ଖଲ୍ଲିକୋଟ ବିଧାୟକଙ୍କ ପୁରୁଷୋତ୍ତମପୁର ବ୍ଲକ ଓ ଏନଏସି ପାଇଁ ଦୁଇ ନମିନି ନିଯୁକ୍ତି

ଖଲ୍ଲିକୋଟ ବିଧାୟକଙ୍କ ପୁରୁଷୋତ୍ତମପୁର ବ୍ଲକ ଓ ଏନଏସି ପାଇଁ ଦୁଇ ନମିନି ନିଯୁକ୍ତି

ପୁରୁଷୋତ୍ତମପୁର ବ୍ଲକ, (ପ୍ରସନ୍ନ କୁମାର ଦାଶ):- ପୁରୁଷୋତ୍ତମପୁର ବ୍ଲକ ଓ ଏନଏସି ପାଇଁ ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କ ଦ୍ୱାରା ଗଞ୍ଜାମ ଜିଲ୍ଲା ପାଳ ଦିବ୍ୟଜ୍ୟୋତି ପରିଡାଙ୍କ ଚିଠି ନଂ 31202519 ପ୍ରକାରେ ବ୍ଲକ ପାଇଁ ଭାଟ କୁମରଡା ଗ୍ରାମର ବରିଷ୍ଟ ବିଜେପି ନେତା କୋରା ନାଥ ସ୍ୱାଇଁ , ପିତା ଲେଟ ଉଲ୍ଲାସ୍ୱାଇଁଙ୍କୁ ଦିଆ ଯାଇଥିଲା ବେଳେ,ଏନଏସି ପାଇଁ ସୁଦର୍ଶନ ବେହେରା, ପିତା -ଲେଟ କାଙ୍ଗାଳି ବେହେରା ଦୁଇ ଜଣଙ୍କୁ ଦାୟିତ୍ୱ ଦେଇଛନ୍ତି । ଏହା ଉପରେ ଜିଲ୍ଲା ପାଳ ଙ୍କ ପାଖରୁ ଏନଏସି ର କାର୍ଯ୍ୟ ନିର୍ବାହୀ ଅଧିକାରୀ ଗୋବିନ୍ଦ ଦଣ୍ଡ ସେନା, ଓ ବ୍ଲକର ଗୋଷ୍ଟି ଉର୍ନ୍ନୟନ ଅଧିକାରୀ ଶରତ ଚନ୍ଦ୍ର ପାତ୍ର ଉଭୟଙ୍କୁ ଚିଠି ପଠେଇଛନ୍ତି । ଏନଏସିର ଜନ ସାଧାରଣ ଙ୍କ ସମସ୍ୟା, ଅସୁବିଧା ଉପରେ ବିଧାୟକଙ୍କ ସହିତ କଥା ବାର୍ତ୍ତା କରି ସେମାନଙ୍କ ସବୁ ସମସ୍ୟାକୁ ସୁଧାରିବା ଦିଗରେ ଚେଷ୍ଟା କରିବେ ବୋଲି ସୁଦର୍ଶନ ବେହେରା ଓ ବ୍ଲକ ପ୍ରତିନିଧି କୋରନାଥ ସ୍ୱାଇଁ କହିଛନ୍ତି ଏବଂ ବିଧାୟକଙ୍କ ଅନୁପସ୍ଥିତି ରେ ବ୍ଲକ ଓ ଏନଏସିର କିଛି ବୈଠକ ରେ ତାଙ୍କ ପ୍ରତିନିଧି ତ୍ବ କରିବେ ।

You might also like
error: Content is protected !!