ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମ ଆୟୋଜିତ

ବାଲିଗୁଡା, ୨୧/୦୩ [ସୁକାନ୍ତ କୁମାର ତ୍ରିପାଠୀ )‍କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ୍ ଅନ୍ତର୍ଗତ ବିଭିନ୍ନ ବିଦ୍ୟାଳୟ ର ଫିଡର ଗ୍ରାମର ବିଭିନ୍ନ ଶିକ୍ଷା କ୍ଷେତ୍ରରେ ଅଶିକ୍ଷିତ ଥିବା ପୁରୁଷ, ମହିଳା ଏବଂ ଯୁବକ ଯୁବତୀ ମାନଙ୍କୁ ନେଇ ମୌଳିକ ଭାଷା ଜ୍ଞାନ ଓ ସଂଖ୍ୟା ଜ୍ଞାନ ଦ୍ୱିତୀୟ ପର୍ଯ୍ୟାୟରେ ୩୪ ଟି ପରୀକ୍ଷା କେନ୍ଦ୍ରରେ ପ୍ରତ୍ୟେକ କେନ୍ଦ୍ରର ନିରୀକ୍ଷକଙ୍କ ତତ୍ତ୍ଵାବଧାନରେ ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି। ଏଥିରେନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମ ଆୟୋଜିତ ୯୮୬ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ। ଏହି କାର୍ଯ୍ୟକ୍ରମ କୁ ବାଲିଗୁଡା ଗୋଷ୍ଠୀ ଶିକ୍ଷା ଅଧିକାରୀ ମହେଶ୍ଵର ମାଝୀ, ବିଆରସିସି ବଳରାମ ବେହେରା, ଏବିଇଓ ବଂଶୀଧର ସାହୁ ଏବଂ ସମସ୍ତ ସିଆରସିସିମାନେ ପରୀକ୍ଷା କେନ୍ଦ୍ରକୁ ତଦାରଖ କରି ସଫଳତାର ସହିତ ପରିଚାଳନା କରିଥିଲେ।

You might also like
error: Content is protected !!