ଗଞ୍ଜାମ ଜିଲ୍ଲା ସଚିବଙ୍କ ଜିଲ୍ଲାଗ୍ରସ୍ତ

ବ୍ରହ୍ମପୁର, (ରାଜେନ୍ଦ୍ର.ସାହୁ):- ଗଞ୍ଜାମ ଜିଲ୍ଲାର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଗୁଡିକର ପରିଚାଳନା କିପରି ଚାଲିଛି ଏବଂ ସରକାରଙ୍କ ସଂଯୋଜନାରୁ ଜନ ସାଧାରଣ କିଭଳି ଉପକୃତ ହେଉଛନ୍ତି ସେହି ସମ୍ପର୍କରେ ଗଞ୍ଜାମ ଜିଲ୍ଲା ସଚିବ ଭାବେ ନିଯୁକ୍ତ ହୋଇଥିବା ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ତଥା ଅନୁସୂଚୀତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ପ୍ରମୁଖ ଶାସନ ସଚିବ ସଂଜୀବ କୁମାର ମିଶ୍ର ଗଞ୍ଜାମ ଜିଲ୍ଲା ଗସ୍ତରେ ଆସିଥିଲେ । ଜନ କଲ୍ୟାଣ କାର୍ଯ୍ୟକ୍ରମ ଗୁଡିକ ଦେଖିଥିଲେ । ରବିବାର ପୂର୍ବାହ୍ନରେ ଖଲ୍ଲିକୋଟ ବ୍ଲକ୍ ସ୍ଥିତ ଲଙ୍ଗେଳେଶ୍ବର ଗ୍ରାମ ପଞ୍ଚାୟତର ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ମଣିନାଗେଶ୍ୱର ସିଲେଇ କେନ୍ଦ୍ର ପରିଦର୍ଶନ କରି ସେମାନଙ୍କର ସଭାପତି, ସଂପାଦକ ଓ ସଭ୍ୟ ମାନଙ୍କ ସହିତ ଆଲୋଚନା କରି ଚଳିତ ବର୍ଷ 25 ଲକ୍ଷ ଟଙ୍କାର ବ୍ୟବସାୟ କରିଥିବା ହେତୁ ଖୁସି ପ୍ରକାଶ କରି ସେମାନଙ୍କୁ ଉତ୍ସାହିତ କରିଥିଲେ । ସେମାନେ କିଭଳି ଆହୁରି ଅଧିକ ବ୍ୟବସାୟ କରିପାରିବେ ସେଥି ନିମନ୍ତେ ଆଲୋଚନା କରି ସମସ୍ତ ଦିଗରେ ସହଯୋଗ କରାଯିବ ବୋଲି ମତବ୍ୟକ୍ତ କରିଥିଲେ । ପରେପରେ ଖଲ୍ଲିକୋଟ ସ୍ଥିତ ଆର୍ଟ କଲେଜ ପରିଦର୍ଶନ କରି ପୁନରୁଦ୍ଧାର କାର୍ଯ୍ୟ କିପରି କରାଯିବ ଏବଂ ପ୍ରାଥମିକତା ଭିତ୍ତିରେ ଯାହା ସବୁ ଆବଶ୍ୟକତା ରହିଛି ସେଥିପ୍ରତି ଦୃଷ୍ଟି ଦେଇ କାର୍ଯ୍ୟ କରିବାକୁ ଗୁରୁତ୍ବ ଦେଇଥିଲେ । ଗଞ୍ଜାମ ବ୍ଲକ୍ ଅଧିନସ୍ଥ ରାମଗଡ ଅର୍କିଡ୍ ଫୁଲଚାଷ ସ୍ଥଳ ପରିଦର୍ଶନ କରି ମହିଳା ମାନଙ୍କୁ ନେଇ ଉନ୍ନତମାନର କାର୍ଯ୍ୟ ହୋଇଥିବା ଯୋଗୁଁ ଖୁସି ପ୍ରକଟ କରିଥିଲେ । କିଆ ଫୁଲରୁ କିଭଳି ଅତର ପ୍ରସ୍ତୁତ ହେଉଛି ତାହାର ପଦ୍ଧତି ପଚାରି ବୁଝିଥିଲେ । ଛତ୍ରପୁର ବ୍ଲକ୍ ଅଧିନସ୍ଥ ଚମାଖଣ୍ଡି ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଦ୍ୱାରା ପରିଚାଳିତ ଗ୍ରାମ୍ୟ ଶିଳ୍ପ ପାର୍କ, ଛତ୍ରପୁର ବିଜ୍ଞାପିତ ଅଞ୍ଚଳ ସ୍ଥିତ ଆହାର କେନ୍ଦ୍ର ଓ ମିଶନ ଶକ୍ତି କେଫ୍, ରଙ୍ଗେଇଲୁଣ୍ଡା ବ୍ଲକ୍ ସ୍ଥିତ ପୁକୁଡି ବନ୍ଧ, ଭାବି ନାରାୟଣପୁର ଅନ୍ୱଷା ଛାତ୍ର ଓ ଛାତ୍ରୀ ଆବାସ, କନିଷି ସ୍ଥିତ ଅନୁସୂଚୀତ ଜାତି ଓ ଜନଜାତି ଆବାସିକ ଛାତ୍ରାବାସ ଏବଂ ମନ୍ତ୍ରିଡି ବିଜୁ ପଟ୍ଟନାୟକ ଆଦର୍ଶ ବିଦ୍ୟାଳୟ ପରିଦର୍ଶନ କରିଥିଲେ । ଯୋଜନା ଗୁଡିକର କାର୍ଯ୍ୟକାରିତା କିଭଳି ଚାଲିଛି ଏବଂ ଜନ ସାଧାରଣ ଉକ୍ତ ଯୋଜନା ଦ୍ୱାରା କିଭଳି ଉପକୃତ ହେଉଛନ୍ତି ତାହା ସଂପୃକ୍ତ ଅଧିକାରୀ, କର୍ମଚାରୀ ତଥା ସଭ୍ୟ ସଭ୍ୟା ମାନଙ୍କୁ ପଚାରି ବୁଝିଥିଲେ । ଏହି ଗ୍ରସ୍ତ ସମୟରେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ମଧୁମିତା, ବ୍ରହ୍ମପୁର ଉପ ଜିଲ୍ଲାପାଳ ଦିନା ଦସ୍ତଗୀର, ସମସ୍ତ ସଂପୃକ୍ତ ଜିଲ୍ଲା ସ୍ତରୀୟ ଅଧିକାରୀଗଣ ଉପସ୍ଥିତ ଥିଲେ । ଏଠାରେ ପ୍ରକାଶ ଥାଉକି ସରକାରଙ୍କ ଦ୍ୱାରା ଗଞ୍ଜାମ ଜିଲ୍ଲାର ଜିଲ୍ଲା ସଚିବ ଦାୟୀତ୍ବ ନେବାପରେ ଏହା ଶ୍ରୀ ମିଶ୍ରଙ୍କ ପ୍ରଥମ ଗସ୍ତ ।

You might also like
error: Content is protected !!