ମା ତାରା ତାରିଣୀ ଙ୍କ ପ୍ରଥମ ଚୈତ୍ର ପାଳି ମଙ୍ଗଳ ବାର ଯାତ୍ରା, (ପ୍ରଥମ ଓ ଦ୍ୱିତୀୟ ସନ୍ତାନଙ୍କ ଚୁଟି ମୁଣ୍ଡନ ପାଇଁ ଭିଡ଼ । ତେବେ ସାମ୍ବାଦିକ ମାନଙ୍କୁ ଗାଡି ପାସ ମିଳି ନଥିବାରୁ ଜନ ସାଧାରଣ ଙ୍କ ମନରେ କ୍ଷୋବ

ପ୍ରସନ୍ନ କୁମାର ଦାଶ :- ଆଜି ହେଉଛି ମା ତାରାତାରିଣୀ ଙ୍କ ଚୈତ୍ରମାସ ପ୍ରଥମ ପାଳି ମଙ୍ଗଳ ବାର ଯାତ୍ରା ଆରମ୍ଭ । ଏଥି ପାଇଁ ସମସ୍ତ ପ୍ରସ୍ତୁତି ଆଗରୁ ସରିଛି । ଫୁଲରେ ସଜେଇ ହୋଇଛି ମନ୍ଦିର ଓ ଚତୁର୍ପାଶ୍ୱ । ବଡ଼ ସୁନ୍ଦର ଦେଖାଯାଉଛି ସେହି ରତ୍ନ ଗିରି ପୀଠର ସୌନ୍ଦର୍ଯ୍ୟ । ଆସୁଥିବା ଦର୍ଶକ ଏହି ଦୃଶ୍ୟକୁ ଦେଖି ଆତ୍ମୋ ବିଭୋର ହୋଇ ପଡିଛନ୍ତି । ଭକ୍ତମାନେ ଯେପରି ସୁରୁଖୁରୁରେ ଦର୍ଶନ ସହ ପୂଜାର୍ଚନା କରି ନିଜ ଘରକୁ ଫେରି ପାରିବେ ସେ ନେଇ ସମସ୍ଥ ପ୍ରକାର ସୁବ୍ୟବସ୍ଥା ଜିଲ୍ଲା ପ୍ରଶାସନ ତଥା ଜିଲ୍ଲପାଳ ଦିବ୍ୟ ଜ୍ୟୋତି ପରିଡାଙ୍କ ସଂଯୋଜନା ରେ କରା ଯାଇଛି । ଛତ୍ରପୁର ଏସପି ଶୁଭେନ୍ଦୁ କୁମାର ପାତ୍ର, ଙ୍କ ସହ ନୂତନ ଭାବେ ଜଏନ କରିଥିବା ଛତ୍ରପୁର ଉପଜିଲ୍ଲାପାଳ ଶିବାଶିଷ ବରାଳ, ସମସ୍ତ ବିଭାଗ ର ଅଧିକାରୀ ମାନେ, ପୁରୁଷୋତ୍ତମପୁର ତହସିଲ ଦାଇତ୍ୱ ରେ ଥିବା ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଗୋବିନ୍ଦ ଦନସେନ, ପୁରୁଷୋତ୍ତମପୁର ବିଡ଼ିଓ ଶରତ ଚନ୍ଦ୍ର ପାତ୍ର, ଏସ୍ଡ଼ିପିଓ ଦୀପକ କୁମାରମିଶ୍ର, ଥାନା ଅଧିକାରୀ ରାଜେଶ ନାଏକ,ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀ ଟିକେ ରେଡି, ପରିଚାଳନା କମିଟି ସଦସ୍ୟ ପ୍ରମୋଦ କୁମାର ପଣ୍ଡା, ମୁଖ୍ୟ ସେବାୟତ ବାପୁଜୀ ରଣା, ସେବାୟତ ସଙ୍ଘ ସଭାପତି ତପନ କୁମାର ରଣା ଙ୍କ ଉପସ୍ଥିତି ରେ ବହୁଥର ବୈଠକ ବସି ଏକ ନୂତନ ନକ୍ସା ଯାତ୍ରା ପାଇଁ ପ୍ରସ୍ତୁତ କରାଯାଇଥିଲା । ତେବେ ଆଜି ରାତ୍ର 12 ଘଣ୍ଟ ଠାରୁ ଶିଶୁ ମାନଙ୍କ ଚୁଟି ମୁଣ୍ଡନ ନିମନ୍ତେ ଆୟୋଜନକରାଯାଇ ଥିବା 4ଗୋଟି ସ୍ଥାନରେ ଆରମ୍ଭ କରାଯାଇଥିଲା। ସେଥି ନିମନ୍ତେ ବ୍ଲକ ଓ ତହସିଲ ଷ୍ଟାଫ ଙ୍କ ସହିତ ପୋଲିସ ଷ୍ଟାଫ ଓ ଭୁବନେଶ୍ୱର ସହିତ ଜିଲ୍ଲା ର ବିଭିନ୍ନ ସ୍ଥାନରୁ ଆସିଥିବା ସ୍ବେଛାସେବୀ ମାନେ ଭଲ ସହଯୋଗ କରିଥିଲେ ।ତେବେ ରାତ୍ର ଦୁଇ ଘଣ୍ଟ ସମୟରୁ ମାଙ୍କ ଦ୍ୱାର ଫିଟା ଯାଇ ମାଙ୍କ ମାଜଣା, ଅବକାଶ, ସିଙ୍ଗାର, ମଙ୍ଗଳ ଆଳତି କରାଯାଇ ଦ୍ୱାର ଖୋଲା ଯାଇଥିଲା | ତେବେ ମାଆ ତାରାତାରିଣୀ ଙ୍କୁ ଆଜି ମହାକାଳୀ ବେଶରେ ସଜ୍ଜିତ କରାଯାଇ ଭକ୍ତଙ୍କୁ ଦର୍ଶନ ର ସୁଯୋଗ ଦିଆଯାଇ ଥିଲା ।ଏହି ବେଶ ଦ୍ୱାରା ମା ଜଗତ ର ମଙ୍ଗଳ କାମନା କରିବେ ବୋଲି ମୁଖ୍ୟ ସେବାୟତ ବାପୁଜୀ ରଣା କହିଛନ୍ତି । ଜିଲ୍ଲା ପାଳ ଦିବ୍ୟଜ୍ୟୋତି ପରିଡା ମାଆ ଙ୍କୁ ଦର୍ଶନ କରି ଜଗତ ର ମଙ୍ଗଳଓ କଲ୍ୟାଣ କାମନା କରିଥିଲେ ।

ପ୍ରବଳ ଖରା, ସତ୍ୱେ ବହୁ ଭକ୍ତମାନଙ୍କୁ ଦର୍ଶନ କରିବାକୁ ଆସି ତାଙ୍କର କୃପା ଲାଭ କରିଛନ୍ତି । ଦର୍ଶନ ବେଳେ ଯେମିତି ପ୍ରବଳ ଉତ୍ତାପରୁ ରକ୍ଷା ପାଇ ପାରିବେ ସେ ନେଇ ଛାମୁଟିଆ କରି ତାଉପରେ ଟେଣ୍ଟ କନା ପକାଯାଇଥିଲା ଓ ପାଣି ସିଞ୍ଚନ କରାଯାଇ ଥିଲା । ଏହାସହ ପ୍ରଥମ ଥର କରି ଭକ୍ତ ମାନଙ୍କୁ ମାଗଣା ଅର୍ଣ୍ଣ ପ୍ରସାଦର ବ୍ୟବସ୍ଥା କରା ଯାଇଛି । ଯାହାକୁ ଖାଇ ଭକ୍ତମାନେ ବହୁତ ଖୁସି ବ୍ୟକ୍ତ କରିଛନ୍ତି । ଆଇନ ଶୃଙ୍ଖଳା କୁ ଆଖି ଆଗରେ ରଖି ଏସପିଙ୍କ ନିର୍ଦେଶ ରେ ଦୁଇ ଜଣ ଏଡଶୀନାଲ ଏସପି, 4ଜଣ ଡ଼ିଏସପି, 10ଜଣ ଆଇ ଆଇସି,ଏସ ଆଇ, 100ଜଣ କନେଷ୍ଟ ବଲ, ହୋମ ଗାର୍ଡ ସହିତ 13 ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇ ଥିବାସହିତଆଇନ ଶୃଙ୍ଖଳା ନିୟନ୍ତ୍ରଣ ଏବଂ ଚୋରି,ଡ଼କାୟତି, ଓ ଅସମାଜିକ ଯୁବକ ମାନଙ୍କୁ ସାବଡ କରିବାକୁ ପୋଲିସ ସବୁ ପ୍ରକାର ବ୍ୟବସ୍ତା କରିଥିବାର କହିଛନ୍ତି ଅତିରିକ୍ତ ଏସପି ରଞ୍ଜନ କୁମାର ପୃଷ୍ଟି । ଆଜିର ଏହି ଯାତ୍ରା ରେ ପୋଲିସ ମନ୍ଦିର ସେବାୟତ ଓ ସ୍ବେଛାସେବୀ, ବ୍ଲକ ବିଡ଼ିଓଏବଂ ଷ୍ଟାଫ ଙ୍କ ସହିତ ତହସିଲ ଷ୍ଟାଫ ଫାୟାର ଅଧିକାରୀ ଷ୍ଟାଫ, ସହଯୋଗ କରିଥିଲେ । ତେବେ ଏହି କାର୍ଯ୍ୟ ସହିତ ଦୁଃଖର ବିଷୟ ହେଉଛି ପୁରୁଷୋତ୍ତମପୁର ଏବଂ ଅନ୍ୟନ୍ୟ ସ୍ଥାନ ର ସାମ୍ବାଦିକ ମାନଙ୍କୁ ପ୍ରବେଶ ପାସ ର ବ୍ୟବସ୍ତା କରାଯାଇ ନଥିଲା ।

ଛତ୍ରପୁର ଉପଜିଲ୍ଲାପାଳ ଓ ଟ୍ରେନିଙ୍ଗ ରେ ଯାଇଥିବା ତହସିଲଦାର ବିନୋଦ କୁମାର ବେହେରା ଙ୍କ ନିର୍ଦେଶ ରେ ଜଣେ ତହସିଲ ଷ୍ଟାଫ ଏମାନଙ୍କୁ ଅଣଦେଖା କରିଥିବାର ଜଣା ପଡିଛି ।ଏତେବଡ ଖରାରେ ବହୁ ବାଧାବିଘ୍ନ ରେ ଖବର ସଂଗ୍ରହ କରୁଥିବା ରିପୋର୍ଟର ମାନଙ୍କ ପାଇଁ ପାସ ଖଣ୍ଡେ ନାହିଁ କିନ୍ତୁ ବ୍ଲକ ଷ୍ଟାଫ, ତହସିଲ ଷ୍ଟାଫ ଓ ସ୍ବେଛାସେବୀ ମାନଙ୍କ ନିମନ୍ତେ ସହ, ସହ ପାସ ବଣ୍ଟା ଯାଇଥିବା ବେଳେ ସାମ୍ବାଦିକ ମାନେ ସେଥିରୁ ବଂଚିତ ହେଉଥିବାର ଘଟଣା ଶୁଣି ସମସ୍ତ ବ୍ୟକ୍ତି ଏହାକୁ ନିନ୍ଦା କରିଛନ୍ତି । କିନ୍ତୁ ପ୍ରଶାସନ ତରଫରୁ ପାହାଡ଼ ଉପରକୁ ଯିବାକୁ ସେବାୟତ ଓ ସାମ୍ବାଦିକ ମାନଙ୍କ ନିମନ୍ତେ ଏକ ବୋଲର ଗାଡିର ବ୍ୟବସ୍ତା କରାଯାଇ ଥିଲା ବେଳେ ଗେଟ ପାଖକୁ ଯିବାକୁ ସାମ୍ବାଦିକ ଙ୍କ ଗାଡି କୁ ବିଭିନ୍ନ ସ୍ଥାନରୁ ଆସିଥିବା ପୋଲିସ ଷ୍ଟାଫ ମାନେ ଛାଡୁ ନଥିବାରୁ ଅସୁବିଧା ହେଉଛି । ତେଣୁ ଏହାଉପରେ ଜିଲ୍ଲା ପାଳ ଗୁରୁତ୍ୱ ଦେଲେ ଏହି ସମସ୍ୟା ର ସମାଧାନ ହୋଇ ପାରିବା ସହ ସାମ୍ବାଦିକ ମାନଙ୍କ ସୁବିଧା ଉପରେ ଗୁରୁତ୍ୱ ଦେବାକୁ ସେମାନେ ଅନୁରୋଧ କରିଛନ୍ତି ।
