ଟୁରୀଗୁଡା ବିଦ୍ୟାଳୟ ଠାରେ ଚନ୍ଦ୍ରପୁର ବ୍ଲକର ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ମାନଙ୍କ ୧୫ତମ ବ୍ଲକସ୍ତରୀୟ ମାସିକ ଆଲୋଚନାଚକ୍ର

ଚନ୍ଦ୍ରପୁର, (କୈଳାସ ମାଳବିଶୋଇ) :- ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଥିବା ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ବ୍ଲକର ସରକାରୀ ଉଚ୍ଚ ବିଦ୍ୟାଳୟ ଟୁରୀଗୁଡା ପରିସରରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତରଫରୁ ବ୍ଲକର ଏଗାର ଗୋଟି ସରକାରୀ ଉଚ୍ଚ ବିଦ୍ୟାଳୟ ଓ ଆଦର୍ଶ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ନେଇ ୧୫ତମ ବ୍ଲକସ୍ତରୀୟ ମାସିକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଚନ୍ଦ୍ରପୁର ବ୍ଲକ ଶିକ୍ଷାଧିକାରୀ ଶ୍ରୀ ଗଣେଶ ଶବର ସଭାପତିତ୍ୱ ଆସନ ଅଳଙ୍କୃତ କରିଥିଲେ। ପ୍ରଥମେ ପ୍ରଦୀପ ପ୍ରଜ୍ଜ୍ୱଳନ କାର୍ଯ୍ୟକ୍ରମ କରାଯାଇଥିଲା ବେଳେ ଉକ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ଜଗଦୀଶ୍ୱର ଶବର ସହଯୋଗ କରିଥିଲେ। ପ୍ରଥମେ ଗତ ମାସରେ ଆଲୋଚନା କରାଯାଇ ଥିବା କାର୍ଯ୍ୟକ୍ରମ ଉପରେ ଆଲୋକପାତ କରାଯାଇଥିଲା। ଏହା ପରେ ଏହି ମାସର କାର୍ଯ୍ୟାବଳୀକୁ ଆଧାର କରି ବୈଠକରେ ଛାତ୍ର ଛାତ୍ରୀ ମାନଙ୍କର ଶିକ୍ଷାର ମାନବୃଦ୍ଧି ସହିତ ଡ୍ରପଆଉଟ ହାର କମାଇବା, ଖାନ ଏକାଡେମୀ ଗଣିତ ଦକ୍ଷତା ବୃଦ୍ଧି , ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର, ଉତ୍କର୍ଷ କାର୍ଯ୍ୟକ୍ରମ ,ଏଲିପ , ପ୍ରାକ୍ତନ ଛାତ୍ର ସଂଯୋଗ କାର୍ଯ୍ୟକ୍ରମ, ଅପାର ଆଇଡି ସୃଷ୍ଟି କରଣ , ୟୁଡାଇସ ଅପଡେଟ, ଆକାଂକ୍ଷୀ ପାଠ୍ୟକ୍ରମ, ବିଦ୍ୟାଳୟକୁ ସୌନ୍ଦର୍ଯ୍ୟ କରଣ, ପ୍ରବେଶ ଉତ୍ସବ ଓ ଖଡ଼ି ଛୁଆଁ ଦିବସ ଓ ବିଦ୍ୟାଳୟକୁ ୨୦୨୪-୨୫ ବର୍ଷର ଅନୁଦାନ ରାଶିକୁ ମାର୍ଚ୍ଚ ମାସ ଶେଷ ସୁଦ୍ଧା ଉଠାଣ କରି ୟୁସି ଦାଖଲ ଇତ୍ୟାଦି ଉପରେ ଚନ୍ଦ୍ରପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ ଆଲୋକପାତ କରିଥିଲେ। ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ଉମାକାନ୍ତ ମିଶାଲ ସହଯୋଗ ଭାର ଗ୍ରହଣ କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ।

You might also like
error: Content is protected !!