ସିପିଆଇ (ଏମଏଇ) ଲିବରେସନର ବ୍ଳକସ୍ତରୀୟ ସମାବେଶ ।
ଆର.ଉଦୟଗିରି, (ମନୋଜ କୁମାର ପାଢୀ):- ଗଜପତି ଜିଲ୍ଲା ନୁଆଗଡ ବ୍ଲକ ଅନ୍ତର୍ଗତ ଅନୁଗୁର ପଞ୍ଚାୟତ ର ପଟେଗୁଡା ଗାଁ ରେ ବ୍ଲକ ସ୍ତରୀୟ ଆଦିବାସୀ ସମାବେଶ ହୋଇଥିଲା। ଉକ୍ତ ସମାବେଶ ରେ ରାଜ୍ୟ କମିଟି ସଭ୍ୟ ନରସିଂହ ମଣ୍ଡଳଟଙ୍କ ସଭାପତିତ୍ୱରେ ଏକ ସାଧାରଣ ସଭା କରାଯାଇଛି। ଗଜପତି ଜିଲ୍ଲା ନୁଆଗଡ ବ୍ଲକ ଅନୁଗୁରୁ ପଞ୍ଚାୟତ ରେ ଆଦିବାସୀ ମାନେ ସ୍ଵାଧୀନତା ର 75 ବର୍ଷ ଧରି ଘଞ୍ଚ ଜଙ୍ଗଲ ଭିତରେ ରହିଆସୁଥିବା ବେଳେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଦେଖିବାକୁ ଜଣାପଡୁନାହିଁ । MGNREGA କାମରେ ଦୈନିକ 600 ଟକାଂ, ସମସ୍ତ କୁ ଜବ କାର୍ଡ, ପଞ୍ଚାୟତରେ ପେନସେନ 5000 ଟକାଂ ପ୍ରଦାନ କରିବା, ପଟେଗୁଡା, ଜୟପୁର ଓ ଅନାନ୍ୟ ଗାଁ ମାନଙ୍କରେ ପିଇବା ପାଣି, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରେ ଘର, ମହୁଲ କେଜି 100 ଟଙ୍କା, ମକା କେଜି 200 ଟଙ୍କା, ପ୍ରତେକ ପରିବାର କୁ 300 ୟୁନିଟ୍ ବିଦ୍ୟୁତ ଯୋଗାଇବା, ଜୟପୁର ମାକିଂଡି କେଦୁନାଳ, ଆମ୍ଭାଜାରି, ନୁଆଁ ସାହି ନଦୀ ଠାରେ ଚେକ ଡ୍ୟାମ୍, ଜଙ୍ଗଲ ଜମି ଓ ଘର ଡିହ ପଟା, ଜୟପୁର ଠାରୁ ରାଡିଗୁଡା ସଂଯୋଗି କରଣ ରାସ୍ତା,ପଟେଗୁଡା, ଠାରୁ କେଡିପଦର, ଜୟପୁର, ମାଣିକ ପୁର ପକ୍କା ରାସ୍ତା କରାନଗଲେ ତହସିଲ ଓ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଓ ଧାରଣା କରିବା ପାଇଁ ରାଜ୍ୟ କମିଟି ସଭ୍ୟ ତ୍ରିପତି ଗମାଙ୍ଗ ଚେତାବନୀ ଦେଇଛନ୍ତି।
ଉପସ୍ଥିତ ଥିଲେ । ନରସିଂହ ମଣ୍ଡଳ, ମାଥ୍ୟୁ ରଇତ, ସର୍ବଶ୍ରି ଗମାଙ୍ଗ, ସାଇଡ୍ରିକ ମଲ୍ଲିକ, କର୍ଣ୍ଣଏଲ ଗମାଙ୍ଗ, ମଇଜ ମାଝୀ, ଜୟ ମାଝୀ, ଝିରମିୟ ରଇତ, ଯୋହନ ରଇତ, ଏଲିଅ। ମାଝୀ, ରାଜେନ୍ଦ୍ର ମାଝୀ ।
ନିବେଦକ
ତ୍ରିପତି ଗମାଙ୍ଗ
ରାଜ୍ୟ କମିଟି ସଭ୍ୟ
ସି ପି ଆଇ (ଏମଏଲ) ଲିବରେସନ, ଗଜପତି ନୁଆଗଡ