ପୁରୁଷୋତ୍ତମପୁର ସହର ରେ ତିନିଗୋଟିପୁଞ୍ଜା ଦଣ୍ଡକାଳୀଙ୍କ ୨୧ ଦିନିଆ ଦଣ୍ଡଯାତ୍ରା ଆରମ୍ଭ ।

ପୁରୁଷୋତ୍ତମପୁର ସହର ରେ ତିନିଗୋଟିପୁଞ୍ଜା ଦଣ୍ଡକାଳୀଙ୍କ ୨୧ ଦିନିଆ ଦଣ୍ଡଯାତ୍ରା ଆରମ୍ଭ ।

ପୁରୁଷୋତ୍ତମପୁର, (ପ୍ରସନ୍ନ କୁମାର ଦାସ):- ପୁରୁଷୋତ୍ତମପୁର ସହର ସମେତ ସମଗ୍ର ଗଞ୍ଜାମ ଜିଲ୍ଲାରେ ଗଣପର୍ବ ଭାବେ ପରିଚିତ ଦଣ୍ଡ ଯାତ୍ରା ଆରମ୍ଭ ହୋଇଛି । ଗତକାଲି ଠାରୁ ମାନସିକ ଧାରୀ ଭକ୍ତମାନେ ବିଭିନ୍ନ ପୁଞ୍ଜାକୁ ଯାଇ ଦଣ୍ଡ କାଳୀଙ୍କ ସେବାରେ ନିୟୋଜିତ ହୋଇ ଯାଇଛନ୍ତି । ଆଜି ସକାଳେ ଢୋଲ, ଘଣ୍ଟ, ବଜାଇ ନଗର ପରିଭ୍ରମଣକରି ପ୍ରତ୍ୟେକ ସାହିକୁ ଯାଇ ଲୋକଙ୍କ କୁମ୍ଭ ଡ଼ାକି ଥିଲେ । ଏହା ସହିତ କଳାରୁଦ୍ରମଣିଙ୍କୁ ଭଜହେ ଧ୍ୱନି ଦେଇ ଏକ ଭକ୍ତି ଭାବାବେଗ ପରିବେଶ ସୃଷ୍ଟି କରିଥିଲେ । ସମଗ୍ର ଗାଁ ଠୁ ସହର ପ୍ରକମ୍ପିତ ହେଉଛି । ଏହି ଦଣ୍ଡ ଯାତ୍ରାରେ ଶିବ ଓ କାଳୀଙ୍କୁ ଏକତ୍ର ପୂଜା କରାଯାଇଥାଏ । ଏହି ବ୍ରତ ପାଳନ କରିବାରେ ଅନେକ କଷ୍ଟ କରିବାକୁ ପଡ଼ିଥାଏ । ଏହାଦ୍ୱାରା ଏନେକ ମାନସିକ କାର୍ଯ୍ୟ ପୁର୍ଣ ହୋଇଥାଏ ବୋଲି ଭକ୍ତ ମାନେ କହୁଥବାର ଶୁଣିବାକୁ ମିଳୁଛି । ତେଣୁ ମାନସିକଧାରୀ ମାନେ ଏହି 21 ଦିନ, 18 ଦିନ ଏବଂ 13 ଦିନିଆ ଏହି ଦଣ୍ଡ ଯାତ୍ରାରେ ରହି ନିଜ ସହିତ ଜଗତର ମଙ୍ଗଳ ପାଇଁ ସବୁ କଷ୍ଟ ସହି ଥାଆନ୍ତି ପୁରୁଷୋତ୍ତମପୁର ସହରେ ତିନି ଗୋଟି ଦଣ୍ଡ ଯାତ୍ରାଦଳ ରହିଛନ୍ତି ।

ପୁରୁଷୋତ୍ତମପୁର ସହର ରେ ତିନିଗୋଟିପୁଞ୍ଜା ଦଣ୍ଡକାଳୀଙ୍କ ୨୧ ଦିନିଆ ଦଣ୍ଡଯାତ୍ରା ଆରମ୍ଭ ।

ସେମାନେ ହେଲେ ଧୋବା ପୁଞ୍ଜା, ବିପତ୍ତାହାରିଣୀ ତେଲି ପୁଞ୍ଜା ଓ ଗୌଡ ପୁଞ୍ଜା । ଏହି ପୁଞ୍ଜା ମାନଙ୍କରେ ବହୁଭକ୍ତ ମାନସିକ କରି ଏହି ଦଳ ମାନଙ୍କ ରେ ସାମିଲ ହୋଉ ଥାନ୍ତି । ଏହି ମାନସିକ ଧାରୀ ମାନେ ଗଞ୍ଜାମ ଜିଲ୍ଳାର ବିଭିନ୍ନ ପ୍ରାନ୍ତକୁ ଖାଲିପାଦରେ ଚାଲି, ଚାଲି ଯାଇ ଭକ୍ତଙ୍କ ମାନସିକ ପୂରଣ କରିଥାନ୍ତି । ତେବେ ଦଣ୍ଡ ତିନି ପ୍ରକାର ଅଟେ । ମଧ୍ୟାହ୍ନର ଉତ୍ତପ୍ତ ଖରାରେ ଧୂଳି ଦଣ୍ଡକରନ୍ତି । ତାପରେ ଅପରାହ୍ନରେ ନଦୀ କିମ୍ବା ପୋଖରୀରେ ଜଳଦଣ୍ଡ କରନ୍ତି ଏବଂ ଅର୍ଦ୍ଧରାତ୍ରରେ ଅଗ୍ନିଦଣ୍ଡକୁ ପରିବେଷଣ କରିଥାନ୍ତି । ଏମାନେ ଦିନକୁ ଗୋଟିଥର ଢୋଲ ଶବ୍ଦର ତାଳେ ତାଳେ ଅକଟା, ଅବଟା , ଅଫୁଟା ଖାଦ୍ୟ ଗ୍ରହଣ କରି ଥାନ୍ତି ଏବଂ ସେହି ରାତ୍ରରେ ଅଗ୍ନିଦଣ୍ଡ ନିମନ୍ତେ ଆସିଥାନ୍ତି । ତାହାପରେ ଲୋକଙ୍କ ମନୋରଞ୍ଜନ ସକାଶେ ନାଟକ ପରିବେଷଣ କରିଥାନ୍ତି । ଏହା ମେଷ ସଂକ୍ରାନ୍ତି କିମ୍ବା ତା ପୂର୍ବଦିନ ମାସନ୍ତ ପର୍ଯ୍ୟନ୍ତ କାର୍ଯ୍ୟ କରି ତା ପର ଦିନ ସୁଦ୍ଧ ହୋଇ ଭୋଜି ଭାତ କରି ନିଜ, ନିଜର ଗୃହକୁ ପ୍ରତ୍ୟାବର୍ତନ କରନ୍ତି ।

Smart Computer Ad
You might also like
error: Content is protected !!