ଏପ୍ରିଲ୍‌ ୨ରୁ +୨ ଖାତା ଦେଖା

ଖୋର୍ଦ୍ଧା ଜିଲ୍ଲା, (ସଞ୍ଜିବ କୁମାର):- ଆସନ୍ତା ଏପ୍ରିଲ୍‌ ୨ ରୁ ଆରମ୍ଭ ହେବ ଯୁକ୍ତ ୨ ଖାତାଦେଖା। ପ୍ରଥମ ପର୍ଯ୍ୟାୟରେ ୧୩ ତାରିଖ ପର୍ଯ୍ୟନ୍ତ ଓ ଦ୍ୱିତୀୟ ପର୍ଯ୍ୟାୟରେ ୧୫ରୁ ୨୬ ତାରିଖ ମଧ୍ୟରେ ଖାତାଦେଖା ଚାଲିବ। ମୂଲ୍ୟାଙ୍କନର ୧୦ଦିନ ପୂର୍ବରୁ ପରୀକ୍ଷା ଖାତାକୁ କୋଡିଂ କରାଯିବ। ଆସନ୍ତା ୨୭ ତାରିଖରେ ବିଜ୍ଞାନ ଓ ୨୭ ତାରିଖରେ କଳା, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷା ସରିବ। ସେହିପରି ପୂର୍ବରୁ କଲେଜଗୁଡ଼ିକ ପ୍ରାକ୍ଟିକାଲ୍‌ ମାର୍କ ମାନୁଆଲ୍‌ ଭାବେ ଦେଉଥିଲେ। ମାତ୍ର ଚଳିତ ବର୍ଷ କଲେଜମାନେ ଏହାକୁ ଅନ୍‌ଲାଇନ୍‌ରେ ଦାଖଲ କରିଥିବାରୁ ଅତିରିକ୍ତ ସମୟ ଅପଚୟ ହେବ ନାହିଁ। ପରୀକ୍ଷା ସରିବାର ୪୫ ଦିନ ମଧ୍ୟରେ ପରୀକ୍ଷା ଫଳ ପ୍ରକାଶ କରିବାକୁ ପରିଷଦ ଲକ୍ଷ୍ୟ ରଖିଛି।

You might also like
error: Content is protected !!