ଚନ୍ଦ୍ରପୁର ବ୍ଲକ ବିଭିନ୍ନ ପଞ୍ଚାୟତ ଠାରେ ହୋଲି ମହୋତ୍ସବ ପାଳିତ

ଚନ୍ଦ୍ରପୁର ବ୍ଲକ ବିଭିନ୍ନ ପଞ୍ଚାୟତ ଠାରେ ହୋଲି ମହୋତ୍ସବ ପାଳିତ

ଚନ୍ଦ୍ରପୁର, (କୈଳାସ ମାଳବିଶୋଇ):- ରାୟଗଡା ଜ଼ିଲ୍ଲା ଚନ୍ଦ୍ରପୁର ବ୍ଲକ ସଦର ମହକୁମା ଠାରେ ଭାଇ ଚାରା ପର୍ବ ହୋଲି ମହାଡମ୍ବର ସହକାରେ ପାଳିତ ହୋଇଛି । ଚନ୍ଦ୍ରପୁର ବିଭିନ୍ନ ଦୋକାନୀ ଙ୍କ ଠାରୁ ଲୋକ ହୋଲି କିଣିବା ନିମନ୍ତେ ଜନ ଗହଳି ହୋଇଛି । ଏହି ହୋଲି ପର୍ବରେ ରାଗ ରୁଷା ଅଭିମାନକୁ ଭୁଲି ଯାଇ ଭାଇ ଚାରା ଭାବରେ ହୋଲି ମହୋତ୍ସବକୁ ବୃଦ୍ଧ ବୃଦ୍ଧା ଠାରୁ ଆରମ୍ଭ କରି ସହରର ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ଧୂମାଧାମରେ ଚନ୍ଦ୍ରପୁର ଠାରେ ପାଳନ ହୋଇଛି । ସେହିପରି ଚନ୍ଦ୍ରପୁର ବ୍ଲକ ଆଠଗୋଟି ପଞ୍ଚାୟତ ସାର୍କୀମା, ବିଜାପୁର, ବୁଡୁବାଲି, ହନମନ୍ତପୁର, ଡାଙ୍ଗସୋରଡ଼ା, ପିସ୍କାପାଙ୍ଗା ଓ ଟୁରୀଗୁଡା ଠାରେ ମହାଡ଼ମ୍ବର ସହକାରେ ପାଳନ ହୋଇଛି । ଏହି ସମୟରେ ଚନ୍ଦ୍ରପୁର ଥାନା ଆଇଆଇସି ପ୍ରଶାନ୍ତ ସେଠି ପୋଲିସ, କର୍ମଚାରୀ ବୁଲି ପେଟ୍ରୋଲିଙ୍ଗ କରି ଭାଇ ଚାରା ପର୍ବ ହୋଲି ଖେଳି ଥିଲେ ।

Smart Computer Ad
You might also like
error: Content is protected !!