ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ମହିଳାଙ୍କ ମୃତ୍ୟୁ

ବୁଗୁଡ଼ା, (ସୋରେନ କୁମାର ପ୍ରଧାନ):- ବିଦ୍ୟୁତ୍ ସଂସ୍ପର୍ଶରେ ଆସି ମହିଳାଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ମୃତ୍ୟୁ ବରଣ କରିଥିବା ମହିଳା ଜଣକ ହେଲେ ବୁଗୁଡା ଥାନା ଅଧିନସ୍ଥ ଗୋଳାବନ୍ଧ ଗ୍ରାମର ରେବତୀ ଗୌଡ । ସୂଚନା ମୁତାବକ ପରିବାର ଲୋକଙ୍କ କହିବା ଅନୁଯାୟୀ ନୂତନ ଘର ନିର୍ମାଣ ହୋଇଥିବା ବେଳେ ନୂତନ ଘରର କାନ୍ଥରେ ପାଣି ପକାଉଥିଲେ ରେବତୀ, ହଠାତ୍ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଜଣାଇଥିଲେ । ପରିବାର ଲୋକେ ରେବତୀକୁ ସେଠାରୁ ଉଦ୍ଧାର କରି ବୁଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ । କିନ୍ତୁ ରେବତୀଙ୍କୁ ଉପସ୍ଥିତ ଥିବା ଡ଼ାକ୍ତର ମୃତ ଘୋଷଣା କରିଛନ୍ତି ।

Smart Computer Ad
You might also like
error: Content is protected !!