କଣ୍ଟିଲୋ ବିକାଶ ପରିଷଦ କର୍ମକର୍ତ୍ତା ନିର୍ବାଚନ
ନୟାଗଡ, (ପ୍ରଭାକର ଶିରୋମଣି):- ଖଣ୍ଡପଡା ବ୍ଲକ ଅନ୍ତର୍ଗତ ଏକ ସ୍ଵେଛାସେବୀ ସଂଗଠନ କଣ୍ଟିଲୋ ବିକାଶ ପରିଷଦର ଦ୍ୱିବାର୍ଷିକ ନିର୍ବାଚନ ସ୍ଥାନୀୟ ଶ୍ମଶାନ ଚଣ୍ଡୀ ମନ୍ଦିର ପ୍ରାଙ୍ଗଣରେ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । ଏହି ଅବସର ରେ ସଭାପତି ଭାବେ ମନୋନୀତ ହୋଇ ଶରତ ଚନ୍ଦ୍ର ମହାରଣା ନିର୍ବାଚନ ପରିଚାଳନା କରିଥିଲେ । ନିର୍ଦ୍ୱନ୍ଦ୍ୱରେ ମାଧବ ଚନ୍ଦ୍ର ସାହୁ ସଭାପତି, ପୂର୍ଣ୍ଣଚନ୍ଦ୍ର ମହାରଣା ଉପ ସଭାପତି, ଶରତ ଚନ୍ଦ୍ର ମହାରଣା ସମ୍ପାଦକ, ସୁଶାନ୍ତ କୁମାର ବେହେରା ( ମିଥୁନ ) ସହ ସମ୍ପାଦକ, ଦିଲୀପ କୁମାର ସାହୁ କୋଷାଧ୍ୟକ୍ଷ ଭାବେ ମନୋନୀତ ହୋଇଥିବା ବେଳେ ପରିଚାଳନା କମିଟି ପାଇଁ ୧୧ ଜଣ ସଭ୍ୟ ଙ୍କୁ ମନୋନୀତ କରାଯାଇଥିବା ଜଣାଯାଇଛି । ସେମାନେ ହେଲେ ଅମୀୟ କୁମାର ସାହୁ, କାଶୀନାଥ ମହାରଣା, ମାନଗୋବିନ୍ଦ ବେହେରା, ରାଜେଶ କୁମାର ମହାରଣା,. ରାମଚନ୍ଦ୍ର ମହାପାତ୍ର, ପ୍ରସନ୍ନ କୁମାର ଜେନା, ନିହାର ରଞ୍ଜନ ମିଶ୍ର, ବସନ୍ତ କୁମାର ସାହୁ., ସରୋଜ କୁମାର ସାହୁ, ରଜତ କୁମାର ଦାସ ଓ ଚିତ୍ତରଞ୍ଜନ ମହାରଣା । ସୂଚନା ଯୋଗ୍ୟ ଯେ ଅଧିକ ସଭ୍ୟ ଏହି ସଭାରେ ଉପସ୍ଥିତ ନଥିବାରୁ ଏହା ଅସିଦ୍ଧ ଅଟେ ବୋଲି ବର୍ତ୍ତମାନର ସଭାପତି ଯୁଗଳ କିଶୋର ନାୟକ ଜଣାଇଛନ୍ତି ।