ବାଲ୍ୟ ବିବାହ ବନ୍ଦ କଲା ଗଜପତି ଜିଲ୍ଲା ପ୍ରଶାସନ

ଆର.ଉଦୟଗିରି, (ମନୋଜ କୁମାର ପାଢୀ)-: ଆସନ୍ତା ମାସରେ କାଶିନଗର ବ୍ଲକ ର।ଣିପେଣ୍ଠ ଗ୍ରାମରେ ଏକ ବିବାହ ହେବାକୁ ସ୍ତିର ହୋଇଥିବା ବିଷୟ ଶିଶୁ ବିକାଶ ପକଳ୍ପ ଅଧିକାରୀ କାଶିନଗର ବିଶେଷ ସୂତ୍ରରୁ ଖବର ପାଇବା ପରେ ସଙ୍ଗେ ସଙ୍ଗେ ପୁଲିସ, ଶିଶୁ ମଙ୍ଗଳ ସମିତି ,ଶିଶୁ ସୁରକ୍ଷା ଅଧିକାରୀ,ଚାଇଲ୍ଡ ହେଲ୍ପ ଲାଇନ , ୱାନ ସ୍ଟପ ସେଂଟର୍ କୁ ପତ୍ର ମ।ଧ୍ୟମରେ ଜଣାଇଥିଲେ । ଆଜି ତା ୨୧.୩ ୨୦୨୫ ରିଖରେ ଉପରୋକ୍ତ ସମସ୍ତ ବିଭାଗରୁ ଅଧିକାରୀ ଓ କର୍ମୀ ମିଳିତ ଭାବରେ ର।ଣିପେଣ୍ଠ ଗ୍ରାମକୁ ଯାଇ ବାଲ୍ୟ ବିବାହ କରିବାକୁ ଯୋଜନା କରିଥିବା ଶିଶୁ ଓ ତାଙ୍କର ପିତାମାତା ଓ ଗ୍ରାମର ଭାଦ୍ର ବ୍ୟକ୍ତିଙ୍କୁସାକ୍ଷାତ କରି ଏକ ସଭାର ଆୟୋଜନ କରି ବାଲ୍ୟ ବିବାହ କରାଇବା ଏକ ଅପରାଧ ଅଟେ ଓ ଏଥିପାଇଁ ଜେଲ ଯିବାର ବ୍ୟବସ୍ଥା ରହିଥିବା ବେଳେ ଜୋରିମାନା ଦେବାକୁ ପଡ଼ିଥାଏ ବୋଲି ଶିଶୁ ର ପିତା ମାତା ଙ୍କୁ ପ୍ରାଞ୍ଜଳ ଭାବରେ ବୁଝାଇ ଥିଲେ । ଶିଶୁର ପିତା ମାତା ନିଜ ଝିଅର ବିବାହ ସ୍ଥିର କରିଥିବା କଥା ସ୍ଵୀକାର କରିଥିଲେ ଏବଂ ନିଜ ଝିଅ ବର୍ତମାନ ଦଶମ ବୋର୍ଡ ପରୀକ୍ଷା ଦେଇଥିବା ବେଳେ ଆଗକୁ ୧୮ ବର୍ଷ ନ ହେଲା ପର୍ଯ୍ୟନ୍ତ ବିବାହ କରାଇବେ ନ।ହିଁ ବୋଲି ନିଜେ ଘୋଷଣା କରିବା ସହ ଏକ ସ୍ଵୀକାରଉକ୍ତି ଲେଖି ଦେଇଥିଲେ କି ବର୍ତମାନ ତାଙ୍କ ଝିଅକୁ ପାଠ ପଢେଇବେ ଓ ତାର ସମସ୍ତ ଯତ୍ନ ନେବେ। ୧୮ ବର୍ଷ ପୂରଣ ହେଲେ ବିବାହ ଦେବେ ବୋଲି ଜଣାଇଥିଲେ । ପରେ ସମସ୍ତ ଅଧିକାରୀ ଝିଅର ବିବାହ ସ୍ଥିର ହୋଇଥିବା ପୁଅଘର କାଶୀନଗର ବ୍ଲକ ସିଧାମାଡଙ୍ଗୋ ପଞ୍ଚାୟତ ର ପୋଳୁରୁ ଗ୍ରାମକୁ ଯାଇ ପୁଅ ଓ ତାଙ୍କର ପରିବର୍ବର୍ଗଙ୍କୁ ବାଲ୍ୟ ବିବାହ ଏକ ଅପରାଧ ଅଟେ, ଝିଅକୁ ୧୮ ବର୍ଷ ହେଲା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ହେବ ବୋଲି ବୁଝାଇ ଥିଲେ । ବିବାହ କରିବାକୁ ପ୍ରସ୍ତୁତ ହେଉଥିବା ପୁଅ ଜଣକ ସମସସ୍ତ କଥା ମାନିଝିଅକୁ ୧୮ ବର୍ଷ ହେବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ଜଣାଇ ଥିଲେ । ଶିଶୁ ମଙ୍ଗଳ ସମିତି ଙ୍କ ନିର୍ଦେଶ କ୍ରମେ ଶିଶୁର ପିତା ଶିଶୁଙ୍କୁ ଚାଇଲ୍ଡ ହେଲ୍ପ ଲାଇନ ସହଯୋଗରେ ଶିଶୁ ମଙ୍ଗଳ ସମିତି ପାରଳାଖେମୁଣ୍ଡି ନିକଟରେ ଉପସ୍ଥିତ କରାଇଥିଲେ । ଶିଶୁ ମଙ୍ଗଳ ସମିତି ଶିଶୁ ସହ ଆଲୋଚନ। କରି ସମସ୍ତ କାଗଜପତ୍ର ସଂଗ୍ରହ କଲାପରେ ଶିଶୁ ର ପିତାଙ୍କୁ କେତେଗୋଟି ସର୍ତରେ ହସ୍ତାନ୍ତର କରିଛନ୍ତି।

Smart Computer Ad
You might also like
error: Content is protected !!