ଗରିବଙ୍କୁ ଅନ୍ୟାୟ ବ୍ୟବହାର

ବ୍ରହ୍ମପୁର, (ରାଜେନ୍ଦ୍ର ସାହୁ):– କୁକୁଡାଖଣ୍ଡି ବ୍ଲକ୍ ଅଞ୍ଚଳରେ ଏକ ଅଭାବନୀୟ ପରିସ୍ଥିତି ଦେଖାଦେଇଛି । ଅତି ଗରିବଙ୍କୁ ଅନ୍ୟାୟ ବ୍ୟବହାର ହୋଇଥିବା ଅଭିଯୋଗ ହୋଇଛି । ଘଟଣାକୁ ନେଇ ଗରିବ ପରିବାର ଉପଜିଲ୍ଲାପାଳଙ୍କ ନଜରକୁ ଆଣିଛନ୍ତି । ଗରିବ ପରିବାର ଅନ୍ତଦୟ ଗୃହ ପାଇବା ନେଇ ବିଡ଼ିଓଙ୍କୁ ଭେଟିଥିଲେ । ଘଟଣାର ସତ୍ୟତା ନେଇ ପିଇଓଙ୍କୁ ସେ ନିର୍ଦ୍ଦେଶ ଦେଇଥିଲେ । ଏହାର ତଦନ୍ତ ପରିବର୍ତ୍ତେ ଗରିବ ପରିବାରଙ୍କୁ ଅନ୍ୟାୟ ବ୍ୟବହାର ହୋଇଥିବା ଅଭିଯୋଗ ଉଠିଛି । ବିଧବା,ମୁକ ବଧିର, ଅତି ଗରିବ ପରିବାର ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସିଥିଲେ । ବି ଡାକୁଆ,ପି ପାର୍ବତୀ,ରଜତ ଡାକୁଆ, ସେନାପତି ଡାକୁଆ, ଲିଲି ଦାସ, କେଦାର ବେହେରାଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ । ଉପ ଜିଲାପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି ।
