ଅଜଣା ମୃତ ଦେହ ରାସ୍ତା କଡରେ ଠାବ ।

ଆର.ଉଦୟଗିରି, (ମନୋଜ କୁମାର ପାଢୀ):- ରବିବାର ସକାଳୁ ସକାଳୁ ରାସ୍ତା କଡରେ ଅଜଣା ଯୁବକଙ୍କର ମୃତଦେହ ଠାବ ହୋଇଛି । ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ଆର ଉଦୟଗିରି ଥାନା ଶିଆଳିଲଟି ପଞ୍ଚାୟତ ବାରନାଳୀ ଠାରେ । ଆଜି ସକାଳୁ ଅଂଚଳର କିଛି ସ୍ଥାନୀୟ ଯୁବକ ସେଠାକୁ ଗାଧୋଇବା ପାଇଁ ସେଠାକୁ ଯାଇଥିବା ବେଳେ ହଟାତ ସେହି ସ୍ଥାନରୁ ପଚା ଦୁର୍ଗନ୍ଧ ବାହାରିଥିଲା । ସ୍ଥାନୀୟ ଲୋକେ ଅର୍ଦ୍ଧ ଶରୀରକୁ ଦେଖି ଭୟଭୀତ ହୋଇ ଆର.ଉଦୟଗିରି ପୋଲିସକୁ ସୂଚନା ଦେଇଥିଲେ । ଘଟଣା ସ୍ଥଳରେ ଆର.ଉଦୟଗିରି ପୋଲିସ ଓ ଆର.ଉଦୟଗିରି ତହସିଲଦାର ପହଞ୍ଚି ତଦନ୍ତ ଚଳାଇଛନ୍ତି । ତେବେ ଘଟଣା ସମ୍ପର୍କରେ ପୋଲିସ କୌଣସି ପ୍ରତିକ୍ରିୟା ଦେଇ ନ ଥିବା ବେଳେ ଅଂଚଳରେ ଭୟର ବାତାବରଣ ସୃଷ୍ଟି ହୋଇଯାଇଛି ।

Smart Computer Ad
You might also like
error: Content is protected !!