ଶିକ୍ଷକ ଶ୍ରୀଯୁକ୍ତ ସଂଜୀବ କୁମାର ଦାସଙ୍କୁ ଶ୍ରେଷ୍ଠ ଶିକ୍ଷକ ସମ୍ମାନ।

ଶିକ୍ଷକ ଶ୍ରୀଯୁକ୍ତ ସଂଜୀବ କୁମାର ଦାସଙ୍କୁ ଶ୍ରେଷ୍ଠ ଶିକ୍ଷକ ସମ୍ମାନ।

ଆର. ଉଦୟଗିରି, (ମନୋଜ କୁମାର ପାଢୀ):- ଗଜପତି ଜିଲ୍ଲାର ମୋହନା ବ୍ଲକ ଅନ୍ତର୍ଗତ ସରକାରୀ ଉଚ୍ଚ ବିଦ୍ୟାଳୟ, ଜୀରାଙ୍ଗର ଶିକ୍ଷକ ଶ୍ରୀଯୁକ୍ତ ସଂଜୀବ କୁମାର ଦାସଙ୍କୁ ରାଜ୍ୟର ଶ୍ରେଷ୍ଠ ଶିକ୍ଷକ (ପରାମର୍ଶ ଦାତା )ଭାବରେ ଭାରତୀୟ ରେଡକ୍ରସ ସଂଗଠନ ପକ୍ଷରୁ ରାଜ୍ୟ ପୁରସ୍କାର ପ୍ରଦାନ କରାଯାଇଛି। ଭୁବନେଶ୍ୱର ସ୍ଥିତ ରାଜଭବନର ଅଭିଷେକ ହଲରେ ଆୟୋଜିତ ଉତ୍ସବରେ ଓଡ଼ିଶାର ମହାମହିମ ରାଜ୍ୟପାଳ ଡା. ହରିବାବୁ କୁମ୍ଭମ୍ ପତି ଏହି ରାଜ୍ୟ ପୁରସ୍କାର ପ୍ରଦାନ କରିଛନ୍ତି। ସମାଜସେବା, ବୃକ୍ଷରୋପଣ, ସଂଗଠନ, ଜନ ସଚେତନତା , ପ୍ରାଥମିକ ଚିକତ୍ସା, ରକ୍ତଦାନ, ପ୍ରାକୃତିକ ବିପର୍ଯ୍ୟୟ, ଶିକ୍ଷା ଓ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମର ସଫଳତାର ସହ ଆୟୋଜନ ପାଇଁ ଏହି ରାଜ୍ୟ ପୁରସ୍କାର ଶ୍ରୀଯୁକ୍ତ ଦାସଙ୍କୁ ପ୍ରଦାନ କରାଯାଇଛି। ଏହି ସଫଳତା ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀ ଡ଼. ମାୟାଧର ସାହୁ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ମନୋରଞ୍ଜନ ଦଳାଇ, ଜିଲ୍ଲା ବିଜ୍ଞାନ ପରିଦର୍ଶକ ଶ୍ରୀଯୁକ୍ତ ଆମ୍ପୁଲ ରବିକୁମାର, ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ସୁରେନ୍ଦ୍ର କୁମାର ପାତ୍ର, ଜୁନିଅର ରେଡକ୍ରସ ସମ୍ପାଦକ ଶ୍ରୀଯୁକ୍ତ ସିଦ୍ଧାର୍ଥ ଶଙ୍କର ପାଠୀ, ସହ ସମ୍ପାଦକ ଶ୍ରୀଯୁକ୍ତ ସୁବାଷ ଚନ୍ଦ୍ର ସାହୁ ଏବଂ ବିଭିନ୍ନ ସାମାଜିକ ସଂଗଠନ, ତଥା ଶିକ୍ଷା ସଂଗଠନ ତରଫରୁ ତାଙ୍କୁ ଅଶେଷ ଶୁଭେଚ୍ଛା ଓ ଶୁଭକାମନା ଜ୍ଞାପନ କରାଯାଇଛି। ଏହା ସହିତ ଜିଲ୍ଲା ଜୁନିଅର ରେଡକ୍ରସ୍ ତରଫରୁ ସମସ୍ତ ଆର୍. ପି. କାଉଁସେଲର ଏବଂ ଜୁନିଅରସ୍ ମାନେ ଶୁଭେଚ୍ଛା ଜଣାଇଛନ୍ତି ।

You might also like
error: Content is protected !!