ୍ର ସାହୁ ଉପସ୍ଥିତ ରହି ସହଯୋଗ କରିଥିଲେ ।

You might also like
error: Content is protected !!