ମହାମହିମ ରାଷ୍ଟ୍ରପତି ଙ୍କ ଅପେକ୍ଷାରେ ମନ୍ଦିର ଲିଫ୍ଟ 

ନୟାଗଡ,(ପ୍ରଭାକର ଶିରୋମଣି):- ଦୀର୍ଘ ତିନି ବର୍ଷର ବ୍ୟଵ ଧାନ ପରେ ମୁଣ୍ଡ ଟେକି ସଗର୍ବରେ ଛିଡା ହୋଇଛି ପର୍ଯ୍ୟଟନ କେନ୍ଦ୍ର କଣ୍ଟିଲୋ ନୀଳମାଧଵପୀଠର ନବ ନିର୍ମିତ ଲିଫ୍ଟ l ଶ୍ରଦ୍ଧାଳୁ ମାନଙ୍କର ସେବା କରିବା ସହିତ ବୃଦ୍ଧ ବୃଦ୍ଧା ମାନଙ୍କୁ ୨୧ ମିଟର ଉପରକୁ ନେଇ ପୁଣି ତଳକୁ ଆଣିବା ସତେ ଯେମିତି ଅପେକ୍ଷା ରତ ଏହି ନୀଳମାଧଵ ଲିଫ୍ଟ l  ସୂଚନା ଯୋଗ୍ୟ ଆସନ୍ତା ୨୪ ତାରିଖ ସୋମବାର ଅପରାହ୍ନ ପ୍ରାୟ ସାଢେ ୨ ଟା ସମୟରେ ପ୍ରଥମେ ପାଦ ଥାପିବେ ଏ ଦେଶର ପ୍ରଥମ ନାଗରିକ ମହାହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ l ଶ୍ରୀ ନୀଳମାଧବ ମନ୍ଦିର ବେଢାପରିଦର୍ଶନ କରି ମା ‘ ବିମଳା, ଶ୍ରୀରାମଙ୍କ ସହ ସୀତା, ଲକ୍ଷ୍ମଣ, ମା ‘ ସରସ୍ବତୀ  ଓ ଷଠି ଠାକୁରାଣୀ, ଶ୍ରୀ ରାଧା କୃଷ୍ଣ, ବେଢା କାଳିକା, ମା ‘ ମହାଲକ୍ଷ୍ମୀ, ଶ୍ରୀ ପାଦ ପାଦପଦ୍ମ ଓ ପ୍ରଭୁ ଶ୍ରୀଜଗନ୍ନାଥ, ଶ୍ରୀ ବଳଭଦ୍ର ଆଉ ସୁଭଦ୍ରା  ମହାଦେବ ସିଦ୍ଧେଶ୍ୱର ଓ ରୋହିଣୀ କୁଣ୍ଡ ଦର୍ଶନ କରି ବେଢା ପରିକ୍ରମା କରିବାର କାର୍ଯ୍ୟକ୍ରମ ରହିଛି l ପରିକ୍ରମା କରି ଶ୍ରୀ ନୀଳମାଧଵ ଜୀଉଙ୍କୁ ବ୍ୟାଘ୍ର ଗୁମ୍ଫା ମଧ୍ୟରେ ବିଜେ ସିଂହାସନରେ ଦର୍ଶନ କରି ଲିଫ୍ଟରେ ତଳକୁ ଆସିବା ପୂର୍ବରୁ ଶ୍ରୀ ମହାବୀର ହନୁମାନ ଙ୍କୁ ଦର୍ଶନ କରିବା ସଙ୍ଗେ ସଙ୍ଗେ ମନ୍ଦିର ଉପରୁ ତଳେ ବୋହି ଯାଉଥିବା ପୁଣ୍ୟତୋୟା ମହାନଦୀର ଦିଗନ୍ତ ଵିସ୍ତୃତ ବାଲୁକା ଶଯ୍ୟା ଓ ନଦୀର ଅପର ପାର୍ଶ୍ୱରେ ଦଣ୍ଡାୟ ମାନ ନୀଳ ସବୁଜ ଶୈଳ ଶ୍ରେଣୀ ଓ ସୂର୍ଯ୍ୟାସ୍ତର ଅପରୂପ ସୌନ୍ଦର୍ଯ୍ୟ. ଉପଲବ୍ଧି କରିଵା ପରେ କାର ଯୋଗେ ୫ କିମି ଦୁର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଶବର ରାଜ  ବିଶ୍ୱାବସୁଙ୍କ ଜନ୍ମ ସ୍ଥାନ କାଳିଆ ପଲ୍ଲୀ ଅଭିମୁଖେ ଯାତ୍ରା କରି “ଭାରତୀୟ ବିଶ୍ୱାବସୁ ଶବର ସମାଜ ପ୍ରତିଷ୍ଠାନ” କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥିଭାବେ ଯୋଗ ଦେବେ ବୋଲି କାର୍ଯ୍ୟକ୍ରମରୁ ଜଣାଯାଇଛି l  

You might also like
error: Content is protected !!