ମନ୍ଦିର ସମସ୍ୟା ସମ୍ପର୍କରେ ଦାବିପତ୍ର ଗ୍ରହଣ କଲେ ମୁଖ୍ୟମନ୍ତ୍ରୀ
ନୟାଗଡ, (ପ୍ରଭାକର ଶିରୋମଣି):- ମହାମହିମ ରାଷ୍ଟ୍ରପତିଙ୍କର କଣ୍ଟିଲୋ ନୀଳମାଧଵ ପୀଠ ଗସ୍ତ ସମୟରେ ସୋମବାର ମନ୍ଦିର ପରିସରରେ ସେବାୟତ ସଙ୍ଘ ପକ୍ଷରୁ ବିଭିନ୍ନ ସମସ୍ୟା ସମ୍ପର୍କରେ ୮ ଦଫା ସମ୍ବଳିତ ଏକ ଦାବି ପତ୍ର ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କୁ ଦିଆଯାଇଥିଲା । ଏହି ଦାବି ଗୁଡିକ ପୂର୍ବତନ ରାଜ୍ୟ ସରକାରଙ୍କୁ ବିଭିନ୍ନ ଗଣ ମାଧ୍ୟମରେ. ବାରମ୍ବାର ଉପସ୍ଥାପିତ କରାଯାଇଥିଲେ ମଧ୍ୟ ଦେବୋତ୍ତର କମିଶନର କି ଆଇନ ବିଭାଗ କୌଣସି ପଦକ୍ଷେପ ଗ୍ରହଣ କରି ନାହାନ୍ତି ତେଣୁ ମହାମହିମ ରାଷ୍ଟ୍ରପତି ଙ୍କ ଉପସ୍ଥିତିରେ ମନ୍ଦିର ସମସ୍ୟା ଗୁଡିକ ର ଯଥାର୍ଥ ଦାବି ଲିଖିତ ଭାବେ ଦିଆଯାଇଥିଲା । ଏହି ଦାବି ଗୁଡିକ ମଧ୍ୟରେ ଦର୍ଶା ଯାଇଛିଯେ, ରାଜ୍ୟର ପ୍ରମୁଖ ପର୍ଯ୍ୟଟନ କେନ୍ଦ୍ର କଣ୍ଟିଲୋ ନୀଳମାଧଵ ଜୀଉଙ୍କର ବିଶେଷ ଆୟ ନ ଥିବାରୁ ରାଜ୍ୟ ସରକାର ମନ୍ଦିର ପରିଚାଳନା ପାଇଁ ଏକ ବାର୍ଷିକ ବଜେଟ ପ୍ରସ୍ତୁତ କରିବା ସହିତ କପର୍ସ ଫଣ୍ଡ ବ୍ୟବସ୍ଥା ର ଆବଶ୍ୟକତା ରହିଛି । ଇତି ମଧ୍ୟରେ ପୂର୍ବ ପ୍ରସ୍ତାବ ଅନୁଯାୟୀ ମନ୍ଦିର ପୂର୍ବ ଦ୍ୱାର ସୌନ୍ଦଯ୍ୟ କରଣ ଓ ପରିକ୍ରମା ରାସ୍ତା ପ୍ରକଳ୍ପ କରା ଯାଇନାହିଁ । ଏହାକୁ ତୁରନ୍ତ କାର୍ଯ୍ୟକ୍ଷମ କରାଯିବାକୁ ଦାବି ପତ୍ରରେ ଅନୁରୋଧ କରାଯାଇଛି । ମନ୍ଦିର ପରିଚାଳନା ପାଇଁ ଖାଲିଥିବା ସ୍ୱତନ୍ତ୍ର ପରିଚାଳକ ନିଯୁକ୍ତି, ମନ୍ଦିର ଚାରି ଦ୍ୱାରରେ ଯାତ୍ରୀ ଓ ପର୍ଯ୍ୟଟକ ମାନଙ୍କ ପାଇଁ ଶୌଚାଳୟ ବ୍ୟବସ୍ଥା ଜରୁରୀ ହୋଇ ପଡ଼ିଥିବାରୁ ଏହାକୁ ଅଗ୍ରାଧିକାର ଭିତ୍ତିରେ ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରିବାକୁ ଦାବି କରାଯାଇଛି । ବିଶେଷତଃ ରାଜ୍ୟ ବାହାରୁ ଆସୁଥିବା ପର୍ଯ୍ୟଟକ ମାନଙ୍କ ପାଇଁ ରାତ୍ରୀ ଯାପନର କୌଣସି ବ୍ୟବସ୍ଥା ନଥିବାରୁ ଏଠାରେ ଏକ ଯାତ୍ରୀ ନିବାସ ନିର୍ମାଣ କରିବା, ମନ୍ଦିର ମଧ୍ୟରେ ବିଦ୍ୟୁତ ନଥିଲା ବେଳେ ଉଚ୍ଚ ଶକ୍ତି ସମ୍ପନ୍ନ ବିଶିଷ୍ଟ ଏକ ଡିଜେ ସ୍ଥାନିତ ହେବାର ଆବଶ୍ୟକତା ରହିଛି । ଉଲ୍ଲେଖ ଯୋଗ୍ୟ ଯେ ନୀଳମାଧବ ପୀଠ ୧୯୮୯ ମସିହାରେ ତତ୍କାଳୀନ ସରକାରଙ୍କ ଦ୍ୱାରା କଣ୍ଟିଲୋ କୁ ପର୍ଯ୍ୟଟନ କେନ୍ଦ୍ରର ମାନ୍ୟତା ଘୋଷଣା କରିଥିଲେ ।
