ଶିକାର କରିବାକୁ ଯାଇଥିଲେ ନିଜ ବନ୍ଧୁକରେ ଗଲା ଜୀବନ

ଶିକାର କରିବାକୁ ଯାଇଥିଲେ ନିଜ ବନ୍ଧୁକରେ ଗଲା ଜୀବନ

ଆର.ଉଦୟଗିରି, (ମନୋଜ କୁମାର ପାଢୀ):- ନିଜ ବନ୍ଧୁକରୁ ଗୋଳି ଫୁଟି ଶିକାରୀଙ୍କ ମୃତ୍ୟୁ ଘଟିଛି। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୋହନା ଥାନା ଅନ୍ତର୍ଗତ କୁଙ୍କୁଣୀ ପଦାସାହି ଗାଁ ନିକଟରେ। ମୃତକ ଜଣକ ରାୟଗଡ଼ ଥାନା ସିନ୍ଧିବା ଗାଁର ହରିଶ୍ଚନ୍ଦ୍ର ଭୂୟାଁ। ଗତଦୁଇ ମାସ ହେବ କୁଙ୍କୁଣି ପଦା ସାହି ଗାଁରେ ରହି ଖଜୁରୀ ତାଡ଼ି ସଂଗ୍ରହ କରି ବିକ୍ରି କରୁଥିଲେ। ଶୁକ୍ରବାର ସାରେ ମୃତ ହରିଶ୍ଚନ୍ଦ୍ର ଓ ଗାଁର କିଛି ଲୋକ ଜଙ୍ଗଲକୁ ଦେଶୀ ବନ୍ଧୁକ ନ଼େଇ ଶିକାର କରିବାକୁ ଯାଇଥିବା ବେଳେ ଗୋଳି ଫୁଟି ହରିଶ୍ଚନ୍ଦ୍ରଙ୍କ ମୃତ୍ୟୁ ଘଟିଛି। ପାହାଡ଼ ତଳେ ମୃତ ଶରୀର ପଡ଼ିଥିବା ବେଳେ ଘଟଣାସ୍ଥଳରେ ଦେଶୀ ବନ୍ଧୁକ ଓ ଗୁଳି ବାରୁଦ ପଡ଼ି ରହିଛି। ତେବେ ନିଜ ଗୁଳି ଫୁଟି ହରିଚନ୍ଦ୍ରଙ୍କ ମୃତ୍ୟୁଘଟିଛି, କି ଅନ୍ୟ କିଛି ରହସ୍ୟ ରହିଛି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ମୃତକଙ୍କ ଭିଣୋଇ ଓ ଗାଁ ର ଜଣେ ବ୍ୟକ୍ତିଙ୍କୁ ଅଟକ ରଖି ପଚାର ଉଚରା କରୁଛି।

You might also like
error: Content is protected !!