ଗୋପାଳପୁରରେ ଆୟୋଜିତ ହେବ ରୋଟାରୀ ମହାକୁମ୍ଭ
ଭୁବନେଶ୍ୱର:- ବ୍ରହ୍ମପୁରର ଗୋପାଳପୁର ସ୍ଥିତ ଏକ ପଞ୍ଚତାରକା ହୋଟେଲରେ ରୋଟାରୀ ଜିଲ୍ଲା ୩୨୬୨ର ବାର୍ଷିକ ସମ୍ମିଳନୀ ଆୟୋଜିତ ହେବାକୁ ଯାଉଛି। ଏହି କାର୍ଯ୍ୟକ୍ରମରେ ସମଗ୍ର ଓଡ଼ିଶାର ଶହେ ଅଠର କ୍ଲବ୍ରୁ ଆଠ ଶହରୁ ଉର୍ଦ୍ଧ୍ୱ ରୋଟାରୀୟାନ୍ ଭାଗ ନେବେ। ଏଥିରେ ସ୍ଵାସ୍ଥ୍ୟ, ଶିକ୍ଷା,ପରିମଳ, ପରିବେଶ ଓ ସାମାଜିକ ସଚେତନତା କ୍ଷେତ୍ରରେ ସେବା ଯୋଗାଉଥିବା ରୋଟାରୀ ସେବାକୁ ଅଧିକ ପ୍ରଭାବି ଓ ଲୋକାଭିମୁଖୀ କରିବା ନେଇ ରୋଡ଼ ମ୍ୟାପ୍ ପ୍ରସ୍ତୁତ ହେବ ବୋଲି ରୋଟାରୀ ଜିଲ୍ଲା ୩୨୬୨ର ପ୍ରାନ୍ତପାଳ ଯଜ୍ଞାଶିଷ୍ ମହାପାତ୍ର ସୂଚନା ଦେଇଛନ୍ତି। ସମ୍ମେଳନରେ ରୋଟାରୀର ରାଷ୍ଟ୍ରୀୟ ନିର୍ଦ୍ଦେଶକ ଅନିରୂଦ୍ଧ ରାୟ ଚୋୖଧୁରୀ, ଅନ୍ତଃରାଷ୍ଟ୍ରୀୟ ସଭାପତିଙ୍କ ନିର୍ବାଚିତ ପ୍ରତିନିଧି ଦିନେଶ ଶର୍ମା, ପ୍ରାକ୍ତନ ଆର୍ ଆଇ ସଭାପତି ପ୍ରତିନିଧି ମହେଶ୍ କୋଟ୍ ବାଗୀ ଇତ୍ୟାଦି ଯୋଗଦେଇ ରୋଟାରୀୟାନ୍ ମାନଙ୍କୁ ମାର୍ଗଦର୍ଶନ କରାଇବେ। ସେହିଭଳି ବିଭିନ୍ନ ଅଧିବେଶନରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସ୍ୱତନ୍ତ୍ର ଉପଦେଷ୍ଟା ଦୀପକ୍ ଭୋରା,ପୂର୍ବତନ କେନ୍ଦ୍ରମନ୍ତ୍ରୀ ମିନାକ୍ଷୀ ଲେଖି, ଭାଜପାର ରାଷ୍ଟ୍ରୀୟ ପ୍ରବକ୍ତା ସାହାଜାନ୍ ପୁନାଓ୍ଵାଲା, ଖ୍ୟାତନାମା ପ୍ରେରଣାଦାୟୀ ବକ୍ତା ସାଲୋନୀ ଖାନ୍ନା ଓ ଲାବନ୍ୟ ପଟେଲ୍ ଇତ୍ୟାଦି ସମ୍ମେଳନକୁ ସମ୍ବୋଧିତ କରିବେ।ଏହି ଅବସରରେ ପ୍ରଖ୍ୟାତ ବଲିଉଡ୍ ଗାୟକ ସବୀର୍ କୁମାର, ଓଲିଉଡ ଷ୍ଟାର୍ ସବ୍ୟସାଚୀ, ଅର୍ଚ୍ଚିତା, ପପୁ ପମ୍ ପମ୍ ଙ୍କ ସମେତ ବହୁ ବଲିଉଡ୍ ଓ ଓଲିଉଡର କଳାକାର ନୃତ୍ୟ ଓ ସଙ୍ଗୀତ ପରିବେଷଣ କରିବେ।ଏହି ଦୁଇଦିନିଆ ସମ୍ମେଳନକୁ ଜିଲ୍ଲା ପରିଚାଳନା ମହାସଚିବ ରସାନନ୍ଦ ରାଉତ,ସମ୍ମେଳନ ଅଧ୍ୟକ୍ଷ ଗଙ୍ଗାଧର ମିଶ୍ର, ସୁଶାନ୍ତ ମହାପାତ୍ର,ମେଡିଆ ସେଲ୍ ଅଧ୍ୟକ୍ଷ ବିଭୂତି ଭୂଷଣ କର, ରୋଟାରୀୟାନ୍ କବି ପ୍ରସାଦ ରାଉତରାୟ, ସୋନାଲି ରଥ,ଇତୁନ୍ ମହାପାତ୍ର, ଉମାଶଙ୍କର ପଟ୍ଟନାୟକ,ଅନିଲ୍ ସାହା ପ୍ରମୂଖ ପରିଚାଳନା କରିବେ।
