କ.ନୂଆଗାଁ ଥାନା ପକ୍ଷରୁ ୫୯୦ କେଜି ଗଞ୍ଜେଇ ଜବତ, ହେଲେ ମାଫିଆ ଚମ୍ପଟ
ବାଲିଗୁଡା, ୨୨.୦୩.୨୦୨୫[ସୁକାନ୍ତ କୁମାର ତ୍ରିପାଠୀ ) କନ୍ଧମାଳ ଜିଲ୍ଲା କ.ନୂଆଗାଁ ଥାନା ପକ୍ଷରୁ ସିର୍ଲିଗୁଡାର ସ୍ବର୍ଣ୍ଣପୁର ନିକଟସୁ ଜାତୀୟ ରାଜପଥରେ ପୋଲିସ ପେଟ୍ରୋଲିଂ ବେଳେ ଡେପାକେତା ବ୍ରିଜ ନିକଟ ଜଙ୍ଗଲରେ ଗଞ୍ଜେଇ ଭର୍ଜି ବସ୍ତା ଜବତ ହୋଇ ଥିବା ସୂଚନା ମିଳିଛି। ପୋଲିସ ସୂଚନା ଅନୁସାରେ ଉକ୍ତ ଜଙ୍ଗଲ ନିକଟରେ ଗଞ୍ଜେଇ ଚାଲାଣ କରିବା ପାଇଁ ଚାଲଣକାରୀ ଅପେକ୍ଷା କରି ଥୂବା ବେଳେ ପୋଲିସ ଗାଡ଼ିକୁ ଦେଖ୍ ଆସାମୀ ମାନେ ଜଙ୍ଗଲକୁ ଦୌଡ଼ି ପଳାଇ ଥିଲେ। ଉକ୍ତ ପୋଲିସ ପେଟ୍ରୋଲିଂ ପାର୍ଟିରେ ଥିବା ଥାନା ଓଆଇସି ଅଶୋକ କୁମାର ତ୍ରିପାଠୀଙ୍କ ସହ ଅନ୍ୟତମ ଏଏସଆଇ ଉମାଶଙ୍କର ପେଡେଣ୍ଡି ଓ ସୁରେନ୍ଦ୍ର ରାଜହଂସଙ୍କ ସହିତ ପୋଲିସ କର୍ମଚାରୀ ମାନେ ତଦନ୍ତ ବେଳେ ଅଖା ଭିତରେ ଥିବା ଗଞ୍ଜେଇ ବୋଲି ଜାଣି ପାରିଥିଲେ। ପରେ ମାଜିଷ୍ଟ୍ରେଟ ଭାବେ ତହସିଲଦାର ଆନନ୍ଦ କୁମାର ପଣ୍ଡାଙ୍କ ଉପସ୍ଥିତିରେ ଉକ୍ତ ଅଖାରେ ଥିବା ୫୯୦ କେଜି ଗଞ୍ଜେଇ ଜବତ କରିଥିଲେ। ଏ ସଂକ୍ରାନ୍ତିରେ ଥାନା କେସ ନମ୍ବର ୫୬/୨୫ରେ ଏକ ଏନଡିପିଏସ ମାମଲା ରୁଜୁ କରି ଆସାମୀ ମାନଙ୍କୁ ଧରିବା ପାଇଁ ତଦନୁ ଚାଲିଥିବା ଥାନା ଅଧିକାରୀ ଅଶୋକ କୁମାର ହଂସଦଃ ପ୍ରକାଶ କରିଛନ୍ତି।
