କ୍ଲଷ୍ଟର ସ୍ତରୀୟ ଶିକ୍ଷାଦାନ ଶିକ୍ଷଣ ସାମଗ୍ରୀ ବିକଶିତ କର୍ମଶାଳା
ପୁରୁଷୋତ୍ତମପୁର ବ୍ଲକ, (ପ୍ରସନ୍ନ କୁମାର ଦାଶ) :- ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ କନକ। କ୍ଲଷ୍ଟରର ଶିକ୍ଷାଦାନ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି କର୍ମଶାଳା ସ୍ଥାନୀୟ ଗଡ ସାହି ପ୍ରାଥମିକ ବିଦ୍ୟାଳୟ ଠାରେ ତା 07.03.2025 ଓ 08.03.2025 ଦୁଇଦିନ ଧରି ଅନୁଷ୍ଠିତ ହୋଇଯାଇଛି । ଗୋଷ୍ଠି ଶିକ୍ଷା ଅଧିକାରୀ ଶ୍ରୀ କିଶୋର ଚନ୍ଦ୍ର ବେହେରା ଏହି କାର୍ଯ୍ୟକ୍ରମ କୁ ଉଦ୍ଘାଟନ କରିଥିଲେ। କ୍ଲଷ୍ଟର୍ ର ପ୍ରତ୍ୟେକ ବିଦ୍ୟାଳୟରୁ ଜଣେ ଶିକ୍ଷକ/ଶିକ୍ଷୟିତ୍ରୀ ଯୋଗଦେଇଥିବା ବେଳେ ପାଞ୍ଚଜଣ ଦକ୍ଷ ସାଧନ କର୍ମୀ ଯୋଗଦେଇ ବିଭିନ୍ନ ସାମଗ୍ରୀ ପ୍ରସ୍ତୁତ କରିବା ସହ ଶିକ୍ଷକ ମାନଙ୍କୁ ତାଲିମ ଦେଇଥିଲେ।ଶ୍ରେଣୀ ଭିତ୍ତିକ ଓ ବିଷୟ ଭିତ୍ତିକ ଉପକରଣ ପ୍ରସ୍ତୁତ କରିଥିଲେ। କର୍ମଶାଳାରୁ ଗଲେ। ନିଜ ବିଦ୍ୟାଳୟ ପ୍ରସ୍ତୁତ କରି ପିଲାଙ୍କୁ ଶିକ୍ଷାଦାନ କରି ଶିକ୍ଷାର ମାନ ବୃଦ୍ଧି କରିପାରିବେ । ଏହା ସି ଆର ସି ସି ଶ୍ରୀ ହେମନ୍ତ କୁମାର ବେହେରା ଙ୍କ ନେତୃତ୍ୱରେ ଏହା ଅନୁଷ୍ଠିତ ହୋଇଥିଲା । ଏହି ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀ ପ୍ରଧାନ ସାର୍ ସମସ୍ତ ପ୍ରକାର ସହଯୋଗ କରିଥିଲେ ଏହି କାର୍ଯ୍ୟକ୍ରମ ରେ ଉପସ୍ଥିତ ଅତିଥିଗଣ ଯଥାହେମନ୍ତ କୁମାର ବେହେରା, ସିଆର ସିସି, ଏସ୍ ଲକ୍ଷିଁ ନାରାୟଣ ପାତ୍ର,ସି ଆର ସି ସି ,ଭ।ଟକୁମାରଡା ,ଶ୍ରୀ ନୀଳାଚଳ ସାହୁ,ସି ଆର ସି ସି ,ଚାଟମୁଣ୍ଡଳି,ଶ୍ରୀ ପ୍ରସନ୍ନ କୁମାର ଦାଶ , ସମାଜସେବୀ ତଥା ବରିଷ୍ଠ ସାମ୍ବାଦିକ, ମାଷ୍ଟ୍ର ମନୋଜ କୁମାର ମିଶ୍ର ,ଚନ୍ଦ୍ର ଶେଖର ସାହୁ,ଉଷାରାଣୀ ପାତ୍ର,ସରିତାବେହେରା , ସିମ୍ରନ ବେହେରା, ପ୍ରିୟଙ୍କା ପ୍ରଧାନ , ସୋନାଲି ରାଣୀ ଦଶ, ମନୋରଞ୍ଜନ ବେହେରା , ଗାୟତ୍ରୀ ସେଠି, ପୁଷ୍ପାଞ୍ଜଳି ସେଠି, ଶିବ ବେହେରା ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଅଂଶଗ୍ରହଣ କରିଥିଲେ ।