ରାୟଗଡା ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ ନେହୁରାପାଙ୍ଗା SSD ବିଦ୍ୟାଳୟ ଗ୍ରସ୍ତ

ଚନ୍ଦ୍ରପୁର, (କୈଳାସ ମାଳବିଶୋଇ):- ରାୟଗଡା ଜ଼ିଲ୍ଲା ଚନ୍ଦ୍ରପୁର ବ୍ଲକ ବୁଡୁବାଲି ପଞ୍ଚାୟତ ଅନ୍ତର୍ଗତ ନେହୁରପାଙ୍ଗା SSD ଆଶ୍ରମ ବିଦ୍ୟାଳୟକୁ ରାୟଗଡା ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀମତୀ ଅସୀମା ରାଓ ଅଚାନକ ପରିଦର୍ଶନ କରିଥିଲେ । ପରିଦର୍ଶନ ସମୟରେ ହଷ୍ଟେଲ ରେ ରହୁଥିବା ଛାତ୍ର ଛାତ୍ରୀଙ୍କୁ ପାଠପଢା, ରହିବା, ଖାଇବା ଓ ବିଭିନ୍ନ ବିଷୟରେ ପଚାରି ବୁଝିଥିଲେ । ପରେ ଚନ୍ଦ୍ରପୁର SSD ଆଶ୍ରମ ବାଳକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଶ୍ରୀ ଭାସ୍କର ଗମାଙ୍ଗ, SSD ବାଳିକା ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଶ୍ରୀ ଗୌରହରୀ ସାହୁ, ବୁଡୁବାଲି ପ୍ରଧାନ ଶିକ୍ଷକ ସୁଦର୍ଶନ ଅଡଙ୍ଗାକା, ହାକୁସପାଙ୍ଗା SSD ଆଶ୍ରମ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଉର୍ମିଳା ପିପଳି, ରାଇବିଜି ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ଅନୁରାଧା ଲିଙ୍ଗମ, ଓ ଡାଙ୍ଗସୋରଡ଼ା SSD ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଶ୍ରୀ ମୃତ୍ୟୁଞ୍ଜୟ ପଟନାୟକ ଙ୍କୁ ଡାକି ସମସ୍ତ ବିଦ୍ୟାଳୟ ର ସୁବିଧା ଅସୁବିଧା ବିଷୟରେ ପଚାରି ବୁଝିଥିଲେ । ପରେ ଶ୍ରୀମତୀ ରାଓ ଚନ୍ଦ୍ରପୁର ତହସିଲ କାର୍ଯ୍ୟାଳୟ କୁ ଯାଇ ଫେରିଥିଲେ ।

You might also like
error: Content is protected !!