ଋଷିକୂଲ୍ୟା ନଦୀର ସୁରକ୍ଷା ଲାଗି ପଦଯାତ୍ରା

ଋଷିକୂଲ୍ୟା ନଦୀର ସୁରକ୍ଷା ଲାଗି ପଦଯାତ୍ରା

ସୋରଡ଼ା, (ପ୍ରସନ୍ନ କୁମାର ଦାସ):- ସୋରଡ଼ା ବ୍ଲକ ପିପଳପଙ୍କାରେ ଋଷିକୂଲ୍ୟା ନଦୀର ପାଣିକୁ ଅଟକାଇ ଏକ ଡ୍ୟାମ ନିର୍ମାଣ ପାଇଁ ରାଜ୍ୟ ସରକାର ନିଷ୍ପଭି ନେଇଛନ୍ତି । ଏହାର ବିରୋଧ କରି ଋଷିକୂଲ୍ୟା ସୁରକ୍ଷା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଋଷିକୂଲ୍ୟା ସୁରକ୍ଷା ପଦଯାତ୍ରା ଆରମ୍ଭ ହୋଇଛି । ଏହି କାର୍ଯ୍ୟକ୍ରମରେ ସମାଜ ସେଵୀପ୍ରଫୁଲସାମନ୍ତରା, ଭାଲ ଚନ୍ଦ୍ର ଷଡ଼ଙ୍ଗୀ, ଶ୍ୟାମ ସୁନ୍ଦର ଖାଡ଼ଙ୍ଗା, ସିମାଞ୍ଚଳ ନାହାକ, ଆଦିତ୍ୟ କୁମାର ରଥ, ଲକ୍ଷ୍ମୀ ନୃସିଂହ ରଥ, ସୁବାସ ରାଉତ, କାଳୁ ଚରଣ ନାୟକ, ରାଜେନ୍ଦ୍ର ମଲ୍ଲିକ, ଦୀର୍ଘ ୧୦ ଦିନ ଧରି ଚାଲିବାକୁ ଥିବା ଏହି ପଦଯାତ୍ରା ଆଜି ପୁରୁଷୋତ୍ତମ ପୁରବ୍ଲକରପାଣ୍ଡିଆରେ ପହଂଚି ବା ପରେସେଠାରେସରପଞ୍ଚ ଙ୍କ ପ୍ରତିନିଧି କୈଳାସ ସେଠୀ ଓ ସମିତି ସଭ୍ୟ ସିମାଞ୍ଚଳ ଗୌଡ଼ ସ୍ୱାଗତ କରି ପଦଯାତ୍ରା ରେ ସାମିଲ ହୋଇ ଥିଲେ ଓ ଭୀମପୁର ସରପଞ୍ଚ ମାମାଲି ଦାଶ ଓ ସମିତି ସଭ୍ୟ ଜଗନ୍ନାଥ ପାତ୍ର ଏବଂ ଅନ୍ୟନ୍ୟ ଚାଷୀ ଓ ଗ୍ରାମବାସୀ ମାନେ ସେମାନଙ୍କୁ ସ୍ୱାଗତ କରି ପଦଯାତ୍ରାରେ ଗ୍ରାମ୍ୟ ପରିଭ୍ରମଣକରିଥିଲେ । ସେଠାରେ ରାତ୍ରି ଯାପନ କରି ସକାଳୁ ପୁରୁଷୋତ୍ତମପୁର ବିଜ୍ଞାପିତ ଅଞ୍ଚଳସ୍ଵପ୍ନେଶ୍ଵର ମନ୍ଦିର ରେ ପହଂଚିଥିଲେ ସେଠାରେ ମଧ୍ୟ ସ୍ଵପ୍ନେଶ୍ଵର କୃଷକ ସଙ୍ଘର ସଭାପତି ଆଇ ମକୁନ୍ଦ ରାଓ, ରମେଶ ଚନ୍ଦ୍ର ଗୌଡ଼, ଲକ୍ଷ୍ମୀ ଚରଣ ପାଣିଗ୍ରାହୀ, ରବୀ ସାହୁ, ଦେବରାଜ ମଣ୍ଡଳ, ବିନାୟକ ଆଚାର୍ଯ୍ୟ, ବିପିନ ଚନ୍ଦ୍ର ବେହେରା ଙ୍କ ସହିତ ଅଧିକାଂଶ ଚାଷୀ ସେମାନଙ୍କୁ ସ୍ୱାଗତ କରି ବିଭିନ୍ନ ୱାର୍ଡ ବୁଲି ବସ ଷ୍ଟାଣ୍ଡ ନିକଟରେ ପହଂଚି ଥିଲେ । ସେଠାରୁ ଆସି ମଧ୍ୟାହ୍ନ ଭୋଜନ ପରେ ଟିକେ ବିରତି ନେଇ କୁମ୍ଭାରୀ ରେ ପହଂଚି ଥିଲେ, ସେଠାରୁ ପଦଯାତ୍ରା କରି ଆଛୁଲିଗ୍ରାମର ସମିତି ସଭ୍ୟ ଙ୍କ ପ୍ରତିନିଧି ନୀଳମଣି ପଣ୍ଡାଓ ଅନେକ ଚାଷୀ ଏବଂ ଗ୍ରାମବାସୀ ସେମାନଙ୍କୁ ସ୍ୱାଗତ କରି ହାଣ୍ଡିଘର ପଞ୍ଚାୟତରେ ପହଞ୍ଚିଥିଲେ । ସେଠାରେ ବ୍ଲକ ଅଧକ୍ଷ ପ୍ରତିନିଧି ତାପସ ବେହେରା, ସରପଞ୍ଚ ପ୍ରତିନିଧି ବସନ୍ତ ମହାପାତ୍ର, ଏବଂ ଅନେକ ଗ୍ରାମବାସୀ ଏହି ପଦଯାତ୍ରାରେସାମିଲ ହୋଇ ଥିଲେ । ତାହାପରେ ସେମାନେଦଳସର ଖଣ୍ଡି ରେ ପହଂଚି ଥିଲେ,ସେଠାରେ ଜଗତ ପଣ୍ଡା ଙ୍କ ନେତୃତ୍ୱ ରେସମସ୍ତ ଅତିଥି ଙ୍କୁ ସ୍ୱାଗତ କରାଯାଇ ପଦଯାତ୍ରା ରେ ସାମିଲ ହୋଇ ଥିଲେଓ ମାଆ ଦକ୍ଷିଣ କାଳୀଙ୍କ ପୀଠରେ ଋଷିକୁଲ୍ୟା ନଦୀର ଡେମ ବନ୍ଦ ଉପରେ ଲୋକ ମାନଙ୍କୁ ବୁଝାଇ ଥିଲେ । ସନ୍ଧ୍ୟାରେ ପ୍ରତାପୁର ଗ୍ରାମରେ ପହଞ୍ଚିବାପରେ ବିନାୟକ ଆଚାର୍ଯ୍ୟ, ସୁଦର୍ଶନ ନାୟକ ଓ କିଛି ଗ୍ରାମବାସୀ ଙ୍କସହାୟତାରେ ଗାଁ ରୁ ପଦଯାତ୍ରାରେ ବାହାରି ତୁମ୍ବେଶ୍ୱର ମନ୍ଦିର ପର୍ଯ୍ୟନ୍ତ ଯାଇ ସେଠାରେ ଋଷିକୁଲ୍ୟା ନଦୀର ସୁରକ୍ଷା ଉପରେ ଲୋକଙ୍କୁ ସଚେତନା କରି ଏହି ଡେମ କିପରିବନ୍ଦ ହେବ ସେହି କାର୍ଯ୍ୟରେ ସହଯୋଗ କରିବାକୁ ଅତିଥି ମାନେ କହିଥିଲେ । ସେଠାରେ ରାତ୍ରି ଯାପନ କରି ସକାଳେ କେ ଏନ ପୁର ପଞ୍ଚାୟତ ର ରାଜୀବ ଗାନ୍ଧୀ ସେବାକେନ୍ଦ୍ର ରେ ଅତିଥି ମାନେ ପହଞ୍ଚି ଥିଲେ । ସେଠାରେ ସରପଞ୍ଚ ପ୍ରତିନିଧି ରାଜୀବ ଲୋଚନ ବେହେରା, ନ୍ୟାୟବ ସରପଞ୍ଚ ଝଡିଆ ବେହେରା, ଗନ୍ଧିଆ ବେହେରା, ବିଶୁନୁ ବେହେରା, ମଙ୍ଗଳ ବେହେରା, ଲକ୍ଷ୍ମୀ ଚରଣ ବେହେରା, ଓ ସମାଜ ସେଵୀ ଏନ ରାମଚନ୍ଦ୍ର ରେଡି ଅତିଥି ମାନଙ୍କୁ ସ୍ୱାଗତ କରି ପଦଯାତ୍ରା ରେଯାଇ ଋଷିକୁଲ୍ୟା ନଦୀ ବଞ୍ଚାଇବା ପାଇଁ ସ୍ଲୋଗାନ ଦେଇ ସଚେତନତା କରିଥିଲେ । ରାଜ୍ୟ ସରକାର ଛତ୍ରପୁର ଓ ଗୋପାଳପୁରରେ ଥିବା ଶିଳ୍ପ ପାଇଁ ପାଣି ଯୋଗାଇ ଦେବାକୁ ଡ୍ୟାମ ନିର୍ମାଣ ଯୋଜନା କରୁଛନ୍ତି। ଏହାଦ୍ଵାରା ତଳଭାଗର ଲୋକେ ବେଶ ପ୍ରଭାବିତ ହେବାର ଆଶଙ୍କା ରହିଛି । କାରଣ ଏହି ଡ୍ୟାମରୁ ଦୈନିକରଷିକୁଲ୍ୟାର ପାଣି ଲୋକଙ୍କର ଜମାନକୁ ଦେବା ବନ୍ଦ କର । ୬୦ନିୟୁତ ଗେଲେନ ପାଣି ଶିଳ୍ପ ସଂସ୍ଥାକୁ ଯୋଗାଇବାର ଲକ୍ଷ୍ୟ ରଖି ଛନ୍ତି ରାଜ୍ୟ ସରକାର । ସମ୍ପ୍ରତି ଜଳବାୟୁ ପରିବର୍ତ୍ତନ ଯୋଗୁଁ ଋଷିକୂଲ୍ୟା ଶୁଷ୍କ ହୋଇ ପଡ଼ିଛି। ଏଣୁ ଅବାଧରେ ବାଲିଚାଲାଣ ମଧ୍ୟ ହେଉଅଛି । ଉପର ମୁଣ୍ଡରେ ଡ୍ୟାମ ନିର୍ମାଣ କରି ପାଣିକୁ ଅଟକାଇଲେ ତଳ ଅଞ୍ଚଳର ଜନବସତି ପ୍ରତି ଏହାର ପ୍ରଭାବ ପଡ଼ିବ। ପିଇବା ପାଣି ଓ ଜଳସେଚନପ୍ରଭାବିତ ହେଲେ ଲୋକଙ୍କ ଜୀବନ ଜୀବିକା ବିପନ୍ନ ହେବ । ଏହାକୁ ପ୍ରତିହତ କରିବା ପାଇଁ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆରମ୍ଭ ହୋଇଥିବା ପଦଯାତ୍ରାରେ ଋଷିକୂଲ୍ୟା କ୍ରିୟାନୁଷ୍ଠାନ କମିଟିର ସଦସ୍ୟ ମାନେ ଆସନ୍ତା ୨୫ ତାରିଖ ଦିନ ବିଭିନ୍ନ ବ୍ଳକର ଶତାଧୂକ ଗ୍ରାମ ପରିକ୍ରମା ପରେ ଗଞ୍ଜାମ ବ୍ଲକର ପୁରୁଣା ବନ୍ଧରେ ଥିବା ଋଷିକୂଲ୍ୟା ନଦୀର ମୁହାଣରେ ପହଞ୍ଚି ଏହାର ଦୃଢ଼ ବିରୋଧ କରିବେ ବୋଲିକ୍ରିୟାନୁଷ୍ଠାନ କମିଟି ମତ ଦେଇଛନ୍ତି ।

You might also like
error: Content is protected !!